ଶାହାରୁଖଙ୍କ ସହ ରୋମାନ୍ସ କରି ଫସିଲେ ଦୀପିକା, ବିବାଦରେ 'ପଠାନ୍'
ଶାହାରୁଖଙ୍କ ସହ ରୋମାନ୍ସ କରି ଫସିଲେ ଦୀପିକା, ବିବାଦରେ 'ପଠାନ୍'
ମୁମ୍ବାଇ: ଦୀର୍ଘ ସମୟ ଧରି ଶାହରୁଖ ଖାନଙ୍କ ପ୍ରଶଂସକମାନେ ତାଙ୍କ ଚଳଚ୍ଚିତ୍ରକୁ ଉତ୍ସାହର ସହିତ ଅପେକ୍ଷା କରିଥିଲେ। ଦର୍ଶକଙ୍କର ଦୀର୍ଘ ସମୟ ଅପେକ୍ଷା ପରେ ନିର୍ମାତା ଏହି ଫିଲ୍ମର ଏକ ଜବରଦସ୍ତ ଗୀତ 'ବେଶରମ ରଙ୍ଗ' ରିଲିଜ୍ କରିଥିଲେ । ଏହି ଗୀତରେ ଶାହାରୁଖ ଖାନଙ୍କ six ପ୍ୟାକ୍ କୁ ନେଇ ଚର୍ଚ୍ଚା ଜୋର ଧରିଥିଲା । ସେହିପରି ଅଭିନେତ୍ରୀ ଦୀପିକା ପାଦୁକୋଣଙ୍କର ବିକିନି ଲୁକ୍ ଚହଳ ସୃଷ୍ଟି କରିଥିଲା । ହେଲେ ନିଜ୍ ବିକିନି ଲୁକ୍ ପାଇଁ ଏବେ ଅଭିନେତ୍ରୀଙ୍କୁ ହେବା ପାଇଁ ପଡୁଛି ଟ୍ରୋଲ ।

ଚଳଚ୍ଚିତ୍ର ପଠାନର ପ୍ରଥମ ଗୀତ ରିଲିଜ୍ ହେବା ମାତ୍ରେ ଏବେ ଅନେକ ବିବାଦ ମୁଣ୍ତ ଟେକିଛି । ସୋସିଆଲ ମିଡିଆରେ ବୟକଟ୍ ପଠାନ୍ ଟ୍ରେଣ୍ତ କରୁଛି । ଫିଲ୍ମକୁ ବ୍ୟାନ୍ କରିବା ପାଇଁ ଧମକ ଦିଆଯାଉଛି । ବାସ୍ତବରେ, ଫିଲ୍ମର ରିଲିଜ୍ ହୋଇଥିବା ଗୀତ 'ବେଶରମ ରଙ୍ଗ'ରେ ଦୀପିକା ପାଦୁକୋଣ ଶାହାରୁଖ ଖାନଙ୍କ ସହ ରୋମାନ୍ସ କରୁଥିବାର ନଜର ଆସୁଛନ୍ତି । ଯେଉଁଥିପାଇଁ ଅଭିନେତ୍ରୀଙ୍କୁ ଟ୍ରୋଲର ଶିକାର ହେବା ପାଇଁ ପଡୁଛି ।
फिल्म #Pathan के गाने में टुकड़े-टुकड़े गैंग की समर्थक अभिनेत्री दीपिका पादुकोण की
— Dr Narottam Mishra (@drnarottammisra) December 14, 2022
वेशभूषा बेहद आपत्तिजनक है और गाना दूषित मानसिकता के साथ फिल्माया गया है।
गाने के दृश्यों व वेशभूषा को ठीक किया जाए अन्यथा फिल्म को मध्यप्रदेश में अनुमति दी जाए या नहीं दी जाए,यह विचारणीय होगा। pic.twitter.com/Ekl20ClY75
ମଧ୍ୟପ୍ରଦେଶ ମନ୍ତ୍ରୀ ପଠାନ ନିର୍ମାତାଙ୍କୁ ଚେତାବନୀ ଦେଇଛନ୍ତି ଯେ ଯଦି ଦୀପିକାଙ୍କ ପୋଷାକ ଏବଂ ଫିଲ୍ମର କିଛି ଦୃଶ୍ୟ ତୁରନ୍ତ ପରିବର୍ତ୍ତନ ନହୁଏ ତେବେ ନିର୍ମାତାଙ୍କ ପାଇଁ ଏହା ଭଲ ହେବ ନାହିଁ ଏବଂ ସେମାନେ ଏହି ଫିଲ୍ମକୁ ବଡ଼ ପରଦାରେ ମୁକ୍ତିଲାଭ କରିବାକୁ ଦିଆଯିବ ନାହିଁ । ଡକ୍ଟର ନରୋତ୍ତମ ମିଶ୍ର ତାଙ୍କ ବିବୃତ୍ତିରେ କହିଛନ୍ତି - ଫିଲ୍ମରେ ପଠାନଙ୍କ ଲୁକକୁ ତୁରନ୍ତ ପରିବର୍ତ୍ତନ କରାଯାଉ । ବଲିଉଡ ସନାତନ ଧର୍ମ ବିରୁଦ୍ଧରେ ଯିବାକୁ ଚେଷ୍ଟା କରୁଛି । ସେହିପରି ସୋଶାଲ ମିଡିଆରେ ଲଗାତାର ବୟକଟ୍ ପଠାନ୍ ଟ୍ରେଣ୍ତ କରୁଛି । ଦେଖିବା ବାକି ରହିଲା ଏହାର ପ୍ରଭାବ ଫିଲ୍ମ ଉପରେ କିଭଳି ପଡୁଛି ।












Click it and Unblock the Notifications