ସ୍ୱାମୀ ଅଭିଷେକ ବଚ୍ଚନଙ୍କ ଘର ଛାଡିଲେ ଐଶ୍ୱର୍ଯ୍ୟା ରାୟ !
Aishwaya-Abhishek Conflicts: ଐଶ୍ୱର୍ଯ୍ୟା ରାୟ ଏବଂ ଅଭିଷେକ ବଚ୍ଚନ ନିଜ ବ୍ୟକ୍ତିଗତ ଜୀବନକୁ ନେଇ ବର୍ତ୍ତମାନ ଲାଇମଲାଇଟରେ ରହିଛନ୍ତି । ଚର୍ଚ୍ଚା ହେଉଛି ଯେ, ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କିଛି ଠିକ୍ ଚାଲିନାହିଁ ଏବଂ ଏହି ଷ୍ଟାର ଦମ୍ପତି ଖୁବ୍ ଶୀଘ୍ର ପରସ୍ପରକୁ ଛାଡପତ୍ର ଦେବାକୁ ଯାଉଛନ୍ତି । ଡିଭୋର୍ସ ଗୁଜବ ମଧ୍ୟରେ ଏବେ ଖବର ଆସୁଛି ଯେ ଐଶ୍ୱର୍ଯ୍ୟା ତାଙ୍କ ସ୍ୱାମୀ ଅଭିଷେକ ବଚ୍ଚନଙ୍କ ଘର ଛାଡିଛନ୍ତି ବୋଲି ।
ଜୁମର ଏକ ରିପୋର୍ଟ ଅନୁସାରେ, ଐଶ୍ୱର୍ଯ୍ୟା ଆଜିକାଲି ନିଜ ମାଆଙ୍କ ସହ ରହୁଛନ୍ତି । ଏହା ମଧ୍ୟ ଦାବି କରାଯାଉଛି ଯେ, ଅଭିଷେକ-ଐଶ୍ୱର୍ଯ୍ୟାଙ୍କ ମଧ୍ୟରେ ଏବେ ଦୂରତା ଖୁବ ଅଧିକ ବଢିଯାଇଛି । ଉଭୟ କେବଳ ଝିଅ ଆରାଧ୍ୟାଙ୍କ ପାଇଁ ଏକାଠି ରହୁଛନ୍ତି ।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଦୁଇ ବର୍ଷ ପୂର୍ବେ ଏହି ଷ୍ଟାର ଦମ୍ପତ୍ତିଙ୍କ ମଧ୍ୟରେ ବିବାଦ ସୃଷ୍ଟି ହୋଇଥିଲା । ହେଲେ ଏପର୍ଯ୍ୟନ୍ତ ଦମ୍ପତିଙ୍କ ପକ୍ଷରୁ କୌଣସି ଅଫିସିଆଲ୍ ଆନାଉନ୍ସମେଣ୍ଟ ହୋଇ ନାହିଁ । ସେହିପରି ଅମିତାଭ ଏବଂ ଐଶ୍ୱର୍ଯ୍ୟା ପରସ୍ପରକୁ ଇଗନୋର କରୁଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି ।
ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ, ଐଶ୍ୱର୍ଯ୍ୟା ରାୟ ବଚ୍ଚନ ଏବଂ ଶାଶୁ ଜୟା ବଚ୍ଚନଙ୍କ ସମ୍ପର୍କ ମଧ୍ୟ କିଛି ଖାସ ଭଲ ନୁହେଁ। ଅନେକ ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଉଭୟେ ବର୍ଷେ ପୂର୍ବରୁ ପରସ୍ପର ସହ କଥା ହେବା ବନ୍ଦ କରିଦେଇଛନ୍ତି । ଏଥି ସହିତ ଐଶ୍ୱର୍ଯ୍ୟା ଏବଂ ଶ୍ୱେତା ବଚ୍ଚନଙ୍କ ମଧ୍ୟରେ ମତଭେଦ ଖବର ମଧ୍ୟ ସାମ୍ନାକୁ ଆସୁଛି। ଅନେକ ସମୟରେ ଉଭୟ ପରସ୍ପରକୁ ଇଗନୋର କରୁଥିବାର ଦେଖିବା ପାଇଁ ମିଳିଥାଏ ।
ୱେଲ୍ ଐଶ୍ୱର୍ଯ୍ୟା କିଛି ଦିନ ପୂର୍ବରୁ ପୁରା ବଚ୍ଚନ ପରିବାର ସହିତ ଏକାଠି ନଜର ଆସିଥିଲେ। ବାସ୍ତବରେ, ଫିଲ୍ମ 'ଦି ଆର୍କିଜ୍'ର ସ୍କ୍ରିନିଂରେ ଅମିତାଭ ବଚ୍ଚନଙ୍କ ସମେତ ସମଗ୍ର ବଚ୍ଚନ ପରିବାର ଅଗସ୍ତ୍ୟ ନନ୍ଦଙ୍କୁ ସମର୍ଥନ କରୁଥିବା ଦେଖିବାକୁ ମିଳିଥିଲା। ଏହି ସମୟରେ ଐଶ୍ୱର୍ଯ୍ୟା ମଧ୍ୟ ବଚ୍ଚନ ପରିବାର ସହିତ ଫଟୋ କ୍ଲିକ୍ କରୁଥିବାର ନଜର ଆସିଥିଲେ ।












Click it and Unblock the Notifications