DID Super Moms Season 3 : ଦିନ ମଜୁରିଆ ବର୍ଷା ୱିନର

DID Super Moms Season 3 : ଦିନ ମଜୁରିଆ ବର୍ଷା ୱିନର

ମୁମ୍ବାଇ: ଦିନେ ନିର୍ମାଣାଧୀନ କୋଠାରେକାମ କରି ଦିନକୁ ୪୦୦ରୁ ୫୦୦ ଟଙ୍କା ରୋଜଗାର କରୁଥିଲେ ହେଲେ ଆଜି ପୁରା ଦେଶରେ କରୁଛନ୍ତି ରାଜ । ନିଜ ଡ୍ୟାନ୍ସରେ ଲକ୍ଷ ଲକ୍ଷ ଲୋକଙ୍କୁ ଇମପ୍ରେସ କରିଛନ୍ତି ହରିୟାଣାର ଜଣେ ଦିନ ମଜୁରିଆ ମହିଳା । ସଫଳତା ଯେତିକି ସୁନ୍ଦର, ସଂଘର୍ଷ ତାଠୁ ଅଧିକ କଷ୍ଟକର ଥିଲା । ଡ୍ୟାନ୍ସ ଶିଖିବାର କୌଣସି ଇଚ୍ଛା ନଥିଲା । ହେଲେ ସେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସର ଅଡିସନ୍ ବିଷୟରେ ଶୁଣିବା ପରଠୁ ହିଁ ମଞ୍ଚରେ ନିଜ ଡ୍ୟାନ୍ସର କମାଲ ଦେଖାଇବା ପାଇଁ ସ୍ଥିର କରିଥିଲେ ବର୍ଷା ।

DID Super Moms Season 3

ଜୀ ଟିଭିରେ ମା ମାନଙ୍କୁ ନେଇ ପ୍ରସାରିତ ହେଉଥିବା ଡ୍ୟାନ୍ସ ରିଅଲିଟି ଶୋ 'ସୁପର ମମ୍‌ସ୍‌ର ସିଜିନ୍‌-୩'ର ତୃତୀୟ ସିଜନ୍ ସୁପର ହିଟ୍ ବୋଲି ପ୍ରମାଣିତ ହୋଇଛି । ଗତ ରାତିରେ ଅର୍ଥାତ୍ ୨୫ ସେପ୍ଟେମ୍ବର ୨୦୨୨ ରେ ଏହାର ଗ୍ରାଣ୍ଡ୍ ଫାଇନାଲ୍ ଅନୁଷ୍ଠିତ ହୋଇଯାଇଛି । ଏହି ସିଜିନର ଟ୍ରଫି ହରିୟାଣାର ବାସିନ୍ଦା ବର୍ଷା ବୁମରା ଜିତିଛନ୍ତି । ଶୋ' ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ସେ ନିଜ ଡ୍ୟାନ୍ସରେ ଦର୍ଶକଙ୍କ ସହିତ ବିଚାରପତିମାନଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଥିଲେ । ସେ ସମସ୍ତ ପ୍ରତିଯୋଗୀଙ୍କୁ ପଛରେ ପକାଇ 'DID Super Moms Season 3'ର ବିଜେତା ସାଜିଛନ୍ତି ।

ଟ୍ରଫି ସହ ୭.୫ ଲକ୍ଷ ଟଙ୍କାର ପୁରସ୍କାର ରାଶି ମଧ୍ୟ ଜିତିଛନ୍ତି ବର୍ଷା । ବର୍ଷାଙ୍କ ଏ ଯାତ୍ରା ବେଶ୍ କଣ୍ଟକିତପୂର୍ଣ୍ଣ ଥିଲା । ସେ ଶୋ'ର ବିଜେତା ହେବା ପରେ ବଖାଣିଥିଲେ ତାଙ୍କ ସଂଘର୍ସମୟ ଜୀବନର କାହାଣୀ 'ମୁଁ ୧ ଲକ୍ଷ ଟଙ୍କା ରୋଜଗାର କରିବାର ସ୍ୱପ୍ନ ମଧ୍ୟ କେବେ ଦେଖି ନାହିଁ, ୭ ଲକ୍ଷ ଟଙ୍କା ପାଇବା ମୋ ପାଇଁ ଏକ ସ୍ୱପ୍ନ ପରି ମନେ ହେଉଛି । ସୋଶାଲ ମିଡିଆରେ ବର୍ତ୍ତିକାଙ୍କର ଭିଡିଓ ଦେଖିବା ପରେ ମୋର ଡ୍ୟାନ୍ସ ପାଇଁ ଆଗ୍ରହ ପ୍ରକାଶ ପାଇଥିଲା । । ଭିଡିଓ ଦେଖି ପ୍ରତିଦିନ ୧୦ ମିନିଟ୍ ଡ୍ୟାନ୍ସ ଅଭ୍ୟାସ କରୁଥିଲି । ହେଲେ କେବେ ଭାବିନଥିଲି ଯେ ଏତେ ବଡ ମଞ୍ଚରରେ କେବେ ଡ୍ୟାନ୍ସ କରି ବିଜେତା ସାଜିବି ବୋଲି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+