ସର୍ଭାଇକାଲ କ୍ୟାନ୍ସରରେ ଚାଲିଗଲା ଅଭିନେତ୍ରୀଙ୍କ ଜୀବନ, ୪୮ ଘଣ୍ଟା ପୂର୍ବରୁ ହୋଇଥିଲା ଭଉଣୀଙ୍କ ମୃତ୍ୟୁ
Dolly Sohi Death: ଟେଲିଭିଜନ ଅଭିନେତ୍ରୀ ଡଲି ସୋହିଙ୍କ ପରଲୋକ । ଖବର ଅନୁସାରେ, ଆଜି ସକାଳେ ଅର୍ଥାତ୍ ୮ ମାର୍ଚ୍ଚ ୨୦୨୪ ରେ ୪୮ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ସେ ସର୍ଭାଇକାଲ କ୍ୟାନ୍ସର ଅର୍ଥାତ୍ ଗର୍ଭାଶୟ କର୍କଟ ରୋଗରେ ପିଡିତ ଥିଲେ ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ମାତ୍ର ୪୮ଘଣ୍ଟା ପୂର୍ବରୁ ଅର୍ଥାତ୍ ଗୁରୁବାର ରାତିରେ ତାଙ୍କ ଭଉଣୀ ଅମନଦୀପ ସୋହିଙ୍କର ମଧ୍ୟ ମୃତ୍ୟୁ ଘଟିଥିଲା । ଏହା ପରେ ଆଜି ଭୋର ପାଖାପାଖି ସକାଳ ୪ଟା ସମୟରେ ଡାଲି ସୋହିଙ୍କର ନିଧନ ହୋଇଛି । ଦୁଇ ଭଉଣୀଙ୍କ ହଠାତ୍ ମୃତ୍ୟୁ ପରେ ଟେଲିଭିଜନ ଜଗତରେ ଶୋକର ଛାୟା ଘେଳିଯାଇଛି ।
ଡଲି ସୋହିଙ୍କ ଜୀବନ କିଛି ସମୟ ହେଲା ଅନେକ ଅସୁବିଧା ଏବଂ ଯନ୍ତ୍ରଣା ଦେଇ ଗତି କରୁଥିଲା । ସେ ଦୀର୍ଘ ଦିନ ହେବ ଗର୍ଭାଶୟ କର୍କଟରେ ପୀଡିତ ଥିଲେ। କିଛି ଦିନ ପୂର୍ବରୁ ଡଲିଙ୍କୁ ନିଶ୍ୱାସ ନେବାରେ ଅସୁବିଧା ହେବାରୁ ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେ ଅନେକ ଦିନ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ। ତାଙ୍କ ସ୍ୱାସ୍ଥ୍ୟରେ ସୁଧାର ଆସୁଥିଲା କିନ୍ତୁ ପରେ ହଠାତ୍ ତାଙ୍କର ମୃତ୍ୟୁ ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଅଭିନେତ୍ରୀ ଡଲି ସୋହି ଗର୍ଭାଶୟ କର୍କଟ ପିଡିତ ଥିବା ବେଳେ ତାଙ୍କ ଭଉଣୀ ଜଣ୍ଡିସ ରୋଗରେ ଆକ୍ରାନ୍ତ ହୋଇଥିଲେ। ଡଲିଙ୍କ ମୃତ୍ୟୁ ଖବର ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । କଲଶ, ହିଟଲର ଦିଦି, ଦେଓଁ କେ ଦେବ ମହାଦେବ ଭଳି ଅନେକ ହିଟ୍ ଟିଭି ସୋ'ରେ ସେ କାମ କରିଥିବାଲେ ଏବଂ ବେଶ ଲୋକପ୍ରିୟତା ହାସଲ କରିଥିଲେ ।












Click it and Unblock the Notifications