'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ ଦୀପିକା !
EEPIKA PADUKONE WILL BE MAKING A CAMEO IN Brahmastra 2.'ବ୍ରହ୍ମାସ୍ତ୍ର'ରେ ନଜର ଆସିବେ ଦୀପିକା !
ମୁମ୍ବାଇ: ରିଲିଜ ଅପେକ୍ଷାରେ ରଣବୀର ଓ ଆଲିଆ ଭଟ୍ଟଙ୍କ ଚର୍ଚ୍ଚିତ ଫିଲ୍ମ ବ୍ରହ୍ମାସ୍ତ୍ର । ଫିଲ୍ମ ରିଲିଜ୍ ପୂର୍ବରୁ ହିଁ ଫିଲ୍ମକୁ ଦର୍ଶକଙ୍କ ମଧ୍ୟରେ କ୍ରେଜ୍ ଦେଖିପାଇଁ ମିଳୁଛି । ସୋସିଆଲ ମିଡିଆରେ ଫିଲ୍ମକୁ ନେଇ ଅନେକ ଚର୍ଚ୍ଚା ତ ଲାଗିରହିଛି । ପ୍ରଥମ ଥର ବଡପରଦାରେ ଆଲିଆ,ରଣବୀରଙ୍କୁ ଦେଖିବା ପାଇଁ ବେଶ ଉତ୍ସାହର ସହ ଅପେକ୍ଷା କରିଛନ୍ତି ଫ୍ୟାନ୍ସ । ନିକଟରେ ଫିଲ୍ମର ପ୍ରଥମ ଗୀତ 'Kesariya'କୁ ମଧ୍ୟ ଦର୍ଶକ ଖୁବ ଭଲପାଇବା ଦେଇଥିଲେ । ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ ହେବାକୁ ଯାଉଛି । ରିଲିଜ ପୂର୍ବରୁ ଟ୍ରେଲର ଓ ଗୀତକୁ ଜବରଦସ୍ତ ରେସପଣ୍ଡ ମିଳିଛି । ଏହି ଚଳଚ୍ଚିତ୍ରର ୩ଟି ଭାଗ ମୁକ୍ତିଲାଭ କରିବ ।

ଚଳିତବର୍ଷ ଏହାର ପ୍ରଥମ ଭାଗ ରିଲିଜ୍ ହେବ ଯେଉଁଥିରେ ରଣବୀର କପୁର ଶିବ ଭୂମିକାରେ ଏବଂ ଆଲିଆ ଭଟ୍ଟ ଇଶାଙ୍କ ଭୂମିକାରେ ନଜର ଆସିବେ । ତେବେ ଆଗମୀ ଭାଗରେ ଅର୍ଥାତ ବ୍ରହ୍ମାସ୍ତ୍ର-୨ରେ ଦୀପିକା ପାଦୁକୋଣ ଏଣ୍ଟ୍ରି କରିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।
ସୂଚନା ରହିଛି ଯେ ଦୀପିକା ପାଦୁକୋଣ ବ୍ରହ୍ମାସ୍ତ୍ର-୨ର ଏକ ବିଶେଷ ଅଂଶ ହେବାକୁ ଯାଉଛନ୍ତି । ସେ ପାର୍ବତୀ ଭୂମିକାରେ ନଜର ଆସିପାରନ୍ତି । ପ୍ରଥମ ଭାଗରେ ଶିବ୍ ଏବଂ ଇଶାଙ୍କ କାହାଣୀ ଦେଖିବା ପାଇଁ ମିଳିବ ଓ ଦ୍ୱିତୀୟ ଭାଗରେ ପାର୍ବତୀ ଏହି ସିନେମାରେ ଯୋଗ ଦେଇପାରନ୍ତି । ତେବେ ଦେବ ଭୂମିକାରେ ରଣବୀକ କି ଅନ୍ୟ କେଉଁ ଅଭିନେତାଙ୍କୁ ଦେଖିବା ପାଇଁ ମିଳିବ ତାହା ଏବେ ସ୍ପଷ୍ଟ ହୋଇନାହିଁ କିନ୍ତୁ ପାର୍ବତୀ ଭୂମିକାରେ ଦୀପିକାଙ୍କ ନା ଫାଇନାଲ ବୋଲି କୁହାଯାଉଛି । ସୂଚନା ଏହା ମଧ୍ୟ ରହିଛି ଯେ ଦୀପିକା ଏହି ଫିଲ୍ମ ପାଇଁ ସୁଟିଂ ମଧ୍ୟ କରିସାରିଛନ୍ତି ।ଏବେ ଦେଖିବା ଫିଲ୍ମରେ ଦୀପିକାଙ୍କ ପ୍ରଥମ ଲୁକ୍ ଦେଖିବା ପାଇଁ ଫ୍ୟାନ୍ସ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।












Click it and Unblock the Notifications