Deepika Padukone Birthday:'ଅନ୍ଧାରରେ ଆଲୋକର ଏକ ଆଶା' ଦୀପିକା ! ରିଲିଜ୍ ହେଲା 'Project K' ପୋଷ୍ଟର
Deepika Padukone Birthday:'ଅନ୍ଧାରରେ ଆଲୋକର ଏକ ଆଶା' ଦୀପିକା ! ରିଲିଜ୍ ହେଲା 'Project K' ପୋଷ୍ଟର
ମୁମ୍ୱାଇ: ଦୀପିକା ପାଦୁକୋଣ ଆଜି ନିଜ ଜନ୍ମଦିନ ପାଳନ କରୁଛନ୍ତି । ଅଭିନେତ୍ରୀଙ୍କ ଜନ୍ମଦିନରେ ତାଙ୍କ ପ୍ରଶଂସକମାନଙ୍କୁ ଗୋଟିଏ ପରେ ଗୋଟିଏ ଉପହାର ମିଳିବାରେ ଲାଗିଛି । ପ୍ରଥମେ ବଲିଉଡର କିଙ୍ଗ୍ ଖାନ ଦୀପିକାଙ୍କ ଜନ୍ମଦିନରେ ଫିଲ୍ମ 'ପଠାନ'ରୁ ଅଭିନେତ୍ରୀଙ୍କର ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି । ପରେ ସାଉଥ ସୁପରଷ୍ଟାର ପ୍ରଭାସ ଫିଲ୍ମ 'Project K'ର ଫାସ୍ଟ ଲୁକ୍ ସେୟାର କରିଛନ୍ତି । ଆଜି ଦୀପିକାଙ୍କର ୩୭ତମ ଜନ୍ମଦିନ ।

Here's wishing our @deepikapadukone a very Happy Birthday.#ProjectK #HBDDeepikaPadukone pic.twitter.com/XfCbKapf25
— Vyjayanthi Movies (@VyjayanthiFilms) January 5, 2023
ପ୍ରଭାସ ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ ପୋଷ୍ଟର ସେୟାର କରି ଲେଖିଛନ୍ତି, ସୁପର ସୁନ୍ଦର ଏବଂ ପ୍ରତିଭାଶାଳୀ ଦୀପିକା ପାଦୁକୋନଙ୍କୁ ଜନ୍ମଦିନର ଶୁଭେଚ୍ଛା ଏବଂ ଅନେକ ସଫଳତା କାମନା କରୁଛି! ନାଗ ଅଶ୍ୱିନଙ୍କ ଦ୍ୱାରା ନିର୍ଦ୍ଦେଶିତ 'ପ୍ରୋଜେକ୍ଟ କେ' ହେଉଛି ଦୀପିକା ପାଦୁକୋନଙ୍କର ପ୍ରଥମ ତେଲୁଗୁ ଫିଲ୍ମ । ପ୍ରଭାସ ଏବଂ ଦୀପିକାଙ୍କ ବ୍ୟତୀତ ଅମିତାଭ ବଚ୍ଚନ ମଧ୍ୟ ଏହି ଫିଲ୍ମରେ ନଜର ଆସୁଛନ୍ତି । ରିପୋର୍ଟ ଅନୁଯାୟୀ, ତୃତୀୟ ବିଶ୍ୱଯୁଦ୍ଧ ପୃଷ୍ଠଭୂମି ସହିତ ଭାରତୀୟ କିମ୍ବଦନ୍ତୀ ମହାଭାରତ ଉପରେ ଆଧାରିତ ଫିଲ୍ମ 'ପ୍ରୋଜେକ୍ଟ କେ'। ଏହି ଚଳଚ୍ଚିତ୍ରରେ ପ୍ରଭାସ ମହାଭାରତରେ କର୍ଣ୍ଣ ଭୂମିକାରେ ନଜର ଆସିବେ। ଏହି ଫିଲ୍ମର ରିଲିଜ୍ ତାରିଖ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ।












Click it and Unblock the Notifications