Suriya 42'ରେ ଦିଶାଙ୍କ ଏଣ୍ଟ୍ରି, ଦମଦାର ଅନ୍ଦାଜରେ ଆସିବେ ନଜର
Entertainment News :Disha Patani Is Excited About Her Character In Suriya 42Suriya 42'ରେ ଦିଶାଙ୍କ ଏଣ୍ଟ୍ରି, ଦମଦାର ଅନ୍ଦାଜରେ ଆସିବେ ନଜର
ମୁମ୍ବାଇ: ସାଉଥ୍ ସୁପରଷ୍ଟାର ସୂର୍ଯ୍ୟାଙ୍କ ଆସନ୍ତା ଆକ୍ସନ ଫିଲ୍ମ Suriya 42 । ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍ ହେବା ପରଠୁ ଚହଳ ସୃଷ୍ଟି କରିଛି । ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ ନଜର ଆସିବେ ଦିଶା ପଟାନୀ । ଏହି ଫିଲ୍ମ ଜରିଆରେ ସେ ପ୍ରଥମ ଥର କଲିଉଡ ଜଗତରେ ପାଦ ଦେଇଛନ୍ତି । ଏହି ଫିଲ୍ମରେ କାମ କରି ବେଶ୍ ଖୁସ୍ ଅଛନ୍ତି ଅଭିନେତ୍ରୀ ।

ଦିଶା କହିଛନ୍ତି 'ମୁଁ ସୂର୍ଯ୍ୟା ସାର୍ ଏବଂ ଶିବା ସାରଙ୍କ ସହ କାମ କରିବା ପାଇଁ ଖୁବ ଉତ୍ସାହିତ ଅଛି ଏପରି ଏକ ବଡ଼ ପ୍ରୋଜେକ୍ଟର ଅଂଶ ହୋଇ ମୋତ ଖୁବ ଭଲ ଲାଗୁଛି । ଏହି ଫିଲ୍ମରେ ମୋ'ର ସମ୍ପୁର୍ଣ୍ଣ ଭିନ୍ନ ଚରିତ୍ର ଦେଖିବା ପାଇଁ ମିଳିବ । ସିରୁଥାଇ ଶିବାଙ୍କ ନିର୍ଦ୍ଦେଶନାରେ ନିର୍ମାଣାଧୀନ ଏହି ଫିଲ୍ମ ଫ୍ୟାନ୍ଙ୍କ ପାଇଁ ଏକ ବଡ଼ ସର୍ପ୍ରାଇଜ୍ ହେବା ପାଇଁ ଯାଉଛି । ଏହି ଖବର ଆସିବା ପରେ ଅଭିନେତ୍ରୀଙ୍କ ପ୍ରଶଂସକ ବେଶ୍ ଖୁସ ଅଛନ୍ତି ।
ତେବେ ୨୦୧୫ରେ ବରୁଣ ତେଜଙ୍କ ସହ ଟଲିଉଡ ଫିଲ୍ମ 'ଲୋଫର୍' ଜରିଆରେ ଦିଶା ସିନେମା ଜଗତରେ ପାଦ ଦେଇଥିଲେ । ହେଲେ ଏହି ଫିଲ୍ମଟି ବକ୍ସଅଫିରେ ଫ୍ଲପ୍ ହୋଇଥିଲା । ହେଲେ ଅଭିନେତ୍ରୀଙ୍କ ଅନ୍ଦାଜ୍ ଦର୍ଶକଙ୍କ ମନକୁ ବେଶ୍ ପସନ୍ଦ ଆସିଥିଲା । ସୂର୍ଯ୍ୟା ଦିଶାଙ୍କର ୨ୟ ସାଉଥ୍ ଫିଲ୍ମ । ଗତକାଲି ଫିଲ୍ମର ମୋସନ୍ ପୋଷ୍ଟର ରିଲିଜ୍ ହୋଇଯାଇଛି । ଯୁଦ୍ଧର ଦୃଶ୍ୟ ଐତିହାସିକ ଆକ୍ସନ୍ ଫିଲ୍ମର ସଙ୍କେତ ଦେଖିବା ପାଇଁ ମିଳୁଛି । ଏହି ଫିଲ୍ମଟି ୧୦ଟି ଭାଷାରେ ରିଲିଜ୍ ହେବ । ଫିଲ୍ମର କିଛି ଭାଗର ସୁଟିଂ ଶେଷ ହୋଇଥିବା ବେଳେ କିଛିର ସୁଟିଂ ବର୍ତ୍ତମାନ ଜାରି ରହିଛି । ୟୁଭି କ୍ରିଏସନ୍ ଏହାର ପ୍ରଯୋଜନା ଦାୟିତ୍ୱରେ ଥିବାବେଳେ ମ୍ୟୁଜିକ୍ କମ୍ପୋଜର୍ ହେଉଛନ୍ତି
ଦେବୀ ଶ୍ରୀ ପ୍ରସାଦ ।












Click it and Unblock the Notifications