ଝିଅ ଜନ୍ମର ୪ ମାସ ପରେ ପୁଣି ମା' ହେବେ ଦେବୀନା
Debina Bonnerjee Second Pregnancy:Debina Bonnerjee Announce Her Second Pregnancyଝିଅ ଜନ୍ମର ୪ ମାସ ପରେ ପୁଣି ମା' ହେବେ ଦେବୀନା
ମୁମ୍ବାଇ: ପୁଣି ମା'ହେବେ ଦେବୀନା । ଟିଭି ଇଣ୍ଡଷ୍ଟ୍ରିର ପାୱାର କପଲ୍ ଗୁରୁମିତ ଚୌଧରୀ ଏବଂ ଦେବିନା ବାନାର୍ଜୀ ପୁଣି ପିତାମାତା ହେବାକୁ ଯାଉଛନ୍ତି । ଝିଅ ଜନ୍ମର ୪ ମାସ ପରେ ପୁଣି ଗର୍ଭବତୀ ଅଛନ୍ତି ଟେଲି ଅଭିନେତ୍ରୀ ଦେବୀନା । ଏନେଇ ସେ ନିଜେ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରି ଘୋଷଣା କରିଛନ୍ତି । ଦେବୀନା ହାତରେ ଏକ ସୋନୋଗ୍ରାଫିର ଏକ ଫଟୋ ଧରିଥିବାର ନଜର ଆସିଛନ୍ତି । ଗୁଡ୍ନ୍ୟୁଜର ଘୋଷଣା କରି ଦମ୍ପତ୍ତି କ୍ୟାପସନରେ ଲେଖିଛନ୍ତି, 'କିଛି ନିଷ୍ପତ୍ତି ଭାଗ୍ୟ ନିର୍ଦ୍ଧାରିତ କରିଥାଏ। ଏହାକୁ କେହି ବଦଳାଇ ପାରିବେ ନାହିଁ' ତେବେ ଦେବୀନା ଏହ ଫଟୋ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହୋଇଥିଲା । କିଛି ଫ୍ୟାନ୍ସ ଏହି ନ୍ୟୁଜ୍ ଦେଖିବା ପରେ ଖୁବ ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ସେହିପରି ଅନେକ ଏହି ଷ୍ଟାର ଦମ୍ପତ୍ତିଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଛନ୍ତି ।

ଚଳିତ ବର୍ଷ ଏପ୍ରିଲରେ ଗୁରୁମିତ ଏବଂ ଦେବିନା ସେମାନଙ୍କର ପ୍ରଥମ ଶିଶୁ ଲିଆନାଙ୍କୁ ନିଜ ଦୁନିଆରେ ସ୍ୱାଗତ କରିଥିଲେ। ତେବେ ବିବାହର ୧୧ ବର୍ଷ ପରେ ଦେବୀନାଙ୍କୁ ମା' ହେବାର ସୌଭାଗ୍ୟ ମିଳିଥିଲା । ସେ ଅନେକ ଦିର୍ଘ ଦିନ ହେଲା ସନ୍ତାନ ପାଇଁ ଚେଷ୍ଟା କରୁଥିଲେ । ହେଲେ ତାଙ୍କୁ ଅନେକ ଅସୁବିଧାର ସମ୍ମୁଖୀ ହେବା ପାଇଁ ପଡିଥିଲା । ଶେଷରେ ସେ ଆଇଭିଏଫ୍ ଏବଂ IUIs ଚିତିତ୍ସାର ସାହାର୍ଯ୍ୟ ନେଇଥିଲେ ।












Click it and Unblock the Notifications