ଗୋବିନ୍ଦା-ରଶ୍ମିକା ମନ୍ଦାନାଙ୍କ ସୁପରହିଟ୍ ଡ୍ୟାନ୍ସ, ଫ୍ୟାନ୍ସ କହିଲେ ଜବରଦସ୍ତ ଯୋଡି
ଗୋବିନ୍ଦା-ରଶ୍ମିକା ମନ୍ଦାନାଙ୍କ ସୁପରହିଟ୍ ଡ୍ୟାନ୍ସ, ଫ୍ୟାନ୍ସ କହିଲେ ଜବରଦସ୍ତ ଯୋଡି
ମୁମ୍ବାଇ: ସାଉଥର ପ୍ରସିଦ୍ଧ ତାରକା ଅଭିନେତ୍ରୀ ରଶ୍ମିକା ମନ୍ଦାନା ଖୁବ ଶୀଘ୍ର ବଲିଉଡରେ ଡେବ୍ୟୁ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରରେ ରଶ୍ମିକା ମେଗାଷ୍ଟାର ଅମିତାଭ ବଚ୍ଚନ ଏବଂ ଅଭିନେତ୍ରୀ ନୀନା ଗୁପ୍ପାଙ୍କ ସହ କାମ କରୁଛନ୍ତି । ଫିଲ୍ମର ନାମ ହେଉଛି 'ଗୁଡ୍ ବାଏ' । ଏହି ଚଳଚ୍ଚିତ୍ରର ପ୍ରମୋସନ ପାଇଁ ରଶ୍ମିକା ଟିଭିର 'ଡ୍ୟାନ୍ସ ରିଆଲିଟି ଶୋ 'DID Super Moms ' ରେ ଯୋଗଦେବାକୁ ଆସିଥିଲେ । ଶୋ'ରେ ରଶ୍ମିକା ପୁଷ୍ପା ଚଳଚ୍ଚିତ୍ରର ସୁପରହିଟ୍ ଗୀତ ସାମିରେ ଡ୍ୟାନ୍ସ ମଧ୍ୟ କରିଥିଲେ । ହେଲେ ସବୁଠୁ ଖାସ ଥିଲା ରଶ୍ମିକା ଓ ଗୋବିନ୍ଦାଙ୍କ ସାମି-ସାମି ଗୀତରେ ଜବରଦସ୍ତ ଡ୍ୟାନ୍ସ । ଗୋବିନ୍ଦା ଏବଂ ରଶ୍ମିକାଙ୍କ ଡ୍ୟାନ୍ସର ଏହି ଭିଡିଓ ସୋଶାଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଏହି ଶୋ'ର ଗ୍ରାଣ୍ତ ଫାଇନାଲରେ ଉଭୟଙ୍କୁ ଏକାଠି ଦେଖିବା ପାଇଁ ମିଳିଥିଲା ।

ରଶ୍ମିକା ସାଉଥ୍ ଚଳଚ୍ଚିତ୍ର ପରେ ଏବେ ବଲିଉଡ ଫିଲ୍ମରେ ନିଜ ଅଭିନୟରେ ଦର୍ଶକଙ୍କ ମନ ଜିଣିବା ପାଇଁ ଯାଉଛନ୍ତି । ଫିଲ୍ମ 'ଗୁଡ୍ ବାଏ' ଏକ ପାରିବାରିକ କାହାଣୀ । ଯାହା ସିମେପ୍ରେମୀଙ୍କୁ ନିଶ୍ଚୟ ପସନ୍ଦ ଆସିବ । ଏହି ଫିଲ୍ମ ଜରିଆକେ ରଶ୍ମିକା ପ୍ରଥମ ଥର ଅମିତାଭ ବଚ୍ଚନଙ୍କ ସହ ନଜର ଆସିବା ପାଇଁ ଯାଉଛନ୍ତି । ବିଗ୍ ବି ମଧ୍ୟ ରଶ୍ମିକାଙ୍କ ଅଭିନୟ ତାଙ୍କ କାମ କରିବା ଶୈଳିକୁ ଅନେକ ଥର ପ୍ରଶଂସା କରିସାରିଛନ୍ତି ।

ଚଳଚ୍ଚିତ୍ରର ପ୍ରମୋସନ ପାଇଁ ରଶ୍ମିକା ଟିଭି ଶୋ 'DID Super Moms'ରେ ପହଞ୍ଚିଥିଲେ । ଯେଉଁଠାରେ ତାଙ୍କ ପ୍ରଶଂସକମାନେ ତାଙ୍କୁ ସାମି-ସାମି ଗୀତରେ ନାଚିବାକୁ କହିଥିଲେ ଓ ଯାହା ପରେ ଦେଖିବା ପାଇଁ ମିଳିଥିଲା ଗୋବିନ୍ଦା ଓ ଅଭିନେତ୍ରୀଙ୍କ ସୁପରହିଟ୍ ଡ୍ୟାନ୍ସ ।












Click it and Unblock the Notifications