ପୁଣି ଅନୁଭବଙ୍କ ଦିଲ୍ଲୀ ଫଟୋକୁ ନେଇ ଚର୍ଚ୍ଚା, ସୋସିଆଲ ମିଡିଆରେ ଭାଇରାଲ
ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରପଡ଼ା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି । ପୁଣି ଅନୁଭବଙ୍କ ଦିଲ୍ଲୀ ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।
ଭୁବନେଶ୍ୱର: ପୁଣିଥରେ ଚର୍ଚ୍ଚାରେ କେନ୍ଦ୍ରପଡ଼ା ସାଂସଦ ତଥା ଓଲିଉଡ଼ ସୁପରଷ୍ଟାର ଅନୁଭବ ମହାନ୍ତି । ପୁଣି ଅନୁଭବଙ୍କ ଦିଲ୍ଲୀ ଫଟୋକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା । ସୋସିଆଲ ମିଡିଆରେ ଭାଇରାଲ ହେଉଛି ଏମିତି କିଛି ଫଟୋ । ତେବେ ଫଟୋ ଭାଇରାଲ ପରେ ଫ୍ୟାନ୍ସଙ୍କ ମନରେ ପ୍ରଶ୍ନ କଣ ପୁଣି ବାହା ହେଲେ କି ଅନୁଭବ ?

ଅନୁଭବ ବରବେଶରେ ଥିବା ବେଳେ ବୋହୂ ବେଶରେ ଜଣେ ଯୁବତୀଙ୍କୁ ଦେଖିବାକୁ ମିଳିଛି। ଭାଇରାଲ୍ ଫଟୋ ଓ ଭିଡିଓରୁ ଏହା ଏକ ବିବାହ ଉତ୍ସବର ପରିବେଶ ଭଳି ମଧ୍ୟ ମନେ ହେଉଛି। ଉତ୍ସବରେ ବହୁ ଲୋକଙ୍କୁ ଏକାଠି ହୋଇଥିବା ମଧ୍ୟ ଦେଖିବାକୁ ମିଳିଛି । ତେବେ ଫଟୋଟିକୁ ପୋଷ୍ଟ କରିଛନ୍ତି ଅନୁଭବଙ୍କ ଜଣେ ସାଙ୍ଗ । ଫଟୋ ଭାଇରାଲ ପରେ ଅନୁଭବଙ୍କୁ ଛୁଟୁଛି ଶୁଭେଚ୍ଛା ବାର୍ତ୍ତା ।

ତେବେ ଅନୁଭବଙ୍କ ଏହି ବର ବେଶ ତାଙ୍କର ଆଗାମୀ ଫିଲ୍ଲର ଶୁଟିଂ ପାଇଁ ବୋଲି ବୋଲି ଚର୍ଚ୍ଚା ହେଉଛି । କାରଣ ଏବେ ଅନୁଭବ ମହାନ୍ତି ଆଗାମୀ ଫିଲ୍ମ ଲଭ୍ ଇନ୍ ଲଣ୍ଡନର ଶୁଟିଂ ବିଭିନ୍ନ ସ୍ଥାନରେ ଚାଲିଛି । ଅନେକ ସମୟରେ ଶୁଟିଂ ସେଟର ବିଭିନ୍ନ ଫଟୋ ଓ ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏଥି ସହିତ ନିଜେ ଅନୁଭବ ମଧ୍ୟ ଶୁଟିଂ ସମୟର କିଛି କିଛି ଫଟୋ ପୋଷ୍ଟ କରିଥାନ୍ତି । ତେବେ ଏହି ବର ବେଶର ଫଟୋ ଶୁଟିଂ ସମୟର କି ନା ସତ ସତିକା, ତାହା ଏବେ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରି ନାହିଁ ।













Click it and Unblock the Notifications