ଫରାହ ଖାନଙ୍କୁ ମା' କ'ଣ ପାଇଁ ଡ଼ାକିଲେ ଦୀପିକା ! ଜାଣନ୍ତୁ କେତେ ଖାସ ଏହି ସମ୍ପର୍କ ।
deepika-thanks-her-maa-farha-khanଫରାହ ଖାନଙ୍କୁ ମା' କ'ଣ ପାଇଁ ଡ଼ାକିଲେ ଦୀପିକା ! ଜାଣନ୍ତୁ କେତେ ଖାସ ଏହି ସମ୍ପର୍କ ।
ମୁମ୍ବାଇ:ବଲିଉଡ ସଫଳ ଅଭିନେତ୍ରୀଙ୍କ ମଧ୍ୟରୁ ଦୀପିକା ଅନ୍ୟତମ । ଦୀପିକାଙ୍କ ଷ୍ଟାରଡମ୍ କେବଳ ଦେଶରେ ନୁହେଁ ବିଦେଶରେ ମଧ୍ୟ ଜବରଦସ୍ତ ରହିଛି । ଦେଶ ବାହାରେ ମଧ୍ୟ ଦୀପିକାଙ୍କରଅନେକ ପ୍ରଶଂସକ ଅଛନ୍ତି ।ଏହାମଧ୍ୟରେ ଫରାହ ଖାନ ଦୀପିକାଙ୍କ ବିଷୟରେ ଏକ ପୋଷ୍ଟ ସେୟାର କରିଛନ୍ତି ଯେଉଁଥିରେ ଅଭିନେତ୍ରୀ ବହୁତ ସୁନ୍ଦର ଉତ୍ତର ଦେଇଛନ୍ତି। କେବଳ ଏତିକି ହିଁ ନୁହେଁ ଦୀପିକା ଫରାହ ଖାନଙ୍କୁ ମା ବୋଲି ମଧ୍ୟ କହିଛନ୍ତି।

ବାସ୍ତବରେ, ବଲିଉଡର ପ୍ରସିଦ୍ଧ ଚଳଚ୍ଚିତ୍ର ନିର୍ମାତା ଫରାହ ଖାନ ଆଜିକାଲି ତାଙ୍କ ପରିବାର ସହିତ ବ୍ୟାଙ୍କକକରେ ଛୁଟି ଉପଭୋଗ କରୁଛନ୍ତି । ଏହି ସମୟରେ, ଯେତେବେଳେ ଫରାହ
ଖାନ ବ୍ୟାଙ୍କକକ୍ ର ଏକ ମଲ୍ କୁ ଯାଇଥିଲେ, ସେତେବେଳେ ସେ ଏକ ଆନ୍ତର୍ଜାତୀୟ ବ୍ରାଣ୍ଡ ବିଜ୍ଞାପନରେ ଦୀପିକାଙ୍କର ଏକ ବଡ ଫଟୋ ଦେଖି ନିଜ ଫୋନରେ ଏହି ଫଟକୁ କ୍ୟାପଚର କରିଥିଲେ ।
ଏହା ପରେ ଫରାହ ଦୀପିକା ପାଦୁକୋନଙ୍କ ଏହି ଫଟୋକୁ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି। ଏଥିସହ ସେ କ୍ୟାପସନରେ ଲେଖିଛନ୍ତି - Looking Good Baby । ଏହାପରେ ନିଜ ଅନ୍ଦାଜରେ ପ୍ରତିକ୍ରିୟା ଦେଇଥିଲେ ଦୀପିକା ।
ଫରାହ ଖାନଙ୍କ ଏହି ପୋଷ୍ଟର ଉତ୍ତର ଦେଇ ଦୀପିକା ପାଦୁକୋନ ଲେଖିଛନ୍ତି - ଧନ୍ୟବାଦ ମା (ଫରାହ ଖାନ), ତୁମେ ମୋତେ ସେତେବେଳେ ବିଶ୍ୱାସ କରିଥିଲ ଯେତେବେଳେ ଅନ୍ୟ କେହି କରି ନଥିଲେ...ଏହା ପରେ ଫରାହ ଦୀପିକାଙ୍କ ଏହି ପୋଷ୍ଟକୁ ସେୟାର କରି କ୍ୟାପସନରେ ଲେଖିଥିଲେ - ତୁମେ ସେତେବେଳେ ମଧ୍ୟ ଜଣେ ଷ୍ଟାର ଥିଲ, ଆମେ ତୁମ ପାଇଁ ଗର୍ବିତ...
ତେବେ ଦୀପିକା ପାଦୁକୋନ ଫରାହ ଖାନଙ୍କ ଫିଲ୍ମ ଓମ ଶାନ୍ତି ଓମରୁ ପ୍ରଥମ ଥର ବଲିଉଡରେ ଡେବ୍ୟୁ କରିଥିଲେ।












Click it and Unblock the Notifications