Get Updates
Get notified of breaking news, exclusive insights, and must-see stories!

ରିଲିଜ୍ ହେଲା ‘ଧୁରନ୍ଧର୍-୨: ଦ ରିଭେଞ୍ଜ୍’ର ଟ୍ରେଲର୍

ରଣବୀର ସିଂହଙ୍କ ଅପ୍‌କମିଙ୍ଗ ଫିଲ୍ମ 'ଧୁରନ୍ଧର୍-୨: ଦ ରିଭେଞ୍ଜ୍'ର ଟ୍ରେଲର୍ ରିଲିଜ୍ ହୋଇଛି । ଦମ୍‌ଦାର ଆକ୍ସନ୍, ଗମ୍ଭୀର ପ୍ରଚ୍ଛଦ ସଙ୍ଗୀତ ଓ ରଣବୀରଙ୍କ ଭୟଙ୍କର ଅବତାର ଦର୍ଶକଙ୍କୁ ଚକିତ କରିଛି । ସୋସିଆଲ ମିଡିଆରେ ଏବେ କେବଳ 'ଧୁରନ୍ଧର୍-୨'କୁ ନେଇ ଚର୍ଚ୍ଚା । କେବଳ ଦର୍ଶକ ନୁହେଁ, ବଲିଉଡ୍‌ର ତମାମ ସେଲିବ୍ରିଟିଙ୍କୁ ବଡ଼ ଝଟ୍‌କା ଦେଇଛି ଟ୍ରେଲର୍ । ବଲିଉଡ୍‌ର ଅନେକ ଷ୍ଟାର୍ ଟ୍ରେଲର୍‌କୁ ନେଇ ତୁରନ୍ତ ପ୍ରତିକ୍ରିୟା ଦେଇଛନ୍ତି । ଏଥିରେ ଆଲିୟା ଭଟ୍ଟ ଓ ଋତ୍ୱିକ ରୋଶନ ଅନ୍ୟତମ । ଆଲିୟା ଟ୍ରେଲର୍ ଦେଖି 'ଆଉଟ୍ ଅଫ୍ କଣ୍ଟ୍ରୋଲ' ଓ 'ବିଷ୍ଟ୍ ମୋଡ୍ ଅନ୍' ଭଳି ଶବ୍ଦରେ ଫିଲ୍ମକୁ ପ୍ରଶଂସା କରିଛନ୍ତି ।

dhurandar

ଟ୍ରେଲର୍‌ରେ ରଣବୀରଙ୍କ ଅନ୍ଦାଜ୍ ଏତେ ଦମ୍‌ଦାର ହୋଇଛି ଯେ ଫ୍ୟାନ୍ ଓ ସେଲିବ୍ରିଟି ଫିଲ୍ମକୁ ନେଇ ଖୁବ୍ ଉତ୍ସାହିତ ଜଣାପଡୁଛନ୍ତି । ଋତ୍ୱିକ ମଧ୍ୟ ରଣବୀରଙ୍କ କାମକୁ ପ୍ରଶଂସା କରିଛନ୍ତି । ସେ ଫିଲ୍ମର ପ୍ରଥମ ଭାଗର ରାଜନୀତିକୁ ନେଇ ଅସହମତି ପ୍ରକାଶ କରିଥିଲେ ହେଁ ସିକ୍ୱେଲ୍‌କୁ ଚମତ୍କାର ବୋଲି କହିଛନ୍ତି । ରାମ ଗୋପାଳ ବର୍ମା, ରୋହିତ ଶେଟ୍ଟୀ ଓ ଅନେକ ବଲିଉଡ୍ ସେଲିବ୍ରିଟି ଟ୍ରେଲର୍‌କୁ ନେଇ ସକାରାତ୍ମକ ପ୍ରତିକ୍ରିୟା ଦେଇଛନ୍ତି । ଅନେକ ସେଲିବ୍ରିଟି ଇମୋଜି ଜରିଆରେ ଫିଲ୍ମ ଟିମ୍‌କୁ ଅଭିନନ୍ଦନ ଜଣାଇଛନ୍ତି ।

ଆଦିତ୍ୟ ଧର୍‌ଙ୍କ ନିର୍ଦ୍ଦେଶିତ 'ଧୁରନ୍ଧର୍-୨'ରେ ରଣବୀରଙ୍କ ସମେତ ଅର୍ଜୁନ ରାମପାଲ, ସଞ୍ଜୟ ଦତ୍ତ ଓ ଆର୍. ମାଧବନଙ୍କ ଭଳି କଳାକାର ଅଭିନୟ କରିଛନ୍ତି । ସ୍ପାଇ-ଆକ୍ସନ୍ କାହାଣୀ ଉପରେ ପର୍ଯ୍ୟବସିତ ଏହି ଫିଲ୍ମ ଆସନ୍ତା ୧୯ ତାରିଖରେ ଥିଏଟରକୁ ଆସିବ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+