Pushpa 2 'OTT': ଏହି ଓଟିଟି' ପ୍ଲାଟଫର୍ମରେ ରିଲିଜ୍ ହେବ ଫିଲ୍ମ ପୁଷ୍ପା-୨

Pushpa 2 OTT' Rights: ପ୍ରଶଂସକମାନେ ଉତ୍ସାହର ସହିତ ଆଲ୍ଲୁ ଅର୍ଜୁନଙ୍କ ଫିଲ୍ମ ପୁଷ୍ପା-୨'କୁ ଅପେକ୍ଷା କରିଛନ୍ତି । ଏହି ସିନେମାର ପ୍ରଥମ ଭାଗ ବେଶ୍ ଲୋକପ୍ରିୟତା ହାସଲ କରିଥିଲା, ଯାହା ପରେ ଦ୍ୱିତୀୟ ଭାଗକୁ ନେଇ ସିନେପ୍ରମା କ୍ରେଜ୍ ବୃଦ୍ଧି ପାଇଛି । ନିର୍ମାତାମାନେ ପୁଷ୍ପାର ପାର୍ଟକୁ ନେଇ ପ୍ରତ୍ୟେକ ଦିନ କିଛି ନା କିଛି ଅପଡେଟ୍ ଦେଉଛନ୍ତି, ଯେଉଁଥି ପାଇଁ ଲୋକଙ୍କ ମଧ୍ୟ ଉତ୍ସାହ ମଧ୍ୟ ବଜାୟ ରହୁଛି ।

Allu Arjun s Film Pushpa 2

ସମୟ ସମୟରେ ଫିଲ୍ମର ଅଭିନେତା-ଅଭିନେତ୍ରୀଙ୍କ ନୂଆ ନୂଆ ପୋଷ୍ଟର ମଧ୍ୟ ରିଲିଜ୍ କରାଯାଉଛି । ଏଥର ସମସ୍ତଙ୍କୁ ଲୁକ୍ ଖୁବ୍ ଜବରଦସ୍ତ ରହିଛି । ନିକଟରେ ଆଲ୍ଲୁ ଅର୍ଜୁନଙ୍କ ଜନ୍ମଦିନରେ ଫିଲ୍ମର ଟିଜର ରିଲିଜ କରାଯାଇଥିଲା । ବର୍ତ୍ତମାନ ଫିଲ୍ମର OTT ଅଧିକାର ସେଲ୍ ବିଷୟରେ ମଧ୍ୟ ସୂଚନା ଜାରି କରାଯାଇଛି ।

ରିପୋର୍ଟସ ଅନୁସାରେ, ପୁଷ୍ପାର ପାର୍ଟ-2 ତିଆରି କରିବା ପାଇଁ ନିର୍ମାତାମାନେ ଖୁବ୍ ଅଧିକ ଟଙ୍କା ଖର୍ଚ୍ଚ କରିଛନ୍ତି । କୁହାଯାଉଛି ଫିଲ୍ମର ବଜେଟ୍ ଏସ୍ ରାଜାମୌଲିଙ୍କ RRR ସହିତ ସମାନ। ନିର୍ମାତାମାନେ ଫିଲ୍ମର 6 ମିନିଟର ଦୃଶ୍ୟ ସୁଟିଂ ପାଇଁ 60 କୋଟି ଟଙ୍କା ଖର୍ଚ୍ଚ କରିଥିବା ନେଇ ଖବର ରହିଛି । ସେହିପରି ଏହି ସିନ୍ ସୁଟିଂ ପାଇଁ ପ୍ରାୟ ଏକ ମାସ ସମୟ ଲାଗିଥିଲା ​​ । ଏହି ଦୃଶ୍ୟ ଟିଜରର ଏକ ଅଂଶ । ବର୍ତ୍ତମାନ ଫିଲ୍ମର OTT ଅଧିକାର ମଧ୍ୟ କ୍ରୟ ହୋଇସାରିଛି ବୋଲି ଜାତିୟ ଗଣମାଧ୍ୟମରେ ସୂଚନା ପ୍ରକାଶ ପାଇଛି ।

ବଲିଉଡ ଲାଇଫରେ ପ୍ରକାଶିତ ରିପୋର୍ଟ ଅନୁଯାୟୀ ନେଟଫ୍ଲିକ୍ସ ପୁଷ୍ପା ୨ ର ଡିଜିଟାଲ ଅଧିକାର କିଣିସାରିଛି । ନେଟଫ୍ଲିକ୍ସ ପୁଷ୍ପା ପାର୍ଟ-2ରୁ ଅଧିକାର ପ୍ରାୟ 100 କୋଟିରେ କିଣିଛି । ଯାହା ଉଭୟ ସଲାର ଏବଂ RRR ଠାରୁ ବହୁତ କମ୍ । ରିପୋର୍ଟ ଅନୁଯାୟୀ, ନେଟଫ୍ଲିକ୍ସ ଫିଲ୍ମର ଅଧିକାରକୁ 100 କୋଟିରେ କିଣିଛି ସେହିପରି ଫିଲ୍ମ ସଲାର 162 କୋଟିରେ ଏବଂ RRR" 350 କୋଟିରେ କିଣାଯାଇଥିଲା ।

ପୁଷ୍ପା-2 ର ପ୍ରତ୍ୟେକ ଦୃଶ୍ୟକୁ ସୁଟ୍ କରିବା ପାଇଁ ନିର୍ମାତାମାନେ ଖୁବ୍ ଅଧିକ ପରିଶ୍ରମ କରିଥିଲେ । ଏହି ଫିଲ୍ମର ବଜେଟ୍ ପ୍ରାୟ 500 କୋଟିରେ ପହଞ୍ଚିଛି। ସୁପରହିଟ୍ ଫିଲ୍ମ RRR'ର ବଜେଟ୍ 550 କୋଟି ଟଙ୍କା ଥିଲା । ତେବେ ଫିଲ୍ମର ଟିଜର 8 ଏପ୍ରିଲରେ ମୁକ୍ତିଲାଭ କରିଥିଲା ​​। ନିକଟରେ ଫିଲ୍ମରୁ ଆଲୁ ଅର୍ଜୁନଙ୍କ ପୋଷ୍ଟର ରିଲିଜ ହୋଇଥିଲା ଯେଉଁଥିରେ ସେ ଶିବଙ୍କ ଅବତାରରେ ନଜର ଆସିଥିଲେ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+