ଇନଷ୍ଟାଗ୍ରାମରେ 'ଅଲବିଦା' ଲେଖି ଚର୍ଚ୍ଚାରେ ଗାୟକ ଅଦନାନ୍ ସାମି
ଇନଷ୍ଟାଗ୍ରାମରେ 'ଅଲବିଦା' ଲେଖି ଚର୍ଚ୍ଚାରେ ଗାୟକ ଅଦନାନ୍ ସାମି ..Adnan Sami has deleted all of his Instagram posts.
ମୁମ୍ବାଇ: ବଲିଉଡର ପ୍ରସିଦ୍ଧ ଗାୟକ ତଥା କମ୍ପୋଜର ଅଦନାନ୍ ସାମି ମଙ୍ଗଳବାର ତାଙ୍କ ପ୍ରଶଂସକଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଅଦନନ୍ ସାମି ଇନଷ୍ଟାଗ୍ରାମରେ ଥିବା ସମସ୍ତ ପୋଷ୍ଟକୁ ଡିଲିଟ କରିଛନ୍ତି, ଏହା ସହିତ କେବଳ ଗୋଟିଏ ପୋଷ୍ଟ ଛାଡିଛନ୍ତି,ଯେଉଁଥିରେ 'ବିଦାୟ' ଲେଖାଯାଇଛି। ଅଦନାନଙ୍କର ସମସ୍ତ ପୋଷ୍ଟ ହଠାତ୍ ଡିଲିଟ୍ ହୋଇ ବିଦାୟ ନେଇଥିବାରୁ ତାଙ୍କ ପ୍ରଶଂସକମାନେ ଅସନ୍ତୋଷ ପ୍ରକାଶ କରିଛନ୍ତି। ଏହା ସହିତ ବିଭିନ୍ନ ପ୍ରକାରର କଳ୍ପନାଜଳ୍ପନା ମଧ୍ୟ ସୋସିଆଲ ମିଡିଆରେ ଆରମ୍ଭ ହୋଇଛି ।
ବାସ୍ତବରେ, ଅଦନନ୍ ସାମି ତାଙ୍କ ଇନଷ୍ଟାଗ୍ରାମର ସମସ୍ତ ପୋଷ୍ଟ ଡିଲିଟ୍ କରିବା ସହ କେବଳ ଗୋଟିଏ ଭିଡିଓ ପୋଷ୍ଟ ଛାଡିଛନ୍ତି । ଏହି ଭିଡିଓ ପୋଷ୍ଟରେ, ଏକ ଚିଠିରେ ସେ 'ALVIDA'ଲେଖିଛନ୍ତି ।ହଠାତ୍ ଅଦନାନଙ୍କ ଖାଲି ଇନଷ୍ଟା ଦେଖି ଆଶ୍ଚର୍ଯ୍ୟ ହୋଇଛନ୍ତି ପ୍ରଶଂସକ । ଅଦନାନଙ୍କ ଏହି ଶେଷ ପୋଷ୍ଟରେ ପ୍ରଶଂସକମାନେ ବିଭିନ୍ନ ପ୍ରଶ୍ନ ପଚାରିବା ଆରମ୍ଭ କରିଛନ୍ତି ।ଅଦନାନଙ୍କ ଏହି ପୋଷ୍ଟ ଏବେ ଚହଳ ସୃଷ୍ଟି କରିଛି ଖୁବ ଭାଇରାଲ ହେବାରେ ମଧ୍ୟ ଲାଗିଛି ।

କିଛି ୟୁଜରଙ୍କ ଅନୁସାରେ ଅଦନାନଙ୍କର କୌଣସି ନୂତନ ଗୀତ ଆସିପାରେ ଏବଂ ଏହା ତା ପ୍ରଚାର ପାଇଁ କରାଯାଇଛି । ଅନ୍ୟପଟେ ଅଦନାନ୍ ସାମି ଇନଷ୍ଟାଗ୍ରାମ ଛାଡିବା କଥାକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରିଛନ୍ତି । ନିଜର ଏହି ଶେଷ ପୋଷ୍ଟରେ ବିଦାୟ ଲେଖିବା ପରେ ସିଙ୍ଗର ଏହା ଉପରେ କୌଣସି ସ୍ପଷ୍ଟୀକରଣ ଦେଇନାହାଁନ୍ତି ।ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଇନଷ୍ଟାଗ୍ରାମରେ ଅଦନାନଙ୍କର 672Kଫଲୋର୍ସ ଅଛନ୍ତି ।ଗାୟକ ମଧ୍ୟ ସୋସିଆଲ ମିଡିଆରେ ଖୁବ ଆକ୍ଟିଭ୍ ରୁହନ୍ତି ।ପ୍ରତ୍ୟକ ଦିନ ସେ କିଛି ନା କିଛି ପୋଷ୍ଟ ସେୟାର କରିଥାନ୍ତି ।ପ୍ରଶଂସକ ସୋସିଆଲ ମିଡିଆରେ ତାଙ୍କୁ ଫିଟନେସକୁ ନେଇ ଅନେକ ପ୍ରଶ୍ନ ପଚାରିଥାନ୍ତି । ଏପରି ସ୍ଥିତିରେ ହଟାତ୍ ସୋସିଆଲ ମିଡିଆରେ ଅଲବିଦା ଲେଖିବା ଫ୍ୟାନ୍ସଙ୍କୁ ଚିନ୍ତାରେ ପକାଇଛି ।












Click it and Unblock the Notifications