ଡାକ୍ତରଖାନାରୁ ଭାଇରାଲ ହେଲା ଦୀପିକା ପାଦୁକୋଣ ଏପରି ଫଟୋ, ଫ୍ୟାନ୍ସ ଜଣାଇଲେ ଶୁଭେଚ୍ଛା
Deepika Padukone Baby Girl: ବଲିଉଡର ଚର୍ଚ୍ଚିତ କପଲ୍ ଦୀପିକା ପାଦୁକୋଣ ଏବଂ ରଣଭୀର ସିଂ ପିତାମାତା ହୋଇଛନ୍ତି । ଅଭିନେତ୍ରୀ ଏକ ସୁନ୍ଦର ଝିଅକୁ ଜନ୍ମ ଦେଇଛନ୍ତି । ବର୍ତ୍ତମାନ ଡାକ୍ତରଖାନାରୁ ଦୀପିକାଙ୍କର ଏକ ଫଟୋ ଭାଇରାଲ ହେବାରେ ଲାଗିଛି । ଯାହାକୁ ଲୋକମାନେ ବାରମ୍ବାର ସେୟାର କରୁଥିବାର ମଧ୍ୟ ଦେଖିବା ପାଇଁ ମିଳୁଛି ।

ଭାଇରାଲ ହେଉଥିବା ଫଟୋରେ ଦୀପିକାଙ୍କ କୋଳରେ ଏକ ଛୋଟ ଛୁଆ ମଧ୍ୟ ଦେଖିବା ପାଇଁ ମିଳୁଛି । ଅଭିନେତ୍ରୀ ଡାକ୍ତରଖାନା ଗାଉନ୍ ପିନ୍ଧିଥିବାର ନଜର ଆସୁଛନ୍ତି। ଯାହା ଦେଖି ଫ୍ୟାନ୍ସ ଭାବୁଛନ୍ତି ଏହା ଦୀପିକାଙ୍କ ଫୋଟେ । ହେଲେ ଭାଇରାଲ୍ ଫଟୋ ଗୁଡ଼ିକର ସତ୍ୟତା ସମ୍ପୂର୍ଣ୍ଣ ଭିନ୍ନ ।
ଭାଇରାଲ ଫଟୋ ବର୍ତ୍ତମାନର ନୁହେଁ, ଏହା ଦୀପିକାଙ୍କ ଝିଅଙ୍କର ମଧ୍ୟ ଫଟୋ ନୁହେଁ । ଏହି ଫଟୋ ଏକ ଫିଲ୍ମ ସେଟର ବୋଲି କୁହାଯାଉଛି । ତେବେ ଏହା ମଧ୍ୟ ସୂଚନା ରହିଛି ଯେ, ଏହା ଅଭିନେତ୍ରୀଙ୍କର ଆଗାମୀ ଫିଲ୍ମର ଏକ ସିନ୍ । ହେଲେ ଏହି ଫଟୋ ଦେଖି ପ୍ରଶଂସକଙ୍କ ମଧ୍ୟରେ ଉତ୍ସାହର ଲହରୀ ଖେଳିଯାଇଛି । ସୋସିଆଲ ମିଡିଆରେ ଏହି ଫଟୋ ଭାଇରାଲ ହେବାରେ ଲାଗିଛି ଏବଂ ପ୍ରଶଂସକ ଦୀପିକାଙ୍କୁ ଅଭିନନ୍ଦନ ମଧ୍ୟ ଜଣାଉଛନ୍ତି ।












Click it and Unblock the Notifications