ହାଇଦ୍ରାବାଦ କନସର୍ଟ ପୂର୍ବରୁ ଦଲଜିତ ଦୋସାଞ୍ଜଙ୍କୁ ନୋଟିସ୍
ହାଇଦ୍ରାବାଦ: ପଞ୍ଜାବୀ ଗାୟକ ଦଲଜିତ ଦୋସାଞ୍ଜ ବର୍ତ୍ତମାନ ଦିଲ-ଲୁମିନାଟି ଟୁରର ଭାରତ ଗସ୍ତରେ ଅଛନ୍ତି। ଏହାରି ମଧ୍ୟରେ ହାଇଦ୍ରାବାଦ କନସର୍ଟ ହେବାକୁ ଥିବାବେଳେ ତାଙ୍କୁ ଏକ ବଡ଼ ଝଟକା ଲାଗିଛି। ହାଇଦ୍ରାବାଦରେ ହେବାକୁ ଥିବା ଲାଇଭ୍ ସୋରେ 'ପଟିଆଲା ପେଗ୍' ସମେତ କିଛି ଗୀତ ନ ଗାଇବାକୁ ତେଲେଙ୍ଗାନା ଜିଲ୍ଲା ମାଜିଷ୍ଟ୍ରେଟ୍ ତାଙ୍କୁ ନୋଟିସ୍ ଜାରି କରିଛନ୍ତି। ଦିଲଜିତ ଦିଲ୍ଲୀର ଜବାହରଲାଲ ନେହରୁ ଷ୍ଟାଡିୟମ ଏବଂ ଜୟପୁରରେ ଦିଲ୍-ଲୁମିନିଟି କନ୍ସର୍ଟରେ ଏପରି ସଙ୍ଗୀତ ପରିବେଷଣ କରିଥିବା ଭିଡିଓ ପୋଷ୍ଟ କରିଥିଲେ ପଣ୍ଡିତରାଓ ଧରେନାବର।
ଆଜି ହାଇଦ୍ରାବାଦରେ ଦିଲଜିତଙ୍କ କାର୍ୟ୍ୟକ୍ରମ ଥିବାବେଳେ ତେଲାଙ୍ଗାନା ସରକାର ଏପରି ନୋଟିସ୍ ପଠାଇଛନ୍ତି । ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରବର୍ତ୍ତାଉ ଥିବା ଭଳି ସଂଗୀତ ପରିବେଷଣରୁ ଦୂରେଇ ରହିବା ସହ ଲାଇଭ୍ ଶୋ' ସମୟରେ ଛୋଟ ପିଲାଙ୍କୁ ଷ୍ଟେଜରେ ବ୍ୟବହାର ନକରିବା ଏବଂ ଉଚ୍ଚ ସ୍ୱରରେ ମ୍ୟୁଜିକ୍ ନ ବଜାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।ରଙ୍ଗା ରେଡ୍ଡୀ ଜିଲ୍ଲାର ମହିଳା ଓ ଶିଶୁ ବିକାଶ ଏବଂ ଭିନ୍ନକ୍ଷମ ଓ ବରିଷ୍ଠ ନାଗରିକ କଲ୍ୟାଣ ବିଭାଗ ପକ୍ଷରୁ ଏହି ନୋଟିସ୍ ଜାରି କହାଯାଇଛି।

ନୋଟିସରେ କୁହାଯାଇଛି ଯେ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁଯାୟୀ, ୧୩ ବର୍ଷରୁ କମ୍ ପିଲାମାନେ ୧୨୦ ଡେସିବଲରୁ ଅଧିକ ଧ୍ୱନି ସ୍ତରରରୁ ଦୂରେଇ ରହିବା ଉଚିତ୍। ତେଣୁ ଲାଇଭ୍ ଶୋ ସମୟରେ ଏଥିପ୍ରତି ଆୟୋଜକ ଧ୍ୟାନ ଦେବା ଉଚିତ୍।ପ୍ରକାଶ ଥାଉକି, ଦିଲ୍-ଲୁମିନିଟି କନ୍ସର୍ଟ ୧୧ଟି ସହରେ ପରିବେଷଣ ହେବାର କାର୍ୟ୍ୟକ୍ରମ ରହିଛି। ଅକ୍ଟୋବର ୨୬ରୁ ଏହି ପ୍ରୋଗ୍ରାମ ଆରମ୍ଭ ହୋଇଛି। ହାଇଦ୍ରାବାଦରେ ଆଜି ତୃତୀୟ ଶୋ' ଅଛି।












Click it and Unblock the Notifications