ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ଖ୍ରୀଷ୍ଟମାସ ପାର୍ଟିରେ ଯୋଗ ଦେଲେ ଏହି ଅଭିନେତା
Dino Morea At PM Christmas Celebration: ବଲିଉଡ ସେଲିବ୍ରିଟିମାନେ ବେଶ୍ ଧୂମଧାମରେ ସେଲିବ୍ରେଟ୍ କରନ୍ତି ଖ୍ରୀଷ୍ଟମାସ । ନିଜ ବନ୍ଧୁ ଏବଂ ପରିବାର ସହିତ ଏହି ଦିନ ପାଳନ କରନ୍ତି, ଯାହାର ଫଟୋ ଏବଂ ଅନେକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥାଏ । 25 ଡିସେମ୍ବରରେ ପ୍ରଧାନମନ୍ତ୍ରୀଙ୍କ ମୋଦିଙ୍କ ବାସଭବନରେ ମଧ୍ୟ ଖ୍ରୀଷ୍ଟମାସ ଉତ୍ସବର ଆୟୋଜିତ ହୋଇଥିଲା ।
ଯେଉଁଠାରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟର ଅନେକ ଲୋକ ପହଞ୍ଚିଥିଲେ । ସେହିପରି ବର୍ତ୍ତମାନ ଚର୍ଚ୍ଚାରେ ଅଛନ୍ତି ଅଭିନେତା ଡିନୋ ମୋରିୟା । ବଲିଉଡ ଅଭିନେତା ଡିନୋ ମୋରିୟା ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଅଭିନେତା ସୋସିଆଲ ମିଡିଆରେ ଏହି ଫୋଟ ପୋଷ୍ଟ କରିଛନ୍ତି । ଯାହାକୁ ଏବେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି ।

ପିଏମ ମୋଦିଙ୍କ ସହ କଥାବାର୍ତ୍ତା ବେଳେ ଡିନୋ ଏକ ଫଟୋ ନିଜ ସୋସିଆଲ ମିଡିଆ ପ୍ରୋଫାଇଲରେ ସେୟାର କରିଛନ୍ତି । ସେ ଏହି ଫଟୋ ପୋଷ୍ଟ କରି ଲେଖିଛନ୍ତି ଚଳିତ ବର୍ଷ ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନ ଖୁବ୍ ଖାସ ରହିଲା ।
ଡିନୋ ମୋରିୟା ଏହି କାର୍ଯ୍ୟକ୍ରମପ ଅନେକ ଫଟୋ ସେୟାର କରିଛନ୍ତି । ଫଟୋ ସେୟାର କରି ସେ ଲେଖିଛନ୍ତି - ଚଳିତ ବର୍ଷର ଖ୍ରୀଷ୍ଟମାସ ମଧ୍ୟାହ୍ନ ଭୋଜନ ଖୁବ୍ ଖାସ୍ ଥିଲା । ଖ୍ରୀଷ୍ଟମାସ ଅବସରରେ ମଧ୍ୟାହ୍ନ ଭୋଜନ ପାଇଁ ନିଜ ଘରକୁ ଆମନ୍ତ୍ରଣ କରିଥିବାରୁ ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଧନ୍ୟବାଦ । ଆପଣଙ୍କୁ ଭେଟିବା ଏବଂ କଥା ହେବା ଖୁବ୍ ସୁନ୍ଦର ମୂହୁର୍ତ୍ତ ଥିଲା ।












Click it and Unblock the Notifications