Get Updates
Get notified of breaking news, exclusive insights, and must-see stories!

ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କୁ ଡ୍ରଗ୍ସ ଦେଇଥିଲେ କି ରିୟା ଚକ୍ରବର୍ତ୍ତୀ! ଜାଣନ୍ତୁ କ'ଣ କହିଲେ ଅଭିନେତ୍ରୀ

Rhea Chakraborty On Sushant Sing Rajput Death: ବଲିଉଡର ସ୍ୱର୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ଦେହାନ୍ତ ହେବାର ତିନି ବର୍ଷ ବତିଗଲାଣି । ହେଲେ ଆଜି ବି ପ୍ରଶଂସକ ମନରେ ସେ ରାଡ କରନ୍ତି । ଏହି ମାମଲାରେ ସୁଶାନ୍ତଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ସମସ୍ତଙ୍କ ଟାର୍ଗେଟରେ ଥିଲେ । ୨୦୨୦ ବର୍ଷ ତାଙ୍କ ଜୀବନ ବଦଳାଇ ଦେଇଥିଲା ।

୧୪ ଜୁନ୍ ୨୦୨୦ରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତଦେହ ତାଙ୍କ ବାନ୍ଦ୍ରାସ୍ଥିତ ଘରୁ ପୋଲିସ ଜବତ କରିଥିଲା । ଏହା ପରେ ମାମଲା ସିବିଆଇକୁ ହସ୍ତାନ୍ତର କରାଯାଇଥିଲା କିନ୍ତୁ ଆଜି ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁ ରହସ୍ୟର ସମାଧାନ ହୋଇପାରି ନାହିଁ। ବର୍ତ୍ତମାନ 3 ବର୍ଷ ପରେ ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ପରେ ରିୟା ଚକ୍ରବର୍ତ୍ତୀ ଖୋଲାଖୋଲି ଭାବେ କଥା ହୋଇଛନ୍ତି। ଏକ ସାକ୍ଷାତକାର ସମୟରେ ସୁଶାନ୍ତଙ୍କୁ ଡ୍ରେଗ୍ସ ଦେଉଥିବା କଥା ବିଷୟରେ ଆଲୋଚନା କରିଛନ୍ତି ।

Rhea Chakraborty

ନିକଟରେ ଇଣ୍ଡିଆ ଟୁଡେକୁ ଦିଆଯାଇଥିବା ଏକ ସାକ୍ଷାତକାରରେ ରିୟା ସୁଶାନ୍ତ ସିଂ ରାଜପୁତଙ୍କ ବିଷୟରେ ଅନେକ ଖୁଲାସା କରିଥିଲେ। ସେ କହିଛନ୍ତି ଯେ, ଏହି ଘଟଣା ପରେ ଲୋକମାନେ ତାଙ୍କୁ ଖୁବ ଘୃଣା କରିବା ଆରମ୍ଭ କରିଥିଲେ । ଅଭିନେତ୍ରୀ କହିଛନ୍ତି, 'ଯେତେବେଳେ ମୁଁ ଗୋଟିଏ କୋଠରୀକୁ ଆସୁଥିଲି, ସେତେବେଳେ ମୁଁ ଲୋକଙ୍କ ମୁହଁରେ ସ୍ପଷ୍ଟ ଦେଖିପାରୁଥିଲି। ଲୋକମାନେ ମୋତେ ଦୟା ଦେଖାଉ ଥିଲେ । ସେମାନେ ଏହା ମଧ୍ୟ କହୁଥିଲେ ଯେ, ମୁଁ ବଞ୍ଚିଛି କେମିତି । ଯଦିଓ କିଛି ଲୋକ ମୋତେ ସପୋର୍ଟ ମଧ୍ୟ କରୁଥିଲେ । କିନ୍ତୁ ଏହା ମୋ ପାଇଁ ଆଦୌ ଗୁରୁତ୍ୱପୂର୍ଣ୍ଣ ନୁହେଁ। "

ଏହା ପରେ ଯେତେବେଳେ ରିୟାଙ୍କୁ ପଚରାଗଲା ଯେ ସେ ସୁଶାନ୍ତଙ୍କୁ ଡ୍ରଗ୍ସ ବିକ୍ରି କରିଥିଲେ କି? ଅଭିନେତ୍ରୀ ଏହି ପ୍ରଶ୍ନର ଉତ୍ତର ଦେଇ ନଥିଲେ । ସେ କହିଛନ୍ତି, "ବର୍ତ୍ତମାନ ମୁଁ ଏହି ବିଷୟରେ କହିବାକୁ ଚାହେଁ ନାହିଁ। ମୁଁ ଡ୍ରଗ୍ସ, ଏନସିବି କିମ୍ବା ସିବିଆଇ ବିଷୟରେ କହିବାକୁ ଚାହେଁ ନାହିଁ।" ସୁଶାନ୍ତଙ୍କ ମୃତ୍ୟୁ ପରେ ରିୟାଙ୍କୁ ସୋସିଆଲ ମିଡିଆରେ ଖୁବ ଟ୍ରୋଲ କରାଯାଇଥିଲା । ହେଲେ ବର୍ତ୍ତମାନ ସେ ନର୍ମାଲ ଲାଇଫ୍ ବଞ୍ଚିବା ପାଇଁ ଚେଷ୍ଟା କରୁଛନ୍ତି । ସବୁ କିଛି ଭୁଲି ଆଗକୁ ବଢିବା ପାଇଁ ଚାହୁଁଛନ୍ତି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+