Get Updates
Get notified of breaking news, exclusive insights, and must-see stories!

ଓଲିଉଡ଼ର ନୂଆ ଅଧ୍ୟାୟ ଆରମ୍ଭ, ଦମ୍ ଦେଖାଉଛି 'ଦମନ', ହିନ୍ଦୀରେ ହେବ ରିଲିଜ୍

ଓଲିଉଡ଼ର ନୂଆ ଅଧ୍ୟାୟ ଆରମ୍ଭ, ଦମ୍ ଦେଖାଉଛି 'ଦମନ', ହିନ୍ଦୀରେ ହେବ ରିଲିଜ୍

ଭୁବନେଶ୍ୱର: ଆଜି କାଲି ପ୍ରତି ଓଡ଼ିଆଙ୍କ ମୁହଁରେ କେବଳ ଗୋଟିଏ ହିଁ ଫିଲ୍ମର ନାଁ 'ଦମନ' । ଦେଶର ବିଭିନ୍ନ ରାଜ୍ୟରେ ଓଡ଼଼ିଆ ଫିଲ୍ମ 'ଦମନ' ରିଲିଜ୍ ହୋଇଛି । ସବୁଠୁ ଖାସ୍ କଥା ହେଲା ଏବେ ଆଇଏମ୍‌ଡିବି ରେଟିଂରେ ନାମିଦାମି କଳାକାରଙ୍କ ବିଗ୍ ବଜେଟ୍ ଫିଲ୍ମକୁ ପଛରେ ପକାଇଛି ଓଡ଼ିଆ ଫିଲ୍ମ 'ଦମନ' । ତେବେ ଆପଣଙ୍କୁ ଜଣାଇବା ପାଇଁ ଚାହିଁବୁ ଏହି ଚଳଚ୍ଚିତ୍ର ଏକ ସତ୍ୟ କାହଣୀ ଉପରେ ଆଧାରିତ । ବିଶାଳ ମୋର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କା ଦ୍ୱାରା ନିର୍ଦ୍ଦେଶିତ ଏବଂ ବାବୁଶାନ ଅଭିନୀତ ଏହି ଫିଲ୍ମଟି ନଭେମ୍ବର ୪ରେ ରିଲିଜ ହୋଇଥିଲା । ଆଉ ରିଲିଜର ଏତେ ଦିନ ପରେବି ମଧ୍ୟ କମ ହୋଇ ନାହିଁ 'ଦମନ'ର କ୍ରେଜ୍ ।

ସିନେମାଟି ଓଡ଼ିଶା ସମେତ ଦେଶର ଅନ୍ୟ ରାଜ୍ୟର ପ୍ରେକ୍ଷାଳୟରେ ମଧ୍ୟ ହାଉସଫୁଲ ରହିଛି । ଅନେକ ପ୍ରବାସୀ ଓଡ଼ିଆ ସୋଶାଲ ମିଡିଆରେ ଫିଲ୍ମ ଦେଖୁଥିବାର ଓ ହାଉସଫୁଲ ଥିବାର ଫଟୋ ସେୟାର କରି ମେକର୍ସଙ୍କୁ ଶୁଭେଚ୍ଛା ଜଣାଇବା ସହ ଫିଲ୍ମ ଗୁଣ ଗାନ କରୁଛନ୍ତି । ଧିରେ ଧିରେ ଓଡ଼ିଆ ଫିଲ୍ମ ପ୍ରତି ଲୋକଙ୍କ ରୁଚି କମିଯାଉଥିବା ବେଳେ ଏହି ସିନେମାଟି ଓଡ଼ିଆ ସିନେମା ଜଗତ ପାଇଁ ନୂଆ ଦିଶା ପାଲଟିଛି । ସେହିପରି ବାବୁସାନଙ୍କ ଫିଲ୍ମକୁ ମିଳିଛି ୧୦ ରୁ ୯.୭ ଆଇଏମ୍‌ଡିବି ରେଟିଂ । ଫଳରେ 'ଦମନ' ସବୁଠାରୁ ଅଧିକ ରେଟିଂ ହାସଲ କରିଥିବା ଭାରତୀୟ ସିନେମା ଲିଷ୍ଟରେ ସାମିଲ ହୋଇପାରିଛି ।

Daman

ଦମନର କାହଣୀ
'ଦମନ'ର କାହଣୀ ଦର୍ଶକଙ୍କ ମନକୁ ଛୁଇଁଛି । ବିନା ନାୟିକା, ବିନା ଖଳନାୟକରେ ଏପରିକି ବିନା ଆଇଟମ ଗୀତରେ ଏବେ ଦମନ ସାଉଁଟୁଛି ପ୍ରଶଂସା । ତେବେ ସିନେମାଟି ଜଣେ ଡାକ୍ତରଙ୍କ ସଂଘର୍ଷର ସତ୍ୟ କାହାଣୀ ଉପରେ ପର୍ଯ୍ୟବେସିତ । ରାଜଧାନୀ ଭୁବନେଶ୍ୱର ସହରରେ ଡାକ୍ତରୀ ପାଠ ପଢିବା ପରେ ତାଙ୍କର ପୋଷ୍ଟିଂ ହୋଇଛି ଏକଦା ଓଡ଼ିଶାର ବିଚ୍ଛିନ୍ନାଞ୍ଚଳ କୁହାଯାଉଥିବା ସୁଦୂର ମାଲକାନାଗିରିର ଏକ ସ୍ଥାନ । ଯେଉଁଠିକାର ସ୍ୱାସ୍ଥ୍ୟ ସେବା ତାଙ୍କୁ ଚିନ୍ତାରେ ପକାଇଛି ଏବଂ ତାକୁ ସୁଧାରିବା ପାଇଁ ଆରମ୍ଭ ହୋଇଯାଇଛି ଡାକ୍ତର ବାବୁଙ୍କ ସଂଘର୍ଷ । ବୃତ୍ତିଗତ ଜୀବନ କେଉଁଠି ନା କେଉଁଠି ବ୍ୟକ୍ତିଗତ ଜୀବନ ଉପରେ ପକାଇଛି ଛାପ ଓ ବଦଳିଯାଇଛି ଜଣେ ସହରି ବ୍ୟକ୍ତି ଓ ଡାକ୍ତରଙ୍କ ସମ୍ପୁର୍ଣ୍ଣ ଜୀବନ । ଡାକ୍ତରଙ୍କ ଚରିତ୍ରରେ ନଜର ଆସୁଛନ୍ତି ଅଭିନେତା ବାବୁସାନ ମହାନ୍ତି । ତାଙ୍କ ନିପୁଣ ଅଭିନୟ ଫିଲ୍ମରେ ଚାରଚାନ୍ଦ ଲଗାଇଛି ।

ହିନ୍ଦୀରେ ରିଲିଜ୍ ହେବ ଦମନ
ନଭେମ୍ବର ୪ରେ ଫିଲ୍ମଟିକୁ କେବଳ ଓଡ଼ିଆ ଭାଷାରେ ରିଲିଜ୍ କରାଯାଇଥିଲା । ଯେଉଁଥିରେ ଇଂରାଜୀ ସବଟାଇଟେଲ୍ ରହିଛି । ଦେଶର ବିଭିନ୍ନ ସହର ଯେପରି ବାଙ୍ଗାଲୋର, ଦିଲ୍ଲୀ, ମୁମ୍ବାଇ, ନୋଏଡା, ଗୁରୁଗାଓଁ, ଅହମ୍ମଦାବାଦ, ହାଇଦ୍ରାବାଦ, କୋଲକାତାର ବିଭିନ୍ନ ପ୍ରେକ୍ଷାଳରେ ପ୍ରଦର୍ଶିତ ହେଉଛି । ହେଲେ ଫିଲ୍ମ ପ୍ରତି ଦର୍ଶକଙ୍କ ଭଲ ପାଇବା, ସଫଳତା ଏବଂ ବଢୁଥିବା ଆୟକୁ ଦେଖି ମେକର୍ସ ଏବେ ଏହି ଦମଦାର ସିନେମାକୁ ହିନ୍ଦୀ ଭାଷାରେ ରିଲିଜ୍ କରିବାର ନିଷ୍ପତ୍ତି ନେଇଛନ୍ତି । ଏ ନେଇ ଫିଲ୍ମ ନିର୍ଦ୍ଦେଶକ ବିଶାଲ ମୌର୍ଯ୍ୟ ନିଜେ ସୂଚନା ଦେଇଛନ୍ତି ।ତେବେ ଏହା କହିବା ଭୁଲ ହେବ ନାହିଁ ଯେ 'ଦମନ' ପାଇଁ ହେବା ପାଇଁ ଯାଉଛି ଓଲିଉଡ଼ ଇଣ୍ତଷ୍ଟ୍ରିର ନବକଳେବର ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+