କପିଲ୍ ଶର୍ମାଙ୍କ ସମେତ ଅନେକ ହାସ୍ୟ ଅଭିନେତାଙ୍କୁ ହତ୍ୟା ଧମକ, ଜାଣନ୍ତୁ କେଉଁ ପୋଲିସ କରେ ଏହାର ଯାଞ୍ଚ
Kapil Sharma: ଦେଶର ବଡ଼ ବଡ଼ ହାସ୍ୟ ଅଭିନେତାଙ୍କୁ ଆସିଲା ହତ୍ୟା ଧମକ । ପାକିସ୍ତାନରୁ ମିଳିଥିବା ଏକ ଇ-ମେଲରେ ତାଙ୍କୁ ହତ୍ୟା ଧମକ ଦିଆଯାଇଛି। ବର୍ତ୍ତମାନ ପ୍ରଶ୍ନ ଉଠୁଛି କେଉଁ ପୋଲିସ କିମ୍ବା ସଂସ୍ଥା ଏପରି ମାମଲାଗୁଡ଼ିକର ତଦନ୍ତ କରେ । କିଛି ଦିନ ହେଲା ଲଗାତାର ବଲିଉଡ ସେଲିବ୍ରିଟିଙ୍କୁ ଧମକ ମିଳିବାରେ ଲାଗିଛି ସେହିପରି ନିକଟରେ ସୈଫ୍ ଅଲ୍ଲୀ ଖାନଙ୍କୁ ଆକ୍ରମଣ ଘଟଣା ବିଟାଉନ ସମେତ ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି ।
ରିପୋର୍ଟ ଅନୁସାରେ, ଏକ ଇମେଲରେ ଧମକ ମିଳିଛି ଯେଉଁଥିରେ ଲେଖାଯାଇଛି, ଆମେ ତୁମର ସମସ୍ତ କାର୍ଯ୍ୟକଳାପ ଉପରେ ନଜର ରଖୁଛୁ। ଏହା କୌଣସି ପବ୍ଲିସିଟି ଷ୍ଟଣ୍ଟ ନୁହେଁ କିମ୍ବା କାହାକୁ ବିଚଳିତ କରିବାର ପ୍ରୟାସ ନୁହେଁ। ଏହି ବାର୍ତ୍ତାକୁ ଗମ୍ଭୀରତାର ସହ ନିଅ, ଯଦି ଆମର ଦାବି ପୂରଣ ନହୁଏ, ତେବେ ତୁମକୁ ଗମ୍ଭୀର ପରିଣାମ ଭୋଗ କରିବାକୁ ପଡିବ।

ଯଦି ପାକିସ୍ତାନ କିମ୍ବା ଅନ୍ୟ କୌଣସି ଦେଶରୁ ଏପରି ଧମକପୂର୍ଣ୍ଣ ଇମେଲ୍ ମିଳିଥାଏ ତେବେ ଭାରତୀୟ ସୁରକ୍ଷା ଏବଂ ଆଇନ ପ୍ରବର୍ତ୍ତନ ଏଜେନ୍ସିଗୁଡ଼ିକ ଦ୍ୱାରା ଏହାର ତଦନ୍ତ କରାଯାଏ। ଏପରି ପରିସ୍ଥିତିରେ, ପ୍ରଥମେ ସେହି ଅଞ୍ଚଳର ପୋଲିସ ଷ୍ଟେସନରେ ଏକ ଏଫଆଇଆର ପଞ୍ଜିକୃତ ହୋଇଥାଏ । ଏହା ପରେ ସ୍ଥାନୀୟ ପୋଲିସ ପ୍ରାରମ୍ଭିକ ତଦନ୍ତ ଆରମ୍ଭ କରିଥାଏ । ଏହି ମାମଲାର ଅଭିଯୋଗ ପରେ, ମୁମ୍ବାଇ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ତଦନ୍ତ ଆରମ୍ଭ କରିଛି। ହାସ୍ୟ ଅଭିନେତା କପିଲଙ୍କୁ ମିଳିଥିବା ହତ୍ୟା ଧମକ ମାମଲାରେ ମୁମ୍ବାଇର ଆମ୍ବୋଲି ପୋଲିସ ଏକ ମାମଲା ରୁଜୁ କରିଛି। ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି।
ଯଦି ମାମଲାଟି ଅଧିକ ଗମ୍ଭୀର ଏବଂ ଜାତୀୟ ସୁରକ୍ଷା ସହିତ ଜଡିତ, ତେବେ ସମ୍ପୃକ୍ତ ରାଜ୍ୟର ଆତଙ୍କବାଦ ବିରୋଧୀ ଦଳ (ATS) ତଦନ୍ତରେ ସାମିଲ ହୋଇଥାଏ । ଏହା ବ୍ୟତୀତ, ଯେତେବେଳେ ଇମେଲ୍, ସୋସିଆଲ ମିଡିଆ କିମ୍ବା ଫୋନ୍ ମାଧ୍ୟମରେ ଧମକ ଦିଆଯାଏ, ସାଇବର ସେଲ୍ ସେହି ବାର୍ତ୍ତାର ଉତ୍ସକୁ ଖୋଜିବା ପାଇଁ କାମ କରେ। ବୈଷୟିକ ତଦନ୍ତରେ ସାଇବର ବିଶେଷଜ୍ଞଙ୍କ ସାହାଯ୍ୟ ନିଆଯାଏ। ଏପରି ମାମଲାର ଗମ୍ଭୀରତାକୁ ବିଚାର କରି NIA ତଦନ୍ତରେ ସାମିଲ ହୁଏ ।












Click it and Unblock the Notifications