ବିକ୍ରି ହେଲା ଅଭିନେତା ଦେବ ଆନନ୍ଦଙ୍କ ବଙ୍ଗଳା, ଜାଣନ୍ତୁ କାରଣ
Dev Anand Bungalow: ହିନ୍ଦୀ ଚଳଚ୍ଚିତ୍ରର ଭେଟରାନ ଅଭିନେତା ଦେବ ନିଜ ଖାସ ଅନ୍ଦାଜ ପାଇଁ ଆଜିବି ଅମର । ସେ ତାଙ୍କ ଦକ୍ଷ ଅଭିନୟରେ ଦର୍ଶକଙ୍କ ମନ ଜିଣିବାରେ ସଫଳ ହୋଇଥିଲେ । ଅନେକ ସୁପରହିଟ୍ ଫିଲ୍ମ ସେ ବଲିଉଡକୁ ଭେଟି ଦେଇଥିଲେ । ତାଙ୍କୁ ସିନେମାର ରଙ୍ଗିନ୍ ପରଦାରେ ଦେଖିବା ପାଇଁ ଲୋକେ ଉତ୍ସାହର ସହ ଅପେକ୍ଷା କରୁଥିଲେ । ତାଙ୍କ ଫ୍ୟାନ ଫଲୋଇଙ୍ଗ୍ କିଛି କମ ନଥିଲା । ଖାସ କରି ଅନେକ ଅଭିନେତ୍ରୀଙ୍କ ମନରେ ରାଜ କରୁଥିଲେ ଅଭିନେତା । ବର୍ତ୍ତମାନ ଦେବ ଆନନ୍ଦଙ୍କ ବିଷୟରେ ଏକ ବଡ଼ ଖବରକୁ ନେଇ ଚର୍ଚ୍ଚା ଜୋରଧରିଛି । ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଅଭିନେତାଙ୍କର ପୁରୁଣା ଘର ବର୍ତ୍ତମାନ 22 ମହଲା ବିଶିଷ୍ଟ ଏକ ଟାୱାରରେ ପରିଣତ ହେବାକୁ ଯାଉଛି।
ଦେବ ଆନନ୍ଦଙ୍କ ପୁରୁଣା ବଙ୍ଗଳା ବିକ୍ରି କରି ଦିଆଯାଇଛି । ଅଭିନେତା ତଥା ନିର୍ଦ୍ଦେଶକ ଦେବାନନ୍ଦ ନିଜ ଜୀବନର 40 ବର୍ଷ ପତ୍ନୀ କଲପନା କାର୍ତ୍ତିକ ଏବଂ ପୁଇ, ଝିଅଙ୍କ ସହ ଏହି ଘରେ କାଟିଥିଲେ । ଦେବ ଆନନ୍ଦଙ୍କ ଏହି 73 ବର୍ଷ ପୁରୁଣା ଘର ମୁମ୍ବାଇର ପ୍ରସିଦ୍ଧ ଜୁହୁ ଅଞ୍ଚଳରେ ଅବସ୍ଥିତ । ହେଲେ ବର୍ତ୍ତମାନ ଅଭିନେତାଙ୍କ ଘର ବିକ୍ରି ହୋଇସାରିଛି। ଦେବ ଆନନ୍ଦଙ୍କ ଉଭୟ ସନ୍ତାନ ଏହି ଘର ବିକିବା ପାଇଁ ନିଷ୍ପତ୍ତି ନେଇଥିଲେ । ଗଣମାଧ୍ୟମର ରିପୋର୍ଟ ଅନୁଯାୟୀ, ଏହି ଘର କୋଟି କୋଟି ଟଙ୍କାରେ ବିକ୍ରି କରାଯାଇଛି ।

ଖବର ଏହା ମଧ୍ୟ ରହିଛି ଯେ, ବଙ୍ଗଳା ସ୍ଥାନରେ ବର୍ତ୍ତମାନ ଏକ 22 ମହଲା ବିଶିଷ୍ଟ ଟାୱାର ନିର୍ମାଣ କରାଯିବ । ହିନ୍ଦୁସ୍ତାନ ଟାଇମ୍ସର ରିପୋର୍ଟ ଅନୁସାରେ, ସ୍ୱର୍ଗତ ଅଭିନେତା ଦେବ ଆନନ୍ଦଙ୍କ ଏହି ବଙ୍ଗଳା ଏକ ରିଏଲ୍ ଇଷ୍ଟେଟ୍ କମ୍ପାନୀକୁ ବିକ୍ରି କରାଯାଇଛି । ବର୍ତ୍ତମାନ ଏହି ଘରର କାଗଜ ପତ୍ର ଯାଞ୍ଚ୍ ଚାଲିଛି । ତେବେ ଅଭିନେତାଙ୍କର ଏହି ଘର ପ୍ରାୟ 400କୋଟିରେ ବିକ୍ରି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଖବରଥାଉ ଯେ, ପୂର୍ବରୁ ବଲିଉଡ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଏବଂ ଡିମ୍ପଲ୍ କାପାଡିଆ ମଧ୍ୟ ଦେବ ଆନନ୍ଦଙ୍କ ଏହି ବଙ୍ଗଳା ନିକଟରେ ଥିବା ଏକ ଆପାର୍ଟମେଣ୍ଟରେ ରହୁଥିଲେ।
ସୂଚନାଥାଉ ଯେ, 1950 ମସିହାରେ ଅଭିନେତା ଏହି ବଙ୍ଗଳା ନିର୍ମାଣ କରିଥିଲେ। ସ୍ୱର୍ଗତ ଅଭିନେତା ଦେବ ଆନନ୍ଦ ନିଜେ 1950 ମସିହାରେ ଏହି ବଙ୍ଗଳା ନିର୍ମାଣ କରିଥିଲେ। ଅବଶ୍ୟ, ଏହି ସ୍ଥାନ ସେତେବେଳେ ଏତେ ପ୍ରସିଦ୍ଧ ନଥିଲା ଏବଂ ଇଣ୍ଡଷ୍ଟ୍ରିର ଲୋକମାନେ ଏଠାରେ ରହୁନଥିଲେ ହେଲେ ଆଜିକା ତାରିଖରେ ମୁମ୍ବାଇର ଜୁହୁ ଅଞ୍ଚଳ ହେଉଛି ସବୁଠାରୁ ସୁନ୍ଦର ଏବଂ ମହଙ୍ଗା ସ୍ଥାନ । ଦୀର୍ଘ ସମୟ ଧରି ଏହି ଘର ଖାଲି ପଡ଼ି ରହିଥିଲା । ବାସ୍ତବରେ ଦେବ ଆନନ୍ଦଙ୍କ ପୁଅ ସୁନୀଲ ଆନନ୍ଦ ଦୀର୍ଘ ଦିନ ଧରି ଆମେରିକାରେ ରହୁଥିଲେ ଏବଂ ଝିଅ ଦେବନା ତାଙ୍କ ମା ସହିତ ଓଟିରେ ରହୁଛନ୍ତି । ଏଭଳି ପରିସ୍ଥିତିରେ ମୁମ୍ବାଇର ଏହି ବଙ୍ଗଳାର ଖାଲି ପଡିଥିଲା ଏବଂ ଏହାର ଯତ୍ନ ନେବା ପାଇଁ କେହି ନଥିଲେ ।












Click it and Unblock the Notifications