ସାତ ମାସ ପରେ ଦ୍ୱିତୀୟ ଥର ପାଇଁ ମା' ହେଲେ ଦେବିନା

ସାତ ମାସ ପରେ ଦ୍ୱିତୀୟ ଥର ପାଇଁ ମା' ହେଲେ ଦେବିନା

ମୁମ୍ବାଇ: ଟିଭି ଇଣ୍ତଷ୍ଟ୍ରିର ପ୍ରସିଦ୍ଧ ଅଭିନେତ୍ରୀ ଦେବିନା ବାନାର୍ଜି ଏବଂ ଗୁରୁମିତ ଚୌଧରୀ ପୁଣି ଏର କନ୍ୟା ସନ୍ତାନର ପିତାମାତା ହୋଇଛନ୍ତି । ହଁ ଦେବିନା ବାନାର୍ଜି ଏକ ଶିଶୁ କନ୍ୟାକୁ ଜନ୍ମ ଦେଇଛନ୍ତି। ଏହି ଖବରର ସୂଚନା ନିଜେ ଗୁରୁମିତ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ଫଟୋ ସେୟାର କରି ନିଜ ଫ୍ୟାନ୍ସଙ୍କୁ ଦେଇଛନ୍ତି । ଦେବିନା ବାନାର୍ଜି ଦ୍ୱିତୀୟ ଥର ପାଇଁ ଏକ ଝିଅକୁ ଜନ୍ମ ଦେଇଛନ୍ତି । ଏହାପୂର୍ବରୁ, ଏପ୍ରିଲରେ ସେ ନିଜ ପ୍ରଥମ ସନ୍ତାନକୁ ଜନ୍ମ ଦେଇଥିଲେ, ଯାହାର ନାମ ସେ ଲିଏନା ଦେଇଛନ୍ତି । ଗୁରୁମିତ ଚୌଧୁରୀ ପୁଣି ଥରେ ପିତା ହୋଇଛନ୍ତି । ଯାହାର ଖୁସି ତାଙ୍କ ଏହି ପୋଷ୍ଟରୁ ସ୍ପଷ୍ଟ ଦେଖାଯାଉଛି । ଦେବିନାଙ୍କ ପ୍ରସବ ପରେ ଗୁରୁମିତ ଚୌଧୁରୀ ଇନଷ୍ଟାଗ୍ରାମରେ ଏକ ସୁନ୍ଦର ପୋଷ୍ଟ ସେୟାର କରିଛନ୍ତି । ଏହି ପୋଷ୍ଟରେ ଗୁରୁମିତ ଦେବିନାଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି ।

Debina Bonnerjee
ଏହି ଫଟୋ ସହ ଅଭିନେତା ଗୁରୁମିତ ଚୌଧୁରୀ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ସେ ଅତ୍ୟନ୍ତ ଭାବପ୍ରବଣ କ୍ୟାପସନ୍ ଲେଖିଛନ୍ତି । ସେ କ୍ୟାପସନରେ ଲେଖିଛନ୍ତି - ଶିଶୁ କନ୍ୟା, ଏ ଦୁନିଆକୁ ସ୍ୱାଗତ । ଆମେ ଦ୍ୱିତୀୟ ଥର ପାଇଁ ପିତାମାତା ହୋଇଛୁ । ଆପଣ ସମସ୍ତଙ୍କ ଭଲପାଇବା ଏବଂ ଆଶୀର୍ବାଦ ଦିଅନ୍ତୁ । ଗୁରୁମିତଙ୍କର ଏହି ପୋଷ୍ଟରେ ଫ୍ୟାନ୍ସଙ୍କ ଲାଇକ୍ସ ଓ କମେଣ୍ଟର ବର୍ଷା ଆରମ୍ଭ ହୋଇଯାଇଛି । ଫ୍ୟାନ୍ସ ଏହି ଷ୍ଟାର ଦମ୍ପତ୍ତିଙ୍କୁ ଶୁଭେଚ୍ଛା ଜଣାଉଛନ୍ତି ।

ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଯେ ଦେବିନା ମାଆ ହେବାର ଏକ ମାସ ପରେ ହିଁ ଦ୍ୱିତୀୟ ଥର ପ୍ରେଗନେନ୍ସିକୁ ନେଇ ଘୋଷଣା କରିଥିଲେ । ଏହା ଶୁଣିବା ପରେ ଅନେକ ଲୋକ ଏହାକୁ ବିଶ୍ୱାସ କରି ପାରିନଥିଲେ । ହେଲେ ଫଟୋସୁଟ୍ ପରେ ସବୁ ଦ୍ୱନ୍ଦ ଦୂର ହୋଇଯାଇଥିଲା ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+