ଦେଖନ୍ତୁ ଦୀପିକାଙ୍କ ଦମଦାର୍ ଲୁକ୍ , ରିିଲିଜ୍ ହେଲା 'ପଠାନ୍'ର ମୋସନ୍‌ ପୋଷ୍ଟର

Deepika Padukone's Pathaan Motion Poster: ଦେଖନ୍ତୁ ଦୀପିକାଙ୍କ ଦମଦାର୍ ଲୁକ୍ , ରିିଲିଜ୍ ହେଲା 'ପଠାନ୍'ର ' ମୋସନ୍‌ ପୋଷ୍ଟର

ମୁମ୍ବାଇ: ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ୍' (Pathaan) ଘୋଷଣା ହେବା ଦିନଠାରୁ ପ୍ରଶଂସକଙ୍କ ଏହି ଫିଲ୍ମକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି । ସୋସିଆଲ ମିଡିଆରେ ଫିଲ୍ମର ନାଁ ଟ୍ରେଣ୍ତ କରୁଛି । ଫିଲ୍ମ ସେଟରୁ ଏପର୍ଯ୍ୟନ୍ତ ଅନେକ ଫଟୋ ମଧ୍ୟ ଦେଖିବା ପାଇଁ ମିଳିଛି । ନିକଟରେ ଏକ ବିକିନିରେ ଦୀପିକା ପାଦୁକୋଣଙ୍କ ଫଟୋ ଭାଇରାଲ ହୋଇଥିଲା ଯାହା ବିଷୟରେ ଇଣ୍ଟରନେଟରେ ଦାବି କରାଯାଉଥିଲା ଯେ ଏହା ଫିଲ୍ମର ସେଟରୁ ଲିକ୍ ହୋଇଛି ବୋଲି । ହେଲେ ଏବେ ଶେଷରେ ଫିଲ୍ମରୁ ଅଭିନେତ୍ରୀଙ୍କ ଲୁକ ଆନୁଷ୍ଠାନିକ ଭାବେ ପ୍ରକାଶ ପାଇଛି।

PATHAN

ଦୀପିକା ପାଦୁକୋଣ ନିଜ ଇନଷ୍ଟାଗ୍ରାମରେ ଏକ ମୋସନ ଫଟୋ ପୋଷ୍ଟ କରିଛନ୍ତି । ପୋଷ୍ଟରେ ଦୀପିକାଙ୍କ ହାତରେ ଏକ ବନ୍ଧୁର ଧରିଛନ୍ତି । ଯେଉଁଥିରୁ ଖୁବ ତୀବ୍ର ଗତିରେ ଗୁଳି ବାହାରୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି । ଦୀପିକାଙ୍କର ଏହି ଦମଦାର ଅନ୍ଦାଜକୁ ଦେଖି ଆପଣ ଅନୁମାନ କରିପାରୁଥିବେ ଯେ ଫିଲ୍ମରେ ସେ ଖୁବ ଦମଦାର ଭୂମିକାରେ ନଜର ଆସିବେ । ଦୀପିକାଙ୍କର ଏହି ଆକ୍ସନ ଆବତାର ରିଲିଜ ହେବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି ।ତେବେ ପ୍ରଥମ ଥର ଦୀପିକାଙ୍କର ଏପରି ଡିଫରେଣ୍ଟ ଅନ୍ଦାଜରେ ଦେଖିବାକୁ ମିଳିଛି । ସୋସିଆଲ ମିଡିଆରେ ଫ୍ୟାନ୍ସ ଦୀପିକାଙ୍କର ଏହି ଲୁକର ବେଶ୍ ପ୍ରଶଂସା କରୁଛନ୍ତି । ନିକଟରେ ଅଭିନେତ୍ରୀଙ୍କର ବିକ୍କିନି ଲୁକ ବି ଖୁବ ଭାଇରାଲ ହୋଇଥିଲା ।

ଫିଲ୍ମ ପଠାନ ଶାହାରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ, କାରଣ ଏହା ମାଧ୍ୟମରେ କିଙ୍ଗ ଖାନ ପ୍ରାୟ ୫ ବର୍ଷ ପରେ ବଡ଼ ପରଦାକୁ ଫେରିବାକୁ ଯାଉଛନ୍ତି । ଏକ ଟିଜର ଭିଡିଓ ସେୟାର କରି ଏହି ଫିଲ୍ମକୁ ଆନୁଷ୍ଠାନିକ ଭାବେ ଘୋଷଣା କରାଯାଇଛି । ଟିଜରରେ ମଧ୍ୟ ଦୀପିକାଙ୍କ ଏକ ଝଲକ ଦେଖିବା ପାଇଁ ମିଳିଥିଲା । ସିଦ୍ଧାର୍ଥ ଆନନ୍ଦଙ୍କ ନିର୍ଦ୍ଦେଶିତ ଏବଂ ଆଦିତ୍ୟ ଚୋପ୍ରାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ର ଆସନ୍ତା ବର୍ଷ ଗଣତନ୍ତ୍ର ଦିବସରେ ଅର୍ଥାତ୍ ୨୫ ଜାନୁୟାରୀ ୨୦୨୩ରେ ରିଲିଜ ହେବାକୁ ଯାଉଛି ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+