ମନି ଲଣ୍ଡରିଂ ମାମଲାରେ ନୋରା ଫତେହିଙ୍କୁ 6 ଘଣ୍ଟା ଜେରା
ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଦୁଇ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ 6 ଘଣ୍ଟା ଧରି ପୋଲିସ ଜେରା କରିଛି ।
ମୁମ୍ବାଇ: ପୁଣି ବିବାଦ ଘେରରେ ବଲିଉଡ ଅଭିନେତ୍ରୀ ନୋରା ଫତେହି । ସୁକେଶ ଚନ୍ଦ୍ରଶେଖରଙ୍କ ସହ ଜଡିତ ଦୁଇ କୋଟି ଟଙ୍କା ଠକେଇ ମାମଲାରେ ନୋରାଙ୍କୁ 6 ଘଣ୍ଟା ଧରି ପୋଲିସ ଜେରା କରିଛି । ଦିଲ୍ଲୀ ପୋଲିସର ଆର୍ଥିକ ଅପରାଧ ଶାଖା ତଥା ଇଓଡବ୍ଲୁ ନୋରାଙ୍କୁ ପଚରାଉଚରା କରିଛି । ନୋରାଙ୍କ ପରେ ଏହି ମାମଲାରେ ଆସନ୍ତା 12 ତାରିଖରେ ଜ୍ୟାକ୍ଲିନ ଫଣ୍ଡନାଭିସଙ୍କୁ ମଧ୍ୟ ପୋଲିସ ଜେରା କରିବ ।

ଏଥିସହିତ ସେ ସୁକେଶଙ୍କ ଠାରୁ କେଉଁସବୁ ଗିଫ୍ଟ ନେଇଥିଲେ ? କାହାସହ ସେ କଥା ହୋଇଥିଲେ ? ସେ କେଉଁଠାରେ କେତେ ଜଣଙ୍କୁ ଭେଟିଥିଲେ ? ତଦନ୍ତକାରୀ ଅଧିକାରୀ ନୋରାଙ୍କୁ ପ୍ରାୟ 50ରୁ ଅଧିକ ପ୍ରଶ୍ନ କରିଥିବା ଜଣାପଡିଛି ।












Click it and Unblock the Notifications