ମା' ହେଲେ ଦୀପିକା, ଘରକୁ ଆସିଲା ଖୁନି ଅତିଥି
Deepika Padukone Delivers Baby Girl: ଦୀପିକା ପାଦୁକୋଣ ଏବଂ ରଣଭୀର ସିଂଙ୍କ ଘରେ ହେଲା କୁନି ଅତିଥିଙ୍କ ସ୍ୱାଗତ । ମା'ହେଲେ ଅଭିନେତ୍ରୀ ଦୀପିକା ପାଦୁକୋଣ । ସେ ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି । ଦୀପିକା ପାଦୁକୋଣଙ୍କୁ 7 ସେପ୍ଟେମ୍ବରରେ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ଦୀପିକା ପାଦୁକୋଣଙ୍କୁ 7 ସେପ୍ଟେମ୍ବରରେ ମୁମ୍ବାଇର HN ରିଲାଏନ୍ସ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଯାହା ପରେ ପ୍ରଶଂସକ ମାନେ ଉତ୍ସାହର ସହ ଖୁସି ଖବର ଅପେକ୍ଷା କରିଥିଲେ । ବର୍ତ୍ତମାନ ପିଙ୍କଭିଲ୍ଲାର ରିପୋର୍ଟ ଅନୁଯାୟୀ ଦୀପିକା-ରଣଭୀର ଏକ କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି ।
ଏହାପୂର୍ବରୁ ଖବର ରହିଥିଲା ଯେ, ଦୀପିକା ସେପ୍ଟେମ୍ବର 28ରେ ନିଜ ଡାକ୍ତରଖାନେରେ ଭର୍ତ୍ତି ହେବେ ବୋଲି ହେଲେ ସମୟ ପୂର୍ବରୁ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ । ଏହା ମଧ୍ୟ ଖବର ରହିଛି ଯେ ଅଭିନେତ୍ରୀଙ୍କର ସି-ସେକ୍ସନ୍ କରାଯାଇଛି । ହେଲେ ଏ ସମ୍ପର୍କରେ ବର୍ତ୍ତମାନ କୌଣସି ସୂଚନା ଜାରି କରାଯାଇ ନାହିଁ ।












Click it and Unblock the Notifications