ଡକ୍ଟର କଲାମଙ୍କ ଭୂମିକାରେ ଦେଖାଦେବେ ଧନୁଷ
ଫିଲ୍ମ 'କଲାମ: ଦ ମିସାଇଲ ମ୍ୟାନ୍ ଅଫ୍ ଇଣ୍ଡିଆ'ରେ ଭାରତର ପୂର୍ବତନ ରାଷ୍ଟ୍ରପତି ଦିବଂଗତ ଡ. ଏପିଜେ ଅବଦୁଲ କଲାମଙ୍କ ଭୂମିକାରେ ଦେଖିବାକୁ ମିଳିବେ ସାଉଥ୍ ଅଭିନେତା ଧନୁଷ । ଫିଲ୍ମର ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି, ଏହି ଚରିତ୍ରକୁ ଧନୁଷଙ୍କଠୁ ଭଲ ଆଉ କେହି କରିପାରିବେ ନାହିଁ । ସେ ଜଣେ ଚମତ୍କାର ଅଭିନେତା । ଫିଲ୍ମ ପାଇଁ ସେ ରାଜି ହେଲେ, ତାହା ସବୁଠୁ ଖୁସିର କଥା । ଧନୁଷଙ୍କ ସହ କାମ କରିବା ପାଇଁ ସେ ଖୁବ୍ ଉତ୍ସାହିତ ।
ଓମ୍ କହିଛନ୍ତି, ବାୟୋପିକ୍ ନିର୍ମାଣ କରିବାକୁ ସେ ଭଲପାଆନ୍ତି । କିନ୍ତୁ ଏହା ସହଜ କାମ ନୁହେଁ । ଜଣେ ବ୍ୟକ୍ତିଙ୍କ ଉପରେ ଫିଲ୍ମ ନିର୍ମାଣ କରିବା ଜଟିଳ କାମ । ଫିଲ୍ମରେ କ'ଣ ଦେଖାଯିବା ଉଚିତ୍ ଓ କ'ଣ ନୁହେଁ, ତାହା ସ୍ଥିର କରିବା ବହୁତ ଜରୁରି । ଅନେକ ସମୟରେ କିଛି ଖାସ୍ କଥା ଫିଲ୍ମରେ ନଥାଏ । ସେଥିପାଇଁ କାହାଣୀକୁ ଉଚିତ୍ ଓ ପ୍ରେରଣାଦାୟକ ଢଙ୍ଗରେ ପ୍ରସ୍ତୁତ କରିବା ଜରୁରି । ଡ. କଲାମଙ୍କୁ ସେ ନିଜର ପ୍ରେରଣା ବୋଲି କହିଛନ୍ତି ।

ତାଙ୍କ ପୁସ୍ତକ ଓମ୍ଙ୍କ ଜୀବନ ଉପରେ ଗଭୀର ପ୍ରଭାବ ପକାଇଛି । ତେଣୁ ତାଙ୍କ କାହାଣୀକୁ ପରଦାକୁ ଆଣିପାରିଲେ ଅଧିକରୁ ଅଧିକ ଲୋକ, ଖାସ୍କରି ଯୁବପିଢ଼ିଙ୍କୁ ପ୍ରେରଣା ମିଳିବ । ଫିଲ୍ମର ଫାର୍ଷ୍ଟଲୁକ୍ ଗତ ମେ'ରେ କାନ୍ ଫିଲ୍ମ ଫେଷ୍ଟିଭାଲ୍ରେ ରିଲିଜ୍ ହୋଇଥିଲା । ଧନୁଷଙ୍କ ଅପ୍କମିଙ୍ଗ ପ୍ରୋଜେକ୍ଟରେ ଅଛି ଆନନ୍ଦ ଏଲ. ରାଏଙ୍କ 'ତେରେ ଇଶ୍କ ମେଁ' ।
-
IPS ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କୁ ରଥଯାତ୍ରା ଦାୟିତ୍ୱ -
ପୁଣି ଖସିଲା ସୁନା-ରୂପା ରେଟ୍ -
ଜାତୀୟ ରାଜପଥରେ ଯାତ୍ରା କରିବା ହେଲେ ମହଙ୍ଗା, ବାର୍ଷିକ FASTag ଟୋଲ୍ ପାସ୍ ଫି ହୋଲା ବୃଦ୍ଧି କଲେ ସରକାର -
ନିର୍ବାଚନକୁ ନେଇ ମୁହଁ ଖୋଲିଲେ ନବୀନ: କହିଲେ ଭାଜପା..... -
ଇରାନ ଉପରେ ଟ୍ରମ୍ପଙ୍କ ବଡ଼ ଦାବି, କହିଦେଲେ କିଛି ଏମିତି....... -
୧ ଏପ୍ରିଲରୁ ଆୟକର ନିୟମରେ ହେବ ବଡ଼ ପରିବର୍ତ୍ତନ, ଆୟକର ବିଭାଗ ଆପଣଙ୍କର ସୋସିଆଲ ମିଡିଆ..... -
ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ୨ ମୃତ -
ଶୁଭମନ ଗିଲ୍ ସର୍ବଶ୍ରେଷ୍ଠ ଅନ୍ତରାଷ୍ଟ୍ରୀୟ କ୍ରିକେଟର -
ହର୍ମୁଜ ପ୍ରଣାଳୀ ଅତିକ୍ରମ କଲା ୨ ଏଲପିଜି ଗଚ୍ଛିତ ଭାରତୀୟ ଜାହାଜ -
୨ ବିଜେଡି ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ୍, ରାତି ୯ଟା ଭିତରେ ନବୀନ ନିବାସକୁ ରିପୋର୍ଟ ନିର୍ଦ୍ଦେଶ -
ଏଥର ପ୍ରଚଣ୍ଡ ହେବ ଗୁଷ୍ମ ପ୍ରବାହ, ୪୦ ଛୁଇଁବ ପାରଦ -
ଗହଣା କିଣିବା ପୂର୍ବରୁ ପକାନ୍ତୁ ନଜର, ଜାଣିରଖନ୍ତୁ ଆଜିର ଦାମ୍









Click it and Unblock the Notifications