ଓସ୍କାର ଷ୍ଟେଜରେ ସ୍ପିଚ୍ ଦେବା ବେଳେ ନର୍ଭସ ହେଲେ ଦୀପିକା, ଫ୍ୟାନ୍ସ କଲେ ଟ୍ରୋଲ୍
ହିନ୍ଦୀ ଫିଲ୍ମର ଡିଭା ଦୀପିକା ଓସ୍କାର ମଞ୍ଚରେ ଟ୍ରିପଲ୍ ଆରର 'ନାଟୁ ନାଟୁ'ଗୀତ ପାଇଁ ଓସ୍କାର ଘୋଷଣା ଉପସ୍ଥାପନା କରିଥିଲେ । ଯେଉଁ ସମୟରେ ମଞ୍ଚରେ ଦୀପିକା ବେଶ୍ ନର୍ଭସ ଥିବା ଜଣାପଡୁଥିଲେ ।

ନୂଆଦିଲ୍ଲୀ: ଚଳଚ୍ଚିତ୍ର 'RRR'ର 'ନାଟୁ-ନାଟୁ' ଏବଂ ' କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚତ୍ର 'ଦି ଏଲିଫ୍ୟାଣ୍ଟ୍ ୱିସ୍ପରର୍ସ୍' ଓସ୍କାର ୨୦୨୩ ଜିତି ଭାରତକୁ ଗର୍ବିତ କରିଥିବାବେଳେ ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ମଧ୍ୟ ଲସ ଏଞ୍ଜେଲସରେ ୯୫ ତମ ଏକାଡେମୀ ପୁରସ୍କାରରେ ଉପସ୍ଥାପିକା ହୋଇ ଦେଶକୁ ଗର୍ବିତ କରିଛନ୍ତି । ହିନ୍ଦୀ ଫିଲ୍ମର ଡିଭା ଓସ୍କାର ମଞ୍ଚରେ ଟ୍ରିପଲ୍ ଆରର 'ନାଟୁ ନାଟୁ'ଗୀତ ପାଇଁ ଓସ୍କାର ଘୋଷଣା ଉପସ୍ଥାପନ କରିଥିଲେ । ଯେଉଁ ସମୟରେ ମଞ୍ଚରେ ଦୀପିକା ବେଶ୍ ନର୍ଭସ ଥିବା ଜଣାପଡୁଥିଲେ ।
ଦୀପିକା ଖୁବ୍ ନର୍ଭସରେ ଭାଷଣ ଦେଇଥିଲେ । ସେ ମଞ୍ଚରେ ଭାରତୀୟ ସିନେମା ଆରଆରଆର' ଗୀତ 'ନାଟୁ ନାଟୁ'ର ପ୍ରଶଂସା କରିଥିଲେ । ଦୀପିକାଙ୍କ ପ୍ରଶଂସା, ତାଙ୍କ କଥାକୁ ବେଶ୍ ପସନ୍ଦ କରାଯାଇଥିଲା ସୋସିଆଲ ମିଡିଆରେ ଦୀପିକାଙ୍କର ସ୍ପିଚ୍ ଏବେ ଭାଇରାଲ ହେବାରେ ଲାଗିଛି । ଦୀପିକାଙ୍କ ଲୁକକୁ ମଧ୍ୟ ବେଶ୍ ପସନ୍ଦ କରୁଛନ୍ତି ଦର୍ଶକ ।
ହେଲେ ଓସ୍କାର ଘୋଷଣା କରୁଥିବା ବେଳେ ବାରମ୍ବାର ଦୀପିକା ଅଟକି ଯାଉଥିଲେ ଯାହାକୁ ନା ପସନ୍ଦ କରିଛନ୍ତି ଦର୍ଶକ ଏବଂ ବର୍ତ୍ତମାନ ଏଥି ପାଇଁ ତାଙ୍କୁ ଅନେକ ଟ୍ରୋଲ କରିବା ଆରମ୍ଭ କରିଦେଇଛନ୍ତି । ହେଲେ ଅନ୍ୟପକ୍ଷରେ ବିନା ବିଦେଶୀ ଉଚ୍ଚାରଣରେ ଭାରତୀୟ ଶୈଳୀରେ ଭାଷଣ ଦେଇଥିବାରୁ ତାଙ୍କୁ ଅନେକ ପ୍ରଶଂସା ମଧ୍ୟ କରୁଛନ୍ତି। ଜଣେ ୟୁଜର ଲେଖିଛନ୍ତି, ଦୀପିକା ଆପଣଙ୍କ ପାଇଁ ଆମେ ଗର୍ବିତ ।
ବଲିଉଡ ଅଭିନେତ୍ରୀ ଏକ ଭିଣ୍ଟେଜ୍-ଓଲିଉଡ୍ ଷ୍ଟାଇଲ୍ ବ୍ଲାକ୍ ଗାଉନ୍ ପିନ୍ଧି ଓସ୍କାରରେ ପ୍ରବେଶ କରିଥିଲେ । ତାଙ୍କ ଡ୍ରେସ୍ ଏବେ ବେଶ୍ ପ୍ରଶଂସା ସାଉଁଟୁଛି । ଦୀପିକାଙ୍କ ବ୍ଲାକ୍ ଡ୍ରେସ୍ ସାଙ୍ଗକୁ ନ୍ୟୁଡ୍ ମେକଅପ୍ ତାଙ୍କ ଲୁକରେ ଚାରଚାନ୍ଦ ଲଗାଇଥିଲା ।












Click it and Unblock the Notifications