କୋଟି କୋଟି ଫ୍ୟାନ୍ସ କରନ୍ତି ଅନୁସରଣ, ହେଲେ ଇନଷ୍ଟାଗ୍ରାମରେ ଆଲ୍ଲୁ ଅର୍ଜୁନ ଏହି ଖାସ୍ ବ୍ୟକ୍ତିଙ୍କୁ କରନ୍ତି ଫଲୋ
Allu Arjun Birth Day: ସାଉଥ୍ ସୁପରଷ୍ଟାର ଏବଂ ଷ୍ଟାଇଲିସ୍ ତାରକା ଭାବରେ ଜଣାସୁଣା ଅଭିନେତା ଆଜି ଅର୍ଥାତ୍ ଏପ୍ରିଲ୍ 8 ତାରିଖରେ ନିଜ ଜନ୍ମ ଦିନ ପାଳନ କରୁଛନ୍ତି । ପୁଷ୍ପରାଜ ତାଙ୍କର ଜବରଦସ୍ତ ଅଭିନୟ ଏବଂ ଭିନ୍ନ ଅନ୍ଦାଜରେ ଲକ୍ଷ ଲକ୍ଷ ଲୋକଙ୍କ ହୃଦୟରେ ରାଜ୍ କରନ୍ତି । ଫିଲ୍ମ 'ପୁଷ୍ପା' ରିଲିଜ୍ ହେବା ପରେ ସେ ସାରା ଭାରତରେ ଏକ ପରିଚିତ ଚେହେରା ହୋଇଛନ୍ତି । ସେହିପରି ସମଗ୍ର ବିଶ୍ୱରେ ତାଙ୍କ ଅଭିନୟର ବେଶ୍ ପ୍ରଶଂସା କରାଯାଏ ।
ଅଭିନେତାଙ୍କ କ୍ରେଜ ବିଶ୍ୱବ୍ୟାପୀ ଦେଖିବା ପାଇଁ ମିଳିଥାଏ । ଯଦି ଆମେ ସୋସିଆଲ ମିଡିଆ ବିଷୟରେ ଆଲୋଚନ କରିବା ତେବେ କୋଟି କୋଟି ପ୍ରଶଂସକ ନିଜ ପ୍ରିୟ ତାରକାଙ୍କୁ ଫଲୋ କରନ୍ତି ଏବଂ ତାଙ୍କର ପ୍ରତ୍ୟେକ ଅପଡେଟ୍ ମଧ୍ୟ ରଖନ୍ତି । ଇନଷ୍ଟାଗ୍ରାମରେ ୨୫.୩ ମିନିୟନ୍ ଲୋକ ଆଲ୍ଲୁ ଅର୍ଜୁନଙ୍କୁ ଫଲୋ କରନ୍ତି । କିନ୍ତୁ ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ ପୁଷ୍ପା ଷ୍ଟାର କେବଳ ଜଣେ ବ୍ୟକ୍ତିଙ୍କୁ ହିଁ ଫଲୋ କରନ୍ତି । ତେବେ ଚାଲନ୍ତୁ ଜାଣିବା ସେହି ଭାଗ୍ୟବାନ ବ୍ୟକ୍ତି ଜଣକ କିଏ...?

ସୋସିଆଲ ମିଡିଆରେ ପୁଷ୍ପା ଫେମ୍ ଷ୍ଟାର ଆଲ୍ଲୁ ଅର୍ଜୁନ ବେଶ୍ ଆକ୍ଟିଭ୍ । ସେ ନିଜ ପ୍ରଶଂସକମାନଙ୍କୁ ତାଙ୍କର ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ସହିତ ଜଡିତ ପ୍ରତ୍ୟେକ ଅପଡେଟ୍ ଦେଇଥାନ୍ତି । କିନ୍ତୁ ପୁଷ୍ପରାଜ ଇନଷ୍ଟାଗ୍ରାମରେ କେବଳ ଜଣେ ବ୍ୟକ୍ତିଙ୍କୁ ଫଲୋ କରୁଛନ୍ତି। ତେବେ ଏହି ଖାସ୍ ବ୍ୟକ୍ତି ଜଣକ ହେଲେ ଅଭିନେତାଙ୍କ ଲେଡି ଲଭ୍ , ତାଙ୍କ ପତ୍ନୀ ସ୍ନେହା ରେଡ୍ଡୀଙ୍କ । ଆଜ୍ଞା ହଁ, ଅଲ୍ଲୁ ଅର୍ଜୁନ ଇନଷ୍ଟାରେ କେବଳ ତାଙ୍କ ପତ୍ନୀଙ୍କୁ ଫଲୋ କରନ୍ତି । ଏହା ବ୍ୟତୀତ ସେ ସୋସିଆଲ ମିଡିଆରେ ଆଉ କାହାକୁ ଫଲୋ କରନ୍ତି ନାହିଁ ।
ଆଲ୍ଲୁ ଅର୍ଜୁନ ୨ ଦଶନ୍ଧିରୁ ଅଧିକ ସମୟ ଧରି ଫିଲ୍ମ ଇଣ୍ଡଷ୍ଟ୍ରିରେ ରାଜ୍ କରୁଛନ୍ତି ଏବଂ ସେ କ୍ରମାଗତ ଭାବରେ ସଫଳତାର ସିଢି ଚଢୁଥିବାର ଦେଖିବା ପାଇଁ ମିଳୁଛି । ୨୦୦୩ ମସିହାରେ ସେ 'ଗଙ୍ଗୋତ୍ରି' ଚଳଚ୍ଚିତ୍ର ଜରିଆରେ ସିନେମା ଜଗତରେ ଡେବ୍ୟୁ କରିଥିଲେ। ଏହା ପରେ ସେ 'ରେସ୍', 'ଗୁରୁମ', 'ଜୁଲାଇ' ପରି ଅନେକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରି ପ୍ରଶଂସକଙ୍କୁ ଇମପ୍ରେସ କରିବାରେ ସଫଳ ହୋଇଛନ୍ତି ।
-
ସୁନାମିରେ ଛାରଖାର୍ ହୋଇଯିବ ଜାପାନ, ଭୟରେ ଥରିଲେଣି ଲୋକେ -
ଇରାନ ରାଷ୍ଟ୍ରପତିଙ୍କ ସହ କଥା ହେଲେ ମୋଦି, କହିଦେଲେ.. -
ଯୁଦ୍ଧ ବନ୍ଦ ପାଇଁ ଆମେରିକା ଆଗରେ ଏହି ୩ ସର୍ତ୍ତ ରଖିଲା ଇରାନ -
ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିରୋଧରେ ଥାନାରେ ଏତଲା -
ଟିଏମସି ପ୍ରତିନିଧିଙ୍କୁ ସମୟ ଦେଲେନି ରାଷ୍ଟ୍ରପତି -
ଆସନ୍ତା ଶିକ୍ଷା ବର୍ଷରୁ ତୃତୀୟରୁ ଅଷ୍ଟମ ଶ୍ରେଣୀ ପିଲାଙ୍କୁ ମିଳିବ ଶାରୀରିକ ଶିକ୍ଷା -
ଫାରୁକ୍ ଅବ୍ଦୁଲ୍ଲାଙ୍କ ବିରୋଧରେ ଜାମିନ ବିହୀନ ଗିରଫ ପରୱାନା -
ଆସନ୍ତା ୧୫ରୁ ରାଜ୍ୟରେ ବିଜୁଳି ଘଡ଼ଘଡ଼ି ସହ ବର୍ଷା! -
ମିଳୁନି ସିଲିଣ୍ଡର ; ଘରେ ଲୁଚାଇ ରଖିଥିଲେ ୫୫ ଗ୍ୟାସ୍ ସିଲିଣ୍ଡର, ଜବତ କଲା ପ୍ରଶାସନ -
ଯୁଦ୍ଧ ପ୍ରଭାବ ; ମହଙ୍ଗା ହେବ ପାଣି, ବଢିଲା ଠିପି ଦର -
କ୍ରସ ଭୋଟିଂ ଭୟ: ବେଙ୍ଗାଳୁରୁ ଗଲେ କଂଗ୍ରେସ ବିଧାୟକ -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ











Click it and Unblock the Notifications