Jr NTR ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଦେବରା ହେଲା ରିଲିଜ୍, ଉତ୍ସାହିତ ଦର୍ଶକ
Devara Opening Day Box Office Prediction: Jr NTR ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ଦେବରା: ପାର୍ଟ 1 ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି । ଟ୍ରେଲର ରିଲିଜ ହେବା ପରଠାରୁ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ବେଶ୍ କ୍ରେଜ୍ ଦେଖିବା ପାଇଁ ମିଳିଥିଲା । ସୋସିଆଲ ମିଡିଆରେ ଏହି ଫିଲ୍ମ ରହିଥିଲା ଡ୍ରେଣ୍ତରେ ।

ଏହାର ପ୍ରଭାବ ଫିଲ୍ମର ଅଗ୍ରୀମ ବୁକିଂରେ ମଧ୍ୟ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଦର୍ଶକଙ୍କ ମଧ୍ୟରେ ପ୍ରତିକ୍ରିୟା ଦେଖିବାକୁ ମିଳୁଛି । ଏହି ସିନେମା ବକ୍ସ ଅଫିସରେ ଭଲ ଆୟ କରିବ ବୋଲି ଆକଳନ କରାଯାଉଛି । ରିପୋର୍ଟରେ କୁହାଯାଉଛି ଯେ ଦେବରା ବିଶ୍ୱ ବକ୍ସ ଅଫିସରେ ପ୍ରାୟ 100 କୋଟି ଟଙ୍କା ସଂଗ୍ରହ କରିପାରେ। ଯଦି ଏପରି ହୁଏ ତେବେ ଜୁନିଅର NTR ପ୍ରଭାସଙ୍କ ପରେ ଦ୍ୱିତୀୟ ତେଲୁଗୁ ଅଭିନେତା ହେବ, ଯାହାଙ୍କ ଫିଲ୍ମ ଏତେ ଅଧିକ ଆୟ ଓପନିଂ କରିବ । ଦେବରା'ର ପାଖାପାଖି 13 ଲକ୍ଷ ଟିକେଟ୍ ଆଗୁଆ ବୁକିଂରେ ବୁକ୍ ହୋଇସାରିଛି ।
ଏହି ଫିଲ୍ମ ଭାରତରେ ପ୍ରାୟ 85-90 କୋଟି ଟଙ୍କା (ମୋଟ) ସଂଗ୍ରହ କରିପାରିବ। ଜୁନିଅର NTRଙ୍କ ଫିଲ୍ମ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ବଜାରରେ ତାଙ୍କ ଚଳଚ୍ଚିତ୍ରର କ୍ରେଜ୍ ଜବରଦସ୍ତ ରହିଛି। ବାଣିଜ୍ୟ ରିପୋର୍ଟରେ କୁହାଯାଇଛି ଯେ ଦେବରା ଏହି ବଜାରରୁ ପ୍ରାୟ 65-70 କୋଟି ଟଙ୍କା ରୋଜଗାର କରିପାରେ ।
କୋରାଟାଲା ଶିବଙ୍କ ନିର୍ଦ୍ଦେଶିତ ଫିଲ୍ମ ଦେବରା ରେ ଜୁନିଅର ଏନଟିଆର ମଧ୍ୟ ଏକ ଡବଲ ଭୂମିକାରେ ନଜର ଆସିବେ । ଏହି ସିନେମାରେ ତାଙ୍କ ସହ ଜାହ୍ନବୀ କପୁରଙ୍କୁ ଦେଖିବା ପାଇଁ ମିଳିବ । ସେ ଏହି ଚଳଚ୍ଚିତ୍ର ଜରିଆରେ ତେଲୁଗୁ ଇଣ୍ତଷ୍ଟ୍ରୀରେ ଡେବ୍ୟୁ କରୁଛନ୍ତି। ଏଥିରେ ସୈଫ ଅଲି ଖାନ ଫିଲ୍ମରେ ଭିଲେନ ଭୂମିକାରେ ନଜର ଆସିବେ।












Click it and Unblock the Notifications