ସୁପରହିଟ୍ 'ଦୃଶ୍ୟମ ୨'! ଦ୍ୱିତୀୟ ଦିନର ଆୟ ଭାଙ୍ଗିଲା ରେକର୍ଡ
ସୁପରହିଟ୍ 'ଦୃଶ୍ୟମ ୨'! ଦ୍ୱିତୀୟ ଦିନର ଆୟ ଭାଙ୍ଗିଲା ରେକର୍ଡ
ମୁମ୍ବାଇ: ଚଳିତବର୍ଷ ଲଗାତାର ବଲିଉଡ ଫ୍ଲପ୍ ହେବାରେ ଲାଗିଥିଲା । ପ୍ରାୟ ପ୍ରତ୍ୟକ ଦିନ ସୋସିଆଲ ମିଡିଆରେ ଚଳଚ୍ଚିତ୍ର ଓ କଳାକାରଙ୍କୁ ଟ୍ରୋଲ କରାଯାଉଥିଲା । ୟୁଜର୍ସଙ୍କ ରାଗର ପ୍ରଭାବ ଫିଲ୍ମର ଆୟ ଉପରେ ପଡୁଥିଲା । ବଡ ବଡ ଷ୍ଟାରଙ୍କ ଫିଲ୍ମ ବକ୍ସଅଫିସରେ ଫିକା ପଡିଯାଇଥିଲା । ହେଲେ ବର୍ଷ ଶେଷରେ ହିନ୍ଦୀ ସିନେମା 'ଦୃଶ୍ୟମ ୨' ସାଉଁଟୁଛି ପ୍ରଶଂସା । ତେବେ ପ୍ରତ୍ୟକ ବର୍ଷ ଅକ୍ଟୋବର ୨ରେ ଫିଲ୍ମର ପ୍ରଥମ ଭାଗର ଅନେକ ଡାଇଲଗର ମିମିସ୍ ଦେଖିବା ପାଇଁ ମିଳିଥାଏ ବୋଧହୁ ସେଥିପାଇଁ ଦ୍ୱିତୀୟ ଭାଗକୁ ବେଶ୍ ଉତ୍ସାହର ସହ ଅପେକ୍ଷା କରିଥିଲେ ଦର୍ଶକ । କାରଣ ଯାହା ହେଉ ନା କାହିଁକି ହେଲେ ଫିଲ୍ମ ନିର୍ମାତା ଓ ଷ୍ଟାର ମାନେ ଏହାର ପୁରା ଫାଇଦା ଉଠାଉଛନ୍ତି । ତେବେ ନଜର ପକାନ୍ତୁ ଅଜୟ ଦେବଗନଙ୍କ ଫିଲ୍ମ 'ଦୃଶ୍ୟମ ୨'ର ଦ୍ୱିତୀୟ ଦିନର ଆୟ ।

ହିନ୍ଦୀ ସିନେମାର ଦମଦାର ଅଭିନେତା ଅଜୟ ଦେବଗନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର 'ଦୃଶ୍ୟମ ୨' ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । 'ଦୃଶ୍ୟମ ୨'କୁ ଲଗାତାର ଦର୍ଶକଙ୍କର ଏବଂ ସମାଲୋଚକଙ୍କର ଭଲ ପାଇବା ମିଳୁଛି । ତେବେ ଫିଲ୍ମର ଦୁଇ ଦିନର ଆୟକୁ ଆକଳନ କରାଯାଉଛି ଯେ ଖୁବ୍ ଶିଘ୍ର ଫିଲ୍ମଟି ସୁପରହିଟ୍ ଲିଷ୍ଟରେ ସାମିଲ୍ ହେବା ପାଇଁ ଯାଉଛି ।
'ଦୃଶ୍ୟମ ୨'ର ଶନିବାର ଆୟ
ଆଗୁଆ ବୁକିଂ ପାଇଁ 'ଦୃଶ୍ୟମ ୨' ଶନିବାର ଅର୍ଥାତ୍ ରିଲିଜ୍ ହେବାର ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ଚହଳ ସୃଷ୍ଟି କରିଛି । ବାଣିଜ୍ୟ ବିଶ୍ଳେଷକ ତରଣ ଆଦର୍ଶଙ୍କ ରିପୋର୍ଟ ଅନୁସାରେ ଦ୍ୱିତୀୟ ଦିନରେ 'ଦୃଶ୍ୟମ ୨' ଆୟରେ ୪୦% ବୃଦ୍ଧି ଘଟିଛି । ଯେଉଁଥି ପାଇଁ ଅଭିନେତା ଅଜୟ ଦେବଗାନଙ୍କ ଫିଲ୍ମ 'ଦୃଶ୍ୟମ ୨' ବକ୍ସ ଅଫିସରେ ଦ୍ୱିତୀୟ ଦିନରେ ୨୧.୫୯ କୋଟି ଆୟ କରିଛି । ଚଳଚ୍ଚିତ୍ର 'ବ୍ରହ୍ମାସ୍ତ୍ର' ପରେ 'ଦୃଶ୍ୟମ ୨' ଚଳିତ ବର୍ଷର ଦ୍ୱିତୀୟ ହିଟ୍ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । ଯାହା ରିଲିଜ୍ ହେବାର ଦ୍ୱିତୀୟ ଦିନରେ ବକ୍ସ ଅଫିସରେ ୨୦ କୋଟିରୁ ଅଧିକ ଟଙ୍କାର ବ୍ୟବସାୟ କରିଛି । ତେବେ ଅନୁମାନ କରାଯାଉଛି ନିର୍ଦ୍ଦେଶକ ଅଭିଷେକ ପାଠକଙ୍କ ଫିଲ୍ମ 'ଦୃଶ୍ୟମ ୨' ପ୍ରଥମ ସପ୍ତାହ ଶେଷରେ ପ୍ରାୟ ୪୫-୫୦ କୋଟି ମଧ୍ୟରେ ବ୍ୟବସାୟ କରିପାରେ ।
ସୂଚନାଥାଉ ଯେ, ରିଲିଜର ପ୍ରଥମ ଦିନରେ 'ଦୃଶ୍ୟମ ୨' ବକ୍ସ ଅଫିସରେ ୧୫ କୋଟିରୁ ଅଧିକ ଆୟ କରିଥିଲା । ଅନ୍ୟପକ୍ଷରେ ଅଜୟ ଦେବଗନଙ୍କ ଏହି ଚଳଚ୍ଚିତ୍ର ଦ୍ୱିତୀୟ ଦିନରେ ପ୍ରାୟ ୨୦-୨୧ କୋଟି ରୋଜଗାର କରିଛି । ଏଭଳି ପରିସ୍ଥିତିରେ, ବର୍ତ୍ତମାନ ସସପେନ୍ସ ଥ୍ରୀଲର 'ଦୃଶ୍ୟମ ୨'ର ମୋଟ ବକ୍ସ ଅଫିସ୍ ଆୟ ୩୬.୯୭ କୋଟି ଅତିକ୍ରମ କରିଛି । ତେବେ ସିନେମାର ସମସ୍ତ ଷ୍ଟାରକାଷ୍ଟଙ୍କର ଅଭିନୟକୁ ଖୁବ ପ୍ରଶଂସା କରାଯାଉଛି । ଅକ୍ଷୟ ଖାନ୍ନାଙ୍କ ଅନ୍ଦାଜ୍ ଜିଣୁଛି ଦର୍ଶକଙ୍କ ମନ । ସେହିପରି ଅଜୟ ଡାଇଲଗ୍ କହିବାର ଶୈଳୀ ଫିଲ୍ମରେ ଚାରଚାନ୍ଦ ଲଗାଉଛି । ମୋଟାମୋଟି ଭାବେ କହିବା ପାଇଁ ଗଲେ ସିନେମାର ସମସ୍ତ ଷ୍ଟାର ନିଜ ନିଜ ଚରିତ୍ରକୁ ଭଲ ଭାବେ ନିଭାଇଛନ୍ତି ।
-
ପ୍ରକାଶ ପାଇଲା ଟି-୨୦ ରାଙ୍କିଙ୍ଗ୍ : ବିଶ୍ୱର ନମ୍ବର ୧ ବ୍ୟାଟ୍ସମ୍ୟା କିଏ ଜାଣନ୍ତୁ… -
୨୦୨୬ ଟି-୨୦ ବିଶ୍ୱକପ ପାଇଁ ଶ୍ରେଷ୍ଠ ଏକାଦଶ ଘୋଷଣା କଲା ICC, ୪ ଭାରତୀୟ ଖେଳାଳଙ୍କୁ ମିଳିଲା ସ୍ଥାନ -
ବିମାନ ଯାତ୍ରା ଉପରେ ବି ମଧ୍ୟପ୍ରାଚ୍ୟ ଯୁଦ୍ଧର ପ୍ରଭାବ, ଟିକେଟ ମୂଲ୍ୟ ବୃଦ୍ଧି କଲା ଏୟାର ଇଣ୍ଡିଆ -
କେନ୍ଦ୍ର ସରକାରଙ୍କୁ କଡ଼ା ନିର୍ଦ୍ଦେଶ, କୋଭିଡ ୧୯ ଭ୍ୟାକସିନ ଯୋଗୁଁ ଯେଉଁ ଜୀବନ ଯାଇଛି, ସେମାନଙ୍କୁ କ୍ଷତିପୂରଣ ମିଳୁ -
ଯୁଦ୍ଧ ଭିତରେ ଇରାନ ସହ କଥା ହେଲା ଭାରତ, ଜାଣନ୍ତୁ କଣ ହେଲା ଆଲୋଚନା -
ଇରାନ ଉପରେ ଆକ୍ରମଣ ନେଇ ଟ୍ରମ୍ପଙ୍କ ବଡ ବୟାନ, ଇସ୍ରାଏଲ ସହ ମିଶି ୪୬ ଜାହାଜ.... -
ହରିଶ ରାଣାଙ୍କୁ ମିଳିଲା ଇଚ୍ଛାମୃତ୍ୟୁ -
T-20 ବିଶ୍ବକପ୍ ଚାମ୍ପିଅନ୍ ଟିମ୍କୁ ୧୩୧ କୋଟିର ପୁରସ୍କାର ରାଶି ଘୋଷଣା କଲା BCCI -
ସଚିନ ତେନ୍ଦୁଲକରଙ୍କୁ ପଛରେ ପକାଇଇଲେ ନୂଆ ରେକର୍ଡ କଲେ ଜସପ୍ରିତ ବୁମରାହ -
ଆମେରିକା, ଇସ୍ରାଏଲ-ଇରାନ ଯୁଦ୍ଧ ସମୟରେ ଭାରତ ଯେଉଁ ଅତ୍ୟାବଶ୍ୟକୀୟ ସାମଗ୍ରୀ ଆଇନ ଲାଗୁ କରିଛି ଜାଣନ୍ତୁ ତାହା କ’ଣ? -
ଇରାନ ପାଇଁ ଆମେରିକା ଋଷ ମୁହାଁମୁହିଁ , ଋଷକୁ ବଡ ଚେତାବନୀ ଦେଲେ ଆମେରିକା -
ଅନ୍ତର୍ଜାତୀୟ ମହିଳା ଦିବସରେ ଆର୍ଟସ୍ ଅଫ୍ ଉଇଭିଂର ପ୍ରଥମ ସ୍ଥାପନା ଦିବସ ପାଳିତ












Click it and Unblock the Notifications