ସଲମାନଙ୍କୁ ଭେଟିଲେ ଐଶ୍ୱର୍ଯ୍ୟାଙ୍କ ଝିଅ ଆରାଧ୍ୟା!: ଜାଣନ୍ତୁ ଏହା ପଛର ସତ୍ୟତା
ମୁମ୍ବାଇ: ସଲମାନ ଖାନ ଏବେ ତାଙ୍କର ଆଗାମୀ ଚଳଚ୍ଚିତ୍ର ସିକନ୍ଦର ସୁଟିଂରେ ବ୍ୟସ୍ତ ଅଛନ୍ତି। ପ୍ରତିଦିନ ଏହି ଚଳଚ୍ଚିତ୍ର ସହ ଜଡିତ ଅପଡେଟ୍ ଏବଂ ସେଟ୍ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ସମୟରେ ସଲମାନ ଖାନଙ୍କ ସିକନ୍ଦର ସୁଟିଂ ସମୟରେ ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନଙ୍କ ଝିଅ ଆରାଧ୍ୟା ସେଟ୍ରେ ଭାଇଜାନଙ୍କୁ ସାକ୍ଷାତ କରିଥିବା ଦେଖିବାକୁ ମିଳୁଛି। କହିରଖୁଛୁ କି, ଐଶ୍ୱର୍ଯ୍ୟା ରାୟ ଏବଂ ସଲମାନ ଖାନ ପୂର୍ବରୁ ଅତି ନିକଟତର ଥିଲେ।
କିନ୍ତୁ ପରେ ଐଶ୍ୱର୍ଯ୍ୟା ଅଭିଷେକ ବଚ୍ଚନଙ୍କୁ ବିବାହ କରିବା ପରେ ଦୁହିଁଙ୍କ ରାସ୍ତା ଅଲଗା ହୋଇଯାଇଥିଲା। ସଲମାନ ଖାନ ଏକୁଟିଆ ହୋଇଯାଇଥିଲେ। ଏବେ ବି ଲୋକେ ସେମାନଙ୍କ ପ୍ରେମ ବିଷୟରେ ଅନେକ କଥାବାର୍ତ୍ତା କରନ୍ତି। ତେବେ ଐଶ୍ୱର୍ଯ୍ୟା ଏବଂ ଅଭିଷେକଙ୍କ ବିବାହର ବହୁ ବର୍ଷ ପରେ ଉଭୟଙ୍କ ମଧ୍ୟରେ ମତଭେଦ ଖବର ସାମ୍ନାକୁ ଆସିଛି।

ଏମିତି ବି କୁହାଯାଉଛି ଯେ ଦୁହେଁ ଏକାଠି ରୁହନ୍ତି ନାହିଁ। ଏଭଳି ଚର୍ଚ୍ଚା ମଧ୍ୟରେ ସଲମାନ ଓ ଆରାଧ୍ୟାଙ୍କ ଫଟୋ ଭାଇରାଲ ସୋସିଆଲ ମିଡିଆରେ ଆଲୋଡ଼ନ ସୃଷ୍ଟି ହୋଇଛି। ଏହି ଫଟୋ ଭାଇରାଲ ହେବା ପରେ ଚର୍ଚ୍ଚା ଜୋର ଧରିଛି । କିନ୍ତୁ ଅସଲ କଥା ଜାଣିଲେ ଆପଣ ବି ତାଜୁବ ହୋଇଯିବେ । କାରଣ ଏହି ଫଟୋଟି ସମ୍ପୂର୍ଣ୍ଣ ଭାବେ ନକଲି ।
ଆରାଧ୍ୟାଙ୍କ ଫଟୋକୁ ଏଡିଟ କରି ଭାରତୀୟ ବକ୍ସର ନିଖତ ଜରିନଙ୍କ ଚେହେରା ଉପରେ ଲଗାଯାଇଛି । ଏହି ଭାଇରାଲ ଫଟୋରେ ଆରାଧ୍ୟାଙ୍କ ଚେହେରା ଜରିନଙ୍କ ଚେହେରା ଉପରେ ଲଗାଯାଇଥିବା ଜଣାପଡ଼ିଛି ।












Click it and Unblock the Notifications