ରଣବୀରଙ୍କ ମା' ସାଜିଲେ ଦୀପିକା ! ଫ୍ୟାନ୍ସଙ୍କୁ ଲାଗିଲା ଝଟକା

ରଣବୀରଙ୍କ ମା' ସାଜିଲେ ଦୀପିକା ! ଫ୍ୟାନ୍ସଙ୍କୁ ଲାଗିଲା ଝଟକା

ମୁମ୍ବାଇ: ଦୀର୍ଘ ଦିନରୁ ଯେଉଁ ଫିଲ୍ମର ଅପେକ୍ଷା ଥିଲା ତାହା ବର୍ତ୍ତମାନ ରିଲିଜ୍ ହୋଇସାରିଛି । ସେପ୍ଟମ୍ବର ୯ରେ ଫିଲ୍ମ 'ବ୍ରହ୍ମାସ୍ତ୍ର' ରିଲିଜ୍ ପରଠୁ ଚହଳ ସୃଷ୍ଟି କରିଛି । ଫିଲ୍ମକୁ ନେଇ ପ୍ରଶଂସକ ବେଶ୍ ଉତ୍ସାହିତ ଅଛନ୍ତି । ଫିଲ୍ମ ମେକର୍ସ ଦେଇଥିବା ସୂଚନା ଅନୁସାରେ ଏହି ଫିଲ୍ମଟି ପ୍ରଥମ ଦିନରେ ୭୫ କୋଟି ଆୟ କରିଛି । କେବଳ ଆୟକୁ ପାଇଁ ନୁହେଁ, ସୋସିଆଲ ମିଡିଆରେ ଅନେକ କାରଣରୁ ଏବେ ଫିଲ୍ମ ଚର୍ଚ୍ଚାରେ ଅଛି ।

Brahmastra

ରଣବୀରଙ୍କ ମା' ସାଜିଲେ ଦୀପିକା
ବକ୍ସ ଅଫିସରେ ଆଲିଆ ଭଟ୍ଟ ଓ ରଣବୀର କପୁରଙ୍କ ଅଭିନୀତ ଫିଲ୍ମ 'ବ୍ରହ୍ମାସ୍ତ୍ର' ବମ୍ପର୍ ଓପନିଂ କରିଛି । ଫିଲ୍ମର ଏକ ଫଟୋ ଏବେ ଭାଇରାଲ ହେବାରେ ଲାଗିଛି ।ଯେଉଁଥିରେ ଦୀପିକା ପାଦୁକୋଣଙ୍କୁ ଦେଖିବା ପାଇଁ ମିଳିଛି । ଏହି ଫଟୋରେ ଦୀପିକା ହାତରେ ଏକ ଛଟୋପିଲାକୁ ଧରି ଛିଡା ହୋଇଥିବାର ନଜର ଆସୁଛନ୍ତି । ଯାହାକୁ ନେଇ ଏବେ ଆଲୋଚନା ଆରମ୍ଭ ହୋଇଯାଇଛି । ତେବେ ସୋସିଆଲ ମିଡିଆରେ ଜଣେ ପ୍ରଶଂସକ ଲେଖିଛନ୍ତି ଦୀପିକା ହେଉଛନ୍ତି ଶିବ ଅର୍ଥାତ୍ ରଣବୀରଙ୍କ ମା' । ଅର୍ଥାତ୍ ଯେଉଁ ଦୀପିକା ଏ ପର୍ଯ୍ୟନ୍ତ ରଣବୀରଙ୍କ ଗର୍ଲଫ୍ରେଣ୍ତ ଭୂମିକାର ନଜର ଆସୁଥିଲେ ତାଙ୍କୁ ଏବେ ଦର୍ଶକ ଅଭିନେତାଙ୍କ ମା' ଭୂମିକାରେ ଦେଖିବେ । ଏହା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି । ବ୍ରହ୍ମାସ୍ତ୍ର ପାର୍ଟ ୨' ଦେବରେ ଦୀପିକା ପାଦୁକୋଣ ଅମୃତା ଚରିତ୍ରରେ ନଜର ଆସିବେ । ହେଲେ ଏ ପର୍ଯ୍ୟନ୍ତ ଫିଲ୍ମର ପାର୍ଟ-୨କୁ ନେଇ କୌଣସି ସୂଚନା ଦିଆଯାଇ ନାହିଁ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+