ପରଲୋକରେ ‘ଧୁମ୍' ନିର୍ଦ୍ଦେଶକ ସଞ୍ଜୟ ଗଡଭି
Entertainment News: ବଲିଉଡ ଜଗତରୁ ଆଉ ଏକ ଦୁଃଖଦ ଖବର । 'ଧୁମ୍' ଏବଂ 'ଧୁମ୍ ୨' ର ନିର୍ଦ୍ଦେଶକ ସଞ୍ଜୟ ଗଡଭି ଏହି ଦୁନିଆକୁ ଅବଲବିଦା କହି ଚାଲିଯାଇଛନ୍ତି । ରବିବାର ସକାଳେ ସେ ନିଜ ଘରେ ଚା ପିଉଥିବା ବେଳେ ହଠାତ୍ ତଳେ ପଡ଼ିଯାଇ ତାଙ୍କର ମୃତ୍ୟୁ ହୋଇଛି । ତେବେ ହୃତଘାତରେ ତାଙ୍କର ମୃତ୍ୟୁ ହୋଇଥିବା ନେଇ ସୂଚନା ରହିଛି । ମୃତ୍ୟୁ ବେଳକୁ ତାଙ୍କୁ ମାତ୍ର 57 ବର୍ଷ ହୋଇଥିଲା।

NBTର ରିପୋର୍ଟ ଅନୁସାରେ, ସଞ୍ଜୟ ଗଡଭି ପ୍ରତ୍ୟେକ ଦିନ ପରି 19 ତାରିଖ ଦିନ ମଧ୍ୟ ଚା'ପି ନିଜର ଦିନ ଆରମ୍ଭ କରିଥିଲେ । ପ୍ରାୟ 8.45 ସମୟରେ ସେ ଘରେ ଚା ପିଉଥିବା ବେଳେ ହଠାତ୍ ତାଙ୍କ ଛାତିରେ ପ୍ରବଳ ଯନ୍ତ୍ରଣା ଅନୁଭବ ହୋଇଥିଲା ଏବଂ ସେ ତଳେ ଟଳିପଡିଥିଲେ । ଏହା ପରେ ତାଙ୍କୁ ତୁରନ୍ତ ଆନ୍ଧେରିର kokilaben dhirubhai ambani hospitalକୁ ନିଆଯାଇଥିଲା, ଯେଉଁଠାରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।
ସୂଚନାନୁସାରେ, ବର୍ତ୍ତମାନ ସଞ୍ଜୟ ଗଡଭିଙ୍କ ମୃତଦେହ ଡାକ୍ତରଖାନାରେ ରଖାଯାଇଛି ଏବଂ ତାଙ୍କର ପୋଷ୍ଟମର୍ଟମ କରାଯିବା ନେଇ ଖବର ରହିଛି । କୁହାଯାଉଛି ଯେ ହୃଦଘାତରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର ଶେଷ ରୀତିନୀତି ଆଜି ଅର୍ଥାତ୍ 19 ନଭେମ୍ବର ସନ୍ଧ୍ୟାରେ କରାଯିବ । ଅନେକ ସେଲିବ୍ରିଟି ଶୋକ ପ୍ରକାଶ କରିଛନ୍ତି ।
ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ, ସଞ୍ଜୟ 'କିଡନାପ୍', 'ଅଜାବ ଗଜବ ଲଭ୍' ଭଳି ସୁପରହିଟ୍ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ଅଭିଷେକ ବଚ୍ଚନ ଏବଂ ଜନ୍ ଅବ୍ରାହମଙ୍କ ଅଭିନୀତ ଫିଲ୍ମ ଧୁମ୍ ଏବଂ ଧୂମ-2 ରେ ନିର୍ଦ୍ଦେଷନା ପାଇଁ ସେ ବେଶ୍ ପ୍ରସିଦ୍ଧି ଲାଭ କରିଥିଲେ । ଉଭୟ ସିନେମା ସୁପରହିଟ୍ ପ୍ରମାଣସ ହୋଇଥିଲା ।












Click it and Unblock the Notifications