କାଶୀ ବିଶ୍ୱନାଥ ମନ୍ଦିରରେ ଧାକଡ୍ ଟିମ
ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ ଆସନ୍ତା 20ରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ କଙ୍ଗନା ରଣାୱତଙ୍କ ସହ ଫିଲ୍ମର ଟିମ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି ।
ବାରାଣାସୀ: ଅଭିନେତ୍ରୀ କଙ୍ଗନା ରଣାୱତଙ୍କ ଫିଲ୍ମ ଧାକଡ ଆସନ୍ତା 20ରେ ରିଲିଜ ହେବାକୁ ଯାଉଛି । ଏହାପୂର୍ବରୁ କଙ୍ଗନା ରଣାୱତଙ୍କ ସହ ଫିଲ୍ମର ଟିମ ବାରାଣାସୀର କାଶୀ ବିଶ୍ୱନାଥ ମନ୍ଦିରରେ ଦର୍ଶନ କରିବା ସହ ରୁଦ୍ରାଭିଷେକ କରିଛନ୍ତି ।

ଧାକଡ ଚଳଚ୍ଚିତ୍ରର ସଫଳତା ପାଇଁ କଙ୍ଗନା କାଶୀ ବିଶ୍ୱନାଥ ମନ୍ଦିରରେ ପହଞ୍ଚିଛନ୍ତି । ଏଠାରେ ଅଭିନେତ୍ରୀ ପୂରା ରୀତିନୀତି ଅନୁଯାୟୀ ଗଙ୍ଗା ଘାଟରେ ଆରତୀ କରିଛନ୍ତି । ଏହି ସମୟରେ ଫିଲ୍ମର ଷ୍ଟାର କାଷ୍ଟ କଙ୍ଗନାଙ୍କ ସହ ଥିଲେ ।


ଏଥିରେ ଅର୍ଜୁନ ରାମପାଲ ଏବଂ ଦିବ୍ୟା ଦତ୍ତା ମଧ୍ୟ ନଜର ଆସିଛନ୍ତି । କଙ୍ଗନା ମନ୍ଦିରରେ ଦେଶୀ ସୁଟ ସହ ସିମ୍ପଲ ଲୁକ୍ରେ ଦେଖିବାକୁ ମିଳିଥିଲା । ଏନେଇ କଙ୍ଗନା ସୋସିଆଲ ମିଡିଆ ହ୍ୟାଣ୍ଡଲରେ ହରହର ମହାଦେବ କ୍ୟାପ୍ସନ ଦେଇ କିଛି ଫଟୋ ପୋଷ୍ଟ କରିଛନ୍ତି ।












Click it and Unblock the Notifications