ଛୋଟ ଡ୍ରେସ ପିନ୍ଧି ଟ୍ରୋଲ ହେଲେ ଦିଶା ପଟାନୀ, ଫ୍ୟାନ୍ସ କହିଲେ-ଉର୍ଫି ଜାବେଦଙ୍କ ଭଉଣୀ
ମୁମ୍ବାଇ:ବଲିଉଡ ଅଭିନେତ୍ରୀ ଦିଶା ପଟାନି ନିଜ ଗ୍ଲାମର୍ ଅନ୍ଦାଜ୍ ଏବଂ ଫିଟନେସ୍ ପାଇଁ ଚର୍ଚ୍ଚାରେ ରହିଥାନ୍ତି । ତାଙ୍କ ଡ୍ୟାନ୍ସ, ଷ୍ଟାଇଲ୍ ପାଇଁ ବେଶ୍ ପ୍ରଶଂସା ମଧ୍ୟ ସାଉଁଟିଥାନ୍ତି ଅଭିନେତ୍ରୀ । ନିଜ ଆଉଟ୍ ଫିଟ ପାଇଁ ପ୍ରାୟତଃ ଚର୍ଚ୍ଚାରେ ରହିଥାନ୍ତି ଦିଶା । ହେଲେ ବର୍ତ୍ତମାନ ନିଜ ଡ୍ରେସ୍ ପାଇଁ ତାଙ୍କୁ ହେବା ପାଇଁ ପଡିଛି ଟ୍ରୋଲ ।
ରିପୋର୍ଟ ଅନୁସାରେ ଏକ ଲଞ୍ଚ୍ ଡେଟରେ ଯିବା ସମୟରେ ଦିଶା ଖୁବ ଛୋଟ ଡ୍ରେସ ପିନ୍ଧିଥିବାର ନଜର ଆସିଥିଲେ । ଫଟୋ-ଭିଡିଓ ଭାଇରାଲ ହେବା ପରେ ଫ୍ୟାନ୍ସ ସୋସିଆସଲ ମିଡିଆରେ ଭିନ୍ନ ଭିନ୍ନ କମେଣ୍ଟ କରି ତାଙ୍କୁ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଦିଶା ନିଜ ଗ୍ଲାମର ଲୁକ୍ ଏବଂ ବୋଲ୍ଡ ଲୁକ୍ ପାଇଁ ଲକ୍ଷ ଲକ୍ଷ ଫ୍ୟାନ୍ସଙ୍କ ମନରେ ରାଜ କରନ୍ତି । ହେଲେ ବର୍ତ୍ତମାନର ସ୍ଥିତି ରହିଛି କିଛି ଭିନ୍ନ । ଏଥର ତାଙ୍କୁ ନିଜର ଏ ଅନ୍ଦାଜ ପାଇଁ ଟ୍ରୋଲ ହେବା ପାଇଁ ପଡିଛି । ନିକଟରେ ସୋସିଆଲ ମିଡିଆରେ ଦିଶା ପାଟନୀଙ୍କ ଏକ ଭିଡିଏ ଏବଂ ଫୋଟ ଭାଇରାଲ ହେବାରେ ଲାଗିଛି । ଏହି ଭିଡିଓ ଇନଷ୍ଟା ବଲିଉଡ ଏହାର ଇନଷ୍ଟାଗ୍ରାମ ପେଜରେ ସେୟାର କରିଛି । ଯେଉଁଥିରେ ଅଭିନେତ୍ରୀ ଖୋଲା କେଶ ଏବଂ ହାଲୁକା ମେକଅପ୍ ରେ ଖୁବ ସୁନ୍ଦର ଲୁକରେ ନଜର ଆସୁଛନ୍ତି । କିଛି ପ୍ରଶଂସକ ଅଭିନେତ୍ରୀଙ୍କ ଏହି ଲୁକକୁ ପସନ୍ଦ କରୁଥିବାବେଳେ କିଛି ପ୍ରଶଂସକ ତାଙ୍କୁ ଏହି ପୋଷାକ ପାଇଁ ସମାଲୋଚନା କରୁଛନ୍ତି ।
ଦିଶାଙ୍କ ଏହି ଫଟୋକୁ ନେଇ ସୋସିଆଲ ମିଡିଆରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଜଣେ ୟୁଜର ଲେଖିଛନ୍ତି, 'ଅଭିନେତ୍ରୀଙ୍କର ପୋଷାକ ଦିନକୁ ଦିନ ଛୋଟ ହେବାରେ ଲାଗିଛି' ସେହିପରି ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, ତୁମେ କ'ଣ ଛୋଟ ଛୁଆ !...ଆଉ ଜଣେ ବ୍ୟକ୍ତି ଦିଶାଙ୍କୁ ଉର୍ଫି ଜାବେଦଙ୍କ ଭଉଣୀ ବୋଲି ମଧ୍ୟ କହିଛନ୍ତି । ଏପରି ଅନେକ କମେଣ୍ଟ ଦିଶାଙ୍କ ଫଟୋରେ ଦେଖିବା ପାଇଁ ମିଳୁଛି ।
ୱେଲ୍ ଆପଣଙ୍କୁ ଜଣାଇବା ପାଉଁ ଚାହିଁବୁ ଯେ, ଦିଶା ପଟାନୀ ଖୁବ୍ ଶୀଘ୍ର ସିଦ୍ଧାର୍ଥ ମଲହୋତ୍ରାଙ୍କ ସହ ଫିଲ୍ମ 'ୟୁଦ୍ଧ'ରେ ନଜର ଆସିବେ। ଏହା ବ୍ୟତୀତ ସେ ଅମିତାଭ ବଚ୍ଚନ ଏବଂ ପ୍ରଭାସଙ୍କ ସହ ଫିଲ୍ମ 'ପ୍ରୋଜେକ୍ଟ କେ'ରେ ଦେଖିବା ପାଇଁ ମିଳିବେ ।












Click it and Unblock the Notifications