ପୁଣି ବିଗିଡିଲା ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି !
ପୁଣି ବିଗିଡିଲା ଦୀପିକାଙ୍କ ସ୍ୱାସ୍ଥ୍ୟାବସ୍ଥା, ହସ୍ପିଟାଲରେ ହେଲେ ଭର୍ତ୍ତି !
ମୁମ୍ବାଇ: ନିଶ୍ୱାସ ନେବାରେ ଅସୁବିଧା ଅନୁଭବ ହେବାରୁ ଅଭିନେତ୍ରୀ ଦୀପିକା ପାଦୁକୋନଙ୍କୁ ସୋମବାର ରାତିରେ ମୁମ୍ବାଇର ବ୍ରେଚ୍ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଅଭିନେତ୍ରୀ ବର୍ତ୍ତମାନ ସମ୍ପୂର୍ଣ୍ଣ ଭଲ ଅନୁଭବ କରୁଛନ୍ତି ବୋଲି ସୂଚନା ରହିଛି । ଡାକ୍ତରଖାନାରେ ଭର୍ତ୍ତି କରାଯିବା ପରେ ତାଙ୍କର ଅନେକ ପ୍ରକାର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା । ପିଙ୍କଭିଲା ରିପୋର୍ଟ ଅନୁସାରେ ଅଭିନେତ୍ରୀଙ୍କର ଟିମ ପକ୍ଷରୁ ଏ ପର୍ଯ୍ୟନ୍ତ ଏ ନେଇ କୌଣସି ଘୋଷଣା କରାଯାଇ ନାହିଁ । ହେଲେ ବର୍ତ୍ତମାନ ଦୀପିକା ଠିକ୍ ଅଛନ୍ତି ।

ଅଭିନେତ୍ରୀଙ୍କ ଆଗାମୀ ଫିଲ୍ମ
ଯଦି ଆମେ ତାଙ୍କ ଆଗାମୀ ଚଳଚ୍ଚିତ୍ର ବିଷୟରେ କଥା ହେବା, ତେବେ ଅଭିନେତ୍ରୀଙ୍କୁ ପ୍ରଭାସ ଏବଂ ନାଗା ଚୈତନ୍ୟଙ୍କ ଫିଲ୍ମରେ ଦେଖିବାକୁ ମିଳିବ ଯାହାର ଟାଇଟଲ୍ ଏପର୍ଯ୍ୟନ୍ତ ଘୋଷଣା କରାଯାଇ ନାହିଁ । ଏହି ଚଳଚ୍ଚିତ୍ରରେ ଅମିତାଭ ବଚ୍ଚନ ମଧ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ। ଶାହାରୁଖ ଖାନଙ୍କ ଫିଲ୍ମ 'ପଠାନ'ରେ ଦୀପିକା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ । ହ୍ରିତିକ ରୋଶନଙ୍କ ସହ 'ଫାଇଟର୍'ରେ ମଧ୍ୟ ନଜର ଆସିବେ ଅଭିନେତ୍ରୀ । ଶେଷ ଥର ତାଙ୍କୁ ଫିଲ୍ମ 'ଗେହେରାଇୟାଁ' ରେ ଦେଖିବା ପାଇଁ ମିଳିଥିଲା ।












Click it and Unblock the Notifications