ଖୁବ୍ ଶିଘ୍ର ଡିଜନୀ ପ୍ଲସ୍ ହଟଷ୍ଟାରରେ ଆସିବା ପାଇଁ ଯାଉଛି 'ମହାଭାରତ' ୱେବସିରିଜ୍

ମହାଭାରତ ଉପରେ ନିର୍ମାଣ ହେଉଛି ୱେବସିରିଜ୍

ମୁମ୍ବାଇ: 'ମହାଭାରତ' ଉପରେ ନିର୍ମାଣ ହେଉଛି ୱେବସିରିଜ୍ । ରିଲିଜ୍ ହେଲା ପୋଷ୍ଟର । ଦର୍ଶକ କହିଲେ Awesome । ଟ୍ୱିଟରରେ କରୁଛି ଟ୍ରେଣ୍ତ । 'ଡିଜନୀ ପ୍ଲସ୍ ହଟଷ୍ଟାର' ଆଣିବା ପାଇଁ ଯାଉଛି ଏହି ୱେବସିରିଜ୍ । ଯାହାକୁ ପ୍ରସ୍ତୁତ କରିବେ ବଲିଉଡ ଫିଲ୍ମ ନିର୍ମାତା ମଧୁ ମଣ୍ଟେନା । ଏନେଇ ସେ D-23 ଏକ୍ସପୋ ଇଭେଣ୍ଟରେ ସୂଚନା ଦେଇଥିଲେ । ଏହି ସିରିଜର କିଛି ଫଟୋ 'ଡିଜନୀ ପ୍ଲସ୍ ହଟଷ୍ଟାର' ପକ୍ଷରୁ ରିଲିଜ୍ କରାଯାଇଛି ଯାହା ଲୋକଙ୍କୁ ଆକୃଷ୍ଠ କରୁଛି ।

mahbharat

ସେହିପରି 'ଡିଜନୀ ପ୍ଲସ୍ ହଟଷ୍ଟାର'ର କଣ୍ଟେଣ୍ଟ ହେଟ୍ କହିଛନ୍ତି ଆଜି ବି ଲୋକେ ଏହି ୨୦୦ ବର୍ଷ ପୂରଣା ମହାଭାରତ କାହାଣୀ ଦେଖିବା ପାଇଁ ପସନ୍ଦ କରୁଛନ୍ତି । ଲୋକଙ୍କ ପସନ୍ଦକୁ ଦୃଷ୍ଟିରେ ରଖି ଆମେ ଏପରି ସିରିଜ୍ କରିବାକୁ ନିଷ୍ପତ୍ତି ନେଇଥିଲୁ । ତେବେ ପୂର୍ବରୁ ମଧ୍ୟ ମହାଭାରତକୁ ନେଇ ଅନେକ ଫିଲ୍ମ ଓ ଟେଲିଭିଜନ ଶୋ' ଦେଖିବା ପାଇଁ ମିଳିଛି । ୧୯୮୮ ମସିହାରେ ପ୍ରଥମ ଥର ଦୂରଦର୍ଶନରେ ମହାଭାରତର କାହାଣୀ ଦେଖିବା ପାଇଁ ମିଳିଥିଲା । ଯାହା ଖୁବ ଲୋକପ୍ରିୟତା ହାସଲ କରିଥିଲା । ସେହିପରି ୨୦୧୩ ରେ ମଧ୍ୟ ମହାଭାରତକୁ ନେଇ ଏକ ଟେଲିଭିଜନ ଶୋ' ପ୍ରସ୍ତୁତ କରାଯାଇଥିଲା ।

ଡିଜନୀ ପ୍ଲସ୍ ହଟଷ୍ଟାର'ର ଏହି ୱେବସିରିଜ୍ ୨୦୨୩ରେ ରିଲିଜ୍ ହେବ । ଯାହାର ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ହେଲେ ଏ ପର୍ଯ୍ୟନ୍ତ ଏହି ସିରିଜ ରିଲିଜର ତାରିଖ ଘୋଷଣା କରାଯାଇ ନାହିଁ ।

'ଡିଜନୀ ପ୍ଲସ୍ ହଟଷ୍ଟାର'ର D23ଏକ୍ସପୋ ଚାଲିଛି । ଚଳିତ ମାସ ୯ତାରିଖରୁ ଏହି ଇଭେଣ୍ଟ ଆରମ୍ଭ ହୋଇଛି । ପ୍ରଥମ ଦିନରେ ଡିସ୍ନି, ପିକ୍ସାର୍ ଏବଂ ଡିଜନି ଆନିମେସନ୍ ଷ୍ଟୁଡିଓର କିଛି ନୂଆ ଫିଲ୍ମ ଓ ସିରିଜର ଘୋଷଣା କରାଯାଇଥିଲା । ଏହି ଇଭେଣ୍ଟରେ ଭାରତୀୟ OTT ଦର୍ଶକଙ୍କ ପାଇଁ ପୌରାଣିକ ଗାଥା 'ମହାଭାରତ' ଉପରେ ଏକ ଗ୍ରାଣ୍ଡ ସିରିଜ୍ କରିବାକୁ ଘୋଷଣା କରାଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+