ଅଲଗା ହେବେ କି ଚହଲ ଦମ୍ପତ୍ତି ! ଏପରି ପୋଷ୍ଟ ସେୟାର କଲେ ଧନଶ୍ରୀ ବର୍ମା
ମୁମ୍ବାଇ: ଟିମ୍ ଇଣ୍ଡିଆର ଷ୍ଟାର ସ୍ପିନର ୟୁଜଭେନ୍ଦ୍ର ଚହଲଙ୍କୁ ନେଇ ଚର୍ଚ୍ଚା । ପତ୍ନୀ ଧନଶ୍ରୀ ବର୍ମାଙ୍କଠୁ ଅଲଗା ହେବା ଖବରକୁ ନେଇ ଶେଷରେ ପ୍ରତିକ୍ରିୟ ରଖିଲେ ଚହଲ । ତେବେ ଦୀର୍ଘଦିନର ବିରତି ପରେ କ୍ରିକେଟ୍କୁ କମବ୍ୟାକ୍ କରିଛନ୍ତି ୟୁଜଭେନ୍ଦ୍ର ଚହଲ । ହେଲେ ସୋସିଆଲ ମିଡିଆରେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାର ଆରମ୍ଭ ହୋଇଛି । ନିକଟରେ ସୋସିଆଲ ମିଡିଆରେ ୟୁଜବେନ୍ଦ୍ର ଚହଲ ଓ ପତ୍ନୀ ଧନଶ୍ରୀ ବର୍ମାଙ୍କ ଅଲଗା ହେବା କଥାକୁ ନେଇ ଚର୍ଚ୍ଚା ଜୋରଧରିଥିଲା । ଟ୍ୱିଟରରେ ଅନେକ ପ୍ରଶଂସକ ମଧ୍ୟ ଉଭୟଙ୍କ ସମ୍ପର୍କ ବିଷୟରେ ଆଲୋଚନା ଆରମ୍ଭ କରିଥିଲେ ।

ୟୁଜଭେନ୍ଦ୍ର ଚହଲଙ୍କ ସହ ବିବାହ ପରେ ପତ୍ନୀ ଧନଶ୍ରୀ ବର୍ମା ଇନଷ୍ଟାଗ୍ରାମରେ ନିଜ ନାଁ ପରିବର୍ତ୍ତନ କରି ଧନଶ୍ରୀ ବର୍ମା ଚହଲ ଲେଖିଥିଲେ । ହେଲେ ବର୍ତ୍ତମାନ ସେ କେବଳ ଧନଶ୍ରୀ ବର୍ମା ଲେଖିବା ଆରମ୍ଭ କରିଛନ୍ତି । ତାଙ୍କ ଏହି ପରିବର୍ତ୍ତନ ଦେଖି ଫ୍ୟାନ୍ସ ସୋସିଆଲ ମିଡିଆରେ ଆଲୋଚନା ଆରମ୍ଭ କରିଥିଲେ । ଏପରିକି ଚହଲ ନିଜ ଇନଷ୍ଟାଗ୍ରାମରେ ଏକ ଷ୍ଟୋରୀ ସେୟାର କରିଥିଲେ ଯେଉଁଥିରେ ସେ 'ନ୍ୟୁ ଲାଇଫ ଲୋଡିଂ'ର ପୋଷ୍ଟ କରିଥିଲେ । ତାଙ୍କ ଏହି ପୋଷ୍ଟ ମଧ୍ୟ ସୋସିଆଲ ମିଡିଆରେ ଖୁବ ଭାଇରଲ ହୋଇଥିଲା । ଯାହା ପରେ ଚହଲ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି ।


ସୋସିଆଲ ମିଡିଆରେ ଏପରି ମିଥ୍ୟା ପୋଷ୍ଟ ଭାଇରଲ ହେଉଥିବା ଦେଖି ଗତ ସନ୍ଧ୍ୟାରେ ଉଭୟ ସ୍ୱାମୀ-ସ୍ତ୍ରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଥିଲେ । ଯେଉଁଥିରେ ସେ ସେମାନଙ୍କ ସମ୍ପର୍କ ବିଷୟରେ କୌଣସି ମିଥ୍ୟା ଗୁଜବକୁ ବିଶ୍ୱାସ ନକରିବାକୁ ପରାମର୍ଶ ଦେଇଥିଲେ । ଏହା ସହ ତୁରନ୍ତ ଏପରି ମିଥ୍ୟା ଖବର ପ୍ରଚାର କରିବା ବନ୍ଦ କରିବାକୁ ମଧ୍ୟ କହିଥିଲେ । ଭାରତୀୟ କ୍ରିକେଟର ୟୁଜଭେନ୍ଦ୍ର ଚହଲଙ୍କ ପତ୍ନୀ ଜଣେ ୟୁଟ୍ୟୁବର୍ ସହ ସୋସିଆଲ୍ ମିଡିଆର ଜଣାଶୁଣା ଷ୍ଟାର। ସେ ସୋସିଆଲ ମିଡିଆରେ ଅନେକ ଡ୍ୟାନ୍ସ ଭିଡିଓ ସେୟାର କରନ୍ତି । କ୍ରିକେଟରଙ୍କୁ ବିବାହ କରିବା ପରେ ତାଙ୍କ ପପୁଲାରିଟି ଅଧିକ ବଢିଯାଇଥିଲା । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ସୋସିଆଲ ମିଡିଆରେ ଆକ୍ଟିଭ୍ ଧନଶ୍ରୀ ଅଢେଇ ମାସ ହେବ ଇନଷ୍ଟାଗ୍ରାମରେ ଆକ୍ଟିଭ୍ ନଥିଲେ । ଯାହାକୁ ନେଇ ମଧ୍ୟ ଫ୍ୟାନ୍ସ ଅନେକ ପ୍ରଶ୍ନ କରିଥିଲେ । ତେବେ ଡିସେମ୍ବର ୨୦୨୦ରେ ଉଭୟ ବିବାହ କରିଥିଲେ । ସୋସିଆଲ ମିଡିଆରେ ଉଭୟ ଅନେକ ଫଟୋ ଓ ଭିଡିଓ ମଧ୍ୟ ସେୟାର କରନ୍ତି ।













Click it and Unblock the Notifications