ପ୍ରଥମ ଥର ବେବି ବମ୍ପ ସହ ଫଟୋ ଦୀପିକାଙ୍କ
Deepika Hits Camera: ଦୀପିକା ପାଦୁକୋଣ ଏବଂ ରଣଭୀର ସିଂ ବଲିଉଡର ପ୍ରିୟ ଦମ୍ପତିଙ୍କ ମଧ୍ୟ ଗୋଟେ । ଏହି ଯୋଡିର ପ୍ରଶଂସକଙ୍କ ସଂଖ୍ୟା ବେଶ୍ ଅଧିକ । ବହୁ ବର୍ଷର ବିବାହ ପରେ ଦୀପିକା ଏବଂ ରଣଭୀର ଶୀଘ୍ର ପିତାମାତା ହେବାକୁ ଯାଉଛନ୍ତି। ନିକଟରେ ଏହି ଦମ୍ପତି ସୋସିଆଲ ମିଡିଆରେ ଘୋଷଣା କରିଥିଲେ ଯେ ଖୁବ୍ ଶୀଘ୍ର ସେମାନଙ୍କ ଘରକୁ ନୂଆ ଅତିଥି ଆସିବା ପାଇଁ ଯାଉଛନ୍ତି । ଏହାରି ମଧ୍ୟରେ ଏହି ଷ୍ଟାର କପଲଙ୍କର ଏକ ଫଟୋ ଭାଇରାଲ ହେଉଛି । ଯେଉଁଥିରେ ପ୍ରଥମ ଥର ପାଇଁ ଦୀପିକାଙ୍କର ବେବି ବମ୍ପ ଦେଖିବା ପାଇଁ ମିଳୁଛି ।
ଭାଇରାଲ ହେଉଥିବା ଫଟୋରେ ଏହି ଦମ୍ପତି ମଲ ଭିତରେ ନଜର ଆସୁଛନ୍ତି । ଦୀପିକା କ୍ଲାସିକ୍ ବ୍ଲୁ ଜିନ୍ସ ଏବଂ ଟ୍ରେଣ୍ଡି ଧଳା ସ୍ନିକର ପିନ୍ଧିଥିବାର ନଜର ଆସୁଛନ୍ତି । ସେହିପରି ରଣବୀର ସିଂ ଧଳା ଟି-ସାର୍ଟରେ ନଜର ଆସୁଛନ୍ତି । ହେଲେ ଫଟୋଟି ବ୍ଲର ଦେଖାଯାଉଛି । ୱେଲ୍ ପ୍ରେଗନେନସି ସୟୟରେ ଦୀପିକା ଫିଲ୍ମ ଜଗତରୁ ନିଜକୁ ଦୂରରେ ରଖିଛନ୍ତି । ସେ ନିଜର ଏହି ଖାସ ସମୟକୁ ଏଞ୍ଜୟ କରୁଛନ୍ତି । ଦୀପିକା ପାଦୁକୋଣ ଏମ୍ବ୍ରୋଡରୀ କରୁଥିବାର ମଧ୍ୟ ଦେଖିବାକୁ ମିଳୁଛି । ଯାହାର ଫଟୋ ମଧ୍ୟ ସେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସେହିପରି ଆଉ ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଅଭିନେତ୍ରୀ ଦୀପିକାଙ୍କ ଭିଡିଓ ନେବା ସମୟରେ ସେ କ୍ୟାମେରାକୁ ହାତରେ ବାଡଉଥିବାର ଦେଖିବା ପାଇଁ ମିଳିଥିଲା ।
ରଣଭୀର ଏବଂ ଦୀପିକାଙ୍କୁ ରୋହିତ ଶେଟ୍ଟୀଙ୍କ ନିର୍ଦ୍ଦେଶିତ ଚଳଚ୍ଚିତ୍ର 'ସିଙ୍ଘମ ଅଗେନ୍'ରେ ଏକାଠି ନଜର ଆସିବେ । ଏହା ଏକ ଆକ୍ସନ୍ ପ୍ୟାକ୍ ଚଳଚ୍ଚିତ୍ରରେ । ଏଥିରେ ଅଜୟ ଦେବଗନ୍, ଅକ୍ଷୟ କୁମାର, ଅର୍ଜୁନ କପୁର, କରୀନା କପୁର ଖାନ୍, ଟାଇଗର ଶ୍ରଫଙ୍କ ପରି କଳାକାରଙ୍କୁ ଏକାଠି ଦେଖିବା ପାଇଁ ମିଳିବ ।












Click it and Unblock the Notifications