ଡ୍ରଗ୍ସ ସେବନ ମାମଲା: ଜାମିନରେ ମୁକୁଳିଲେ ସିଦ୍ଧାନ୍ତ କପୁର
ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କାପୁରଙ୍କୁ ଜାମିନ ମିଳିଛି । ଡ୍ରଗ୍ସ ସେବନ କରୁଥିବା ଅଭିଯୋଗରେ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିଲା । ସର୍ତ୍ତମୂଳକ ଜାମିନରେ ହେପାଜତରୁ ମୁକୁଳିଛନ୍ତି ସିଦ୍ଧାନ୍ତ
ବେଙ୍ଗାଲୁରୁ: ଡ୍ରଗ୍ସ ମାମଲାରେ ବଲିଉଡ୍ ଅଭିନେତ୍ରୀ ଶ୍ରଦ୍ଧା କପୁରଙ୍କ ଭାଇ ସିଦ୍ଧାନ୍ତ କାପୁରଙ୍କୁ ଜାମିନ ମିଳିଛି । ଡ୍ରଗ୍ସ ସେବନ କରୁଥିବା ଅଭିଯୋଗରେ ସିଦ୍ଧାନ୍ତ କପୁରଙ୍କୁ ବେଙ୍ଗାଲୁରୁ ପୋଲିସ ଅଟକ ରଖିଥିଲା । ସର୍ତ୍ତମୂଳକ ଜାମିନରେ ହେପାଜତରୁ ମୁକୁଳିଛନ୍ତି ସିଦ୍ଧାନ୍ତ ।

ରବିବାର ରାତିରେ ଏକ ପାର୍ଟିରେ ନିଶା ସେବନ ଅଭିଯୋଗରେ ପୋଲିସ ତାଙ୍କୁ ଉଠାଇ ନେଇଥିଲା । ବେଙ୍ଗାଲୁରୁର ଏମଜି ରୋଡ଼ ଏକ ହୋଟେଲରେ ଚାଲୁଥିବା ପାର୍ଟି ଉପରେ ପୋଲିସ ରେଡ୍ କରିଥିଲା । ପାର୍ଟିରେ ମୋଟ 35 ଜଣ ରହିଥିବା ସୂଚନା ରହିଛି । ସେମାନଙ୍କ ମଧ୍ୟରୁ ସିଦ୍ଧାନ୍ତଙ୍କ ସମେତ 6 ଜଣଙ୍କୁ ଅଟକ ରଖିଥିଲା ପୋଲିସ ।
ପୂର୍ବ ବେଙ୍ଗାଲୁରୁର DCP ଭୀମଶଙ୍କର ଗୁଲେଡ କହିଛନ୍ତି, "ସିଦ୍ଧାନ୍ତଙ୍କୁ ଯେତେବେଳେ ମଧ୍ୟ ତଦନ୍ତ ପାଇଁ ଫୋନ କରାଯିବ ତାଙ୍କୁ ପୋଲିସ ନିକଟରେ ହାଜର ହେବାକୁ ପଡିବ । ସିଦ୍ଧାନ୍ତ ଡ୍ରଗ୍ସ ସେବନ କରିଥିବା ନେଇ ପରୀକ୍ଷା କରାଯିବା ପରେ ମେଡିକାଲ ରିପୋର୍ଟ ପଜିଟିଭ ଆସିଥିଲା।












Click it and Unblock the Notifications