କମଲା ହାସନଙ୍କ ସହ ବଡପରଦାରେ ନଜର ଆସିପାରନ୍ତି ଦୀପିକା
Deepika Padukone To Share Screen With Kamal Haasan
ଭୁବନେଶ୍ୱର: ପ୍ରଥମ ଥର କମଲା ହାସନଙ୍କ ସହ ବଡପରଦାରେ ନଜର ଆସିପାରନ୍ତି ଦୀପିକା । ଫିଲ୍ମ ବିକ୍ରମର ସଫଳତା ପରେ ଚର୍ଚ୍ଚାରେ ରହିଛନ୍ତି ସୁପରଷ୍ଟାର କମଲା ହାସନ୍ । ଏବେ ନିଜ ପରବର୍ତ୍ତୀ ଫିଲ୍ମ ପାଇଁ ମଧ୍ୟ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି । ଖୁବଶିଘ୍ର ନିର୍ଦ୍ଦେଶକ ଏସ ଶଙ୍କରଙ୍କ ବ୍ଲକବଷ୍ଟର ଫିଲ୍ମ ଇଣ୍ଡିଆର ସିକ୍ୱେଲ 'ଇଣ୍ଡିଆନ-୨'ର ସୁଟିଂ ଆରମ୍ଭ ହେବା ପାଇଁ ଯାଉଛି । କରୋନା ପାଇଁ ଏହି ଫିଲ୍ମର ସୁଟିଂର ଆରମ୍ଭ ବିଳମ୍ବରେ କରାଯାଇଥିଲା । ତେବେ ଏହି ଫିଲ୍ମ ପାଇଁ ଏବେ ଦୀପିକାଙ୍କୁ ଅଫର୍ ମିଳିଛି ବୋଲି ଚର୍ଚ୍ଚା ଆରମ୍ଭ ହୋଇଛି । ପୂର୍ବରୁ କାଜଲ ଅଗ୍ରୱାଲ ଏହି ଚଳଚ୍ଚିତ୍ରରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଅଭିନୟ କରିବେ ବୋଲି ଠିକ୍ ହୋଇଥିଲା ହେଲେ ନିକଟରେ ତାଙ୍କର ଏକ ସନ୍ତାନ ଜନ୍ମ ହେବା ପରେ ଏହି ଖବରରେ ବ୍ରେକ୍ ଲାଗିଛି । ଯାହା ପରେ ଏବେ ଏହି ଫିଲ୍ମରେ କାଜଲ ଅଗ୍ରୱାଲଙ୍କ ସ୍ଥାନ ଦୀପିକା ନେଇ ପାରନ୍ତି ବୋଲି ଚର୍ଚ୍ଚା ହେଉଛି । ହେଲେ ଏ ପର୍ଯ୍ୟନ୍ତ ମେକର୍ସଙ୍କ ତରଫରୁ ଏହି ଖବରକୁ ନେଇ କୌଣସି ଘୋଷଣା କରାଯାଇ ନାହିଁ ।

ତେବେ 'ଇଣ୍ଡିଆନ୍ ୨'ରେ ସିଦ୍ଧାର୍ଥ,ରାକୁଲ ପ୍ରୀତ ସିଂ ଏବଂ ପ୍ରିୟା ଭବାନୀ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ଏହି ଫିଲ୍ମରେ ସଂଗୀତ ଦେଉଛନ୍ତି ଅନିରୁଦ୍ଧ ରବିଚନ୍ଦ୍ର । ଏହି ଫିଲ୍ମଟି ପାନ୍ ଇଣ୍ଡିଆ ରେ ରିଲିଜ୍ କରାଯିବ ।












Click it and Unblock the Notifications