ହାଉସ ଫୁଲ୍ ନିର୍ଦ୍ଦେଶେକ ସାଜିଦ ଖାନ କହିଲେ, ମୁଁ ଏବେ ବଞ୍ଚିଛି...
Sajid Khan On Death Rumours: ବଲିଉଡ ଭେଟେରାନ ଅଭିନେତା ସାଜିଦ ଖାନଙ୍କ ଡିସେମ୍ବର 22 ରେ ଦେହାନ୍ତ ହୋଇଛି। ସେ ଦୀର୍ଘ ଦିନ ଧରି କର୍କଟ ରୋଗରେ ପିଡିତ ଥିଲେ । ସାଜିଦ ମଦର ଇଣ୍ଡିଆ ଫିଲ୍ମରେ ଛୋଟ ସୁନୀଲ ଦତ୍ତଙ୍କ ଭୂମିକାରେ ଅଭିନୟ କରିଥିଲେ। ସାଜିଦ ଖାନଙ୍କ ଦେହାନ୍ତ ଖବର ତାଙ୍କ ପୁଅ ସମୀର ସୂଚନା ସ୍ପଷ୍ଟ କରିଥିଲେ ।
ସାଜିଦଙ୍କ ଦେହାନ୍ତ ଖବର ବୁଧବାର ଦିନ ପ୍ରକାଶ ପାଇଥିଲା ଯାହା ପରେ ଲୋକେ ଭାବିଥିଲେ ଯେ, ନିର୍ଦ୍ଦେଶକ ସାଜିଦ ଖାନଙ୍କ ଦେହାନ୍ତ ହୋଇଯାଇଛି । ଲୋକମାନଙ୍କର ଏହି ଭୁଲ ବୁଝିବାର କାରଣ ହେଉଛି ଉଭୟଙ୍କ ନାମ ସମାନ ଥିଲା । ବର୍ତ୍ତମାନ ସାଜିଦ ଖାନ ଲୋକଙ୍କୁ ସ୍ପଷ୍ଟ କରିଛନ୍ତି ଯେ, ସେ ସମ୍ପୁର୍ଣ୍ଣ ସୁସ୍ଥ ଅଛନ୍ତି ଏବଂ ଜୀବିତ ଅଛନ୍ତି । ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ସେ ଏହି ସୂଚନା ଦେଇଛନ୍ତି। ସେ ନିଜେ ଏକ ଭିଡିଓ ସେୟାର କରିଛନ୍ତି।

ସାଜିଦ ଖାନ ଏହି ଭିଡିଓ ସେୟାର କରି କହିଛନ୍ତି , ଦେହାନ୍ତ ହୋଇଥିବା ବ୍ୟକ୍ତି ହେଉଛନ୍ତି ଅଭିନେତା ସାଜିଦ ଖାନ। ଭିଡିଓ ସେୟାର କରିବାବେଳେ ସାଜିଦ୍ ଲେଖିଥିଲେ - RIP ସାଜିଦ୍ ଖାନ୍ (1951-2023) ମୁଁ ନୁହେଁ ... କିଛି ଲୋକ ମୋ ଫଟୋ ପୋଷ୍ଟ କରି ଏପରି ଖବର ପ୍ରସାର କରୁଛନ୍ତି ।
ଭିଡିଓରେ ସାଜିଦ କୁହନ୍ତି- ମୁଁ ଭୂତ, ମୁଁ ସାଜିଦ ଖାନଙ୍କ ଭୂତ। ମୁଁ ତୁମ ସମସ୍ତଙ୍କୁ ଖାଇବି । ମୋର ଆତ୍ମା ଶାନ୍ତି ପାଇ ନାହିଁ। ତୁମେ କିପରି ଶାନ୍ତି ପାଇବ? ଏହା ପରେ ନିର୍ଦ୍ଦେଶ ସାଜିଦ ଖାନ ସ୍ପଷ୍ଟ କରିଛନ୍ତି ଯେ, ଯେଇଁ ସାଜିଦ ଖାନଙ୍କ ମୃତ୍ୟୁ ହୋଇଛି ସେ ଅଭିନେତା ଥିଲେ । 1957 ମସିହାରେ ଆସିଥିବା ମଦର ଇଣ୍ଡିଆ ଫିଲ୍ମରେ ସେ ସୁନୀଲ ଦତ୍ତଙ୍କ ସହ ଅଭିନୟ କରିଥିଲେ । ସେ 1951 ରେ ଜନ୍ମଗ୍ରହଣ କରିଥିଲେ । ମୁଁ 20 ବର୍ଷ ପରେ ଜନ୍ମ ହେଲି ।
ସାଜିଦ୍ ଆହୁରି କହିଛନ୍ତି- ଗତ ରାତିରୁ, ଲୋକେ ମତେ RIP ଲେଖି ମ୍ୟାସେଜ୍ କରୁଛନ୍ତି । ହେଲେ ଏବେ ମୁଁ ଜୀବିତ, ମୁଁ ମରି ନାହିଁ । ମୁଁ ଅନୁରୋଧ କରୁଛି ଏପରି ଖବର ଆଉ ପ୍ରଚାର କରନ୍ତୁ ନାହିଁ । ମୁଁ ଜୀବିତ ଏବଂ ଭଗବାନ ସେହି ସାଜିଦ ଖାନଙ୍କ ଆତ୍ମାକୁ ଶାନ୍ତି ପ୍ରାପ୍ତ ହେଉ ।












Click it and Unblock the Notifications