ହିନ୍ଦୀରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ 'ଦମନ'ର ଟ୍ରେଲର
ହିନ୍ଦୀରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ 'ଦମନ'ର ଟ୍ରେଲର । ଟ୍ରେଲର ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ପ୍ରାୟ ୬୩ ହଜାରରୁ ଅଧିକ ଦର୍ଶକ ଏହି ଟ୍ରେଲରକୁ ଦେଖି ସାରିଲେଣି ।
ଭୁବନେଶ୍ୱର: ହିନ୍ଦୀରେ ରିଲିଜ୍ ହେଲା ଓଡ଼ିଆ ଫିଲ୍ମ ଦମନର ଟ୍ରେଲର । ଟ୍ରେଲର ରିଲିଜ୍ ହେବାର କିଛି ସମୟ ମଧ୍ୟରେ ହିଁ ପ୍ରାୟ ୬୩ ହଜାରରୁ ଅଧିକ ଦର୍ଶକ ଏହି ଟ୍ରେଲରକୁ ଦେଖି ସାରିଲେଣି । ସୋସିଆଲ ମିଡିଆରେ ପ୍ରଶଂସାର ସୁଅ ଛୁଟୁଛି । ପାନୋରାମା ଷ୍ଟୁଡିଓଜ୍ 'ଦମନ'ର ଅଫିସିଆଲ୍ ଟ୍ରେଲରକୁ ନିଜ ୟୁଟ୍ୟୁବ୍ ପେଜର ରିଲିଜ୍ କରିଛି । ଆସନ୍ତା ମାସ ଅର୍ଥାତ୍ ଫେବୃଆରୀ ୩ ତାରିଖରେ 'ଦମନ'ର ହିନ୍ଦୀ ଭର୍ସନ ରିଲିଜ୍ କରାଯିବ ।

ସାଧାରଣ ଲୋକଙ୍କଠୁ ଆରମ୍ଭ କରି ବଡ ବଡ ସେଲିବ୍ରିଟି ମଧ୍ୟ ଓଡ଼ିଆ ଫିଲ୍ମର କରୁଛନ୍ତି ପ୍ରଶଂସା । ବଲିଉଡର ସିଙ୍ଘମ ଅଜୟ ଦେବଗନ ଟ୍ୱିଟ୍ କରି ଫିଲ୍ମ 'ଦମନ'ର ପ୍ରଶଂସା କରିଛନ୍ତି । ସେ ଲେଖିଛନ୍ତି, ଯବ ବଢେଗା ଏକ୍ କଦମ୍ ବଦଲାବ୍ କି ତରଫ ତବ ବନେଗି ନୟି ମିଶାଲ୍' । ସେହିପରି ଅଭିନେତା ବିଦ୍ୟୁତ ଜମ୍ବାଲ ମଧ୍ୟ ପୁରା 'ଦମନ' ଟିମର ପ୍ରଶଂସା କରିଛନ୍ତି ।
ସତ୍ୟ ଘଟଣା ଉପରେ ଆଧାରିତ ଏହି ଓଡ଼ିଆ ଫିଲ୍ମଟି ସମସ୍ତ ବର୍ଗର ଦର୍ଶକଙ୍କ ମନ ଜଣିଥିଲା । ଫିଲ୍ମରେ ମୁଖ୍ୟ ଭୂମିକାରେ ବାବୁସାନ ମହାନ୍ତିଙ୍କୁ ଦେଖିବା ପାଇଁ ମିଳିଥିଲା । ତାଙ୍କ ନିଖୁଣ ଅଭିନୟ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ସେହିପରି ଏହି ଫିଲ୍ମ ପ୍ରତି ଲୋକଙ୍କ ଭଲ ପାଇବା ଦେଖି ରାଜ୍ୟ ସରକାର ଏହାକୁ କରମୁକ୍ତ ଘୋଷଣା କରିଥିଲେ । ଭିଶାଲ ମୌର୍ଯ୍ୟ ଏବଂ ଦେବୀ ପ୍ରସାଦ ଲେଙ୍କାଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଦୀପେନ୍ଦ୍ର ସାମଲ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ପ୍ରଯୋଜନାରେ ନିର୍ମିତ ।












Click it and Unblock the Notifications