ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ Diljit Dosanjh, ଗୀତ ଗାଇ କଲେ ମନୋରଞ୍ଜନ୍, ଭାଇରାଲ ହେଲା ଭିଡିଓ

Diljit Dosanjh Meet PM Narendra Modi: ସୋସିଆଲ ମିଡିଆରେ ଆଜିକାଲି ଲାଇମଲାଇଟରେ ରହିଛନ୍ତି ପଞ୍ଜାବୀ ଗାୟକ ଦିଲଜିତ ଦୋସାଞ୍ଜ । 2024 ମସିହାରେ, ତାଙ୍କର 'ଦିଲ୍-ଲୁମିନାଟି ଟୁର୍' ଲୋକଙ୍କ ହୃଦୟ ଜିଣିବାରେ ସଫଳ ହୋଇଛି । ଭାରତର ଅନେକ ସହରରେ ଆୟୋଜିତ ହୋଇଥିବା ତାଙ୍କ ଲାଇଭ୍ କନ୍ସର୍ଟରେ ଲକ୍ଷ ଲକ୍ଷ ଲୋକ ଯୋଗ ଦେଇଥିଲେ । ସୋସିଆଲ ମିଡିଆରେ ଦିଲଜିତଙ୍କ କନସର୍ଟ ଡ୍ରେଣ୍ତରେ ରହିଥିଲା । ସୋସିଆଲ ମିଡିଆରେ ଅନେକ ଛୋଟ ଛୋଟ ଭିଡିଓ ଭାଇରାଲ ମଧ୍ୟ ଭାଇରାଲ ହୋଇଥିଲା ।

ବର୍ତ୍ତମାନ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟିବା ସହ ଦିଲଜିତ 2025 ବର୍ଷ ଆରମ୍ଭ କରିଥିଲେ। ଦିଲଜିତ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏହି ବୈଠକର ଏକ ଫଟୋ ସେୟାର କରିଛନ୍ତି । ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି । ଲୋକଙ୍କ ଭିନ୍ନ ଭିନ୍ନ ପ୍ରତିକ୍ରିୟା ମଧ୍ୟ ଦେଖିବା ପାଇଁ ମିଳୁଛି ।

Diljit Dosanjh

ଏହା ବ୍ୟତୀତ ଦିଲଜିତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଇନଷ୍ଟାଗ୍ରାମରେ ଏକ ଭିଡିଓ ମଧ୍ୟ ସେୟାର କରିଛନ୍ତି । ଏହି ଭିଡିଓ ରିଲ୍ ଆରମ୍ଭରେ, ଦିଲଜିତ୍ ହାତରେ ଏକ ବଡ ଫୁଲ ବୁକେ ଧରି PMO କାର୍ଯ୍ୟାଳୟରେ ପ୍ରବେଶ କରୁଥିବା ଦେଖିବାକୁ ମିଳିଛି । ଏହା ପରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଫୁଲତୋଡା ଦେଉଛନ୍ତି ।

ସେହିପରି ଉଭୟଙ୍କ ମଧ୍ୟରେ ଅନେକ ପ୍ରସଙ୍ଗରେ ଆଲୋଚନା ହେଉଛି । ଏଥି ସହିତ ପ୍ରଧାନମନ୍ତ୍ରୀ ମୋଦି ମଧ୍ୟ ଦିଲଜିତଙ୍କୁ ପ୍ରଶଂସା କରି କହିଛନ୍ତି - ଯେତେବେଳେ ଭାରତର ଏକ ଗାଁର ଯୁବକ ନିଜ ନାମକୁ ବିଶ୍ୱରେ ପ୍ରସିଦ୍ଧ କରେ ସେତେବେଳେ ଖୁବ୍ ଭଲ ଲାଗେ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗାୟକ ଦିଲଜିତ ଦୋସାଞ୍ଜଙ୍କୁ କହିଛନ୍ତି - ଆପଣ ନିଜ ନାମରେ ସତ୍ୟ ଅଟନ୍ତି ଏବଂ ଆପଣ ଯେଉଁଆଡେ ଯାଆନ୍ତୁ ଲୋକଙ୍କ ହୃଦୟ ଜିତୁଛନ୍ତି। ଦିଲଜିତ ମଧ୍ୟ ପିଏମ ମୋଦିଙ୍କ ସହ ଯୋଗ ବିଷୟରେ ଆଲୋଚନା କରୁଥିବା ଦେଖିବାକୁ ମିଳିଛି।

ନିଜ ଜୀବନରେ ଯୋଗକୁ ଗ୍ରହଣ କରିବା ପରେ ଅନେକ ପରିବର୍ତ୍ତନ ହୋଇଛି ବୋଲି କହିଛନ୍ତି ପଞ୍ଜାବୀ ସିଙ୍ଗର୍ । 'ମୁଁ ମୋ ଭାରତ ମହାନ' ର ପ୍ରକୃତ ଅର୍ଥ ବୁଝିପାରଛି । ପରେ ଦିଲଜିତ ଶିଖ ଗୁରୁ ଗୁରୁ ନାନକ ଦେବ ଜୀଙ୍କର ଏକ ଗୀତ ମଧ୍ୟ ଗାଇଛନ୍ତି ।ପ୍ରଧାନମନ୍ତ୍ରୀ ଏହି ଗୀତକୁ ଉପଭୋଗ କରିଥିଲେ ।
ପ୍ରଧାନମନ୍ତ୍ରୀ ତାଙ୍କୁ ଆଶୀର୍ବାଦ ମଧ୍ୟ କରିଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+