ବଡ ଘର କଥା : ମହାନଦୀରୁ ଉଦ୍ଧାର ହେଲେ ଅଭିନେତା ଅମ୍ଲାନଙ୍କ ସ୍ତ୍ରୀ, କାରଣ ଅସ୍ପଷ୍ଟ
ଅମ୍ଲାନଙ୍କ ପତ୍ନୀ ଭୂମିକାଙ୍କୁ ଆଜି ମହାନଦୀରୁ ଉଦ୍ଧାର କରାଯାଇଛି ।
କଟକ : ପୁଣି ଚର୍ଚ୍ଚାରେ ଓଲିଉଡର ଆଉ ଜଣେ ଅଭିନେତା । ଏଥର ବି ସମାନ ଭାବରେ ରିଲ ନୁହେଁ ବରଂ ବାସ୍ତବ ଜୀବନକୁ ନେଇ ଚର୍ଚ୍ଚାରେ । ଅଭିନେତା ଜଣଙ୍କ ହେଲେ ଅମ୍ଲାନ ଦାସ । ଅମ୍ଲାନ ବରିଷ୍ଠ ଅଭିନେତା ମିହିର ଦାସଙ୍କ ପୁଅ । ଚର୍ଚ୍ଚା ଅମ୍ଲାନଙ୍କୁ ନେଇ ଏଇଥିପାଇଁ କାରଣ ତାଙ୍କ ପତ୍ନୀ ଭୂମିକାଙ୍କୁ ଆଜି ମହାନଦୀରୁ ଉଦ୍ଧାର କରାଯାଇଛି । ବଡ ଧରଣର ଅଘଟଣରୁ ଅଳ୍ପକେ ଭୂମିକା ରକ୍ଷା ପାଇଥିବା ବେଳେ ସେ ବର୍ତ୍ତ ସମୟରେ ସୁସ୍ଥ ଥିବା ଜଣାପଡିଛି । ଫୁଲ ପକେଇବାକୁ ଯାଇଥିବା ବେଳେ ନଦୀକୁ ପଡିଯାଇଥିବା କୁହାଯାଉଥିବା ବେଳେ ସେ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା କଥା ମଧ୍ୟ ଚର୍ଚ୍ଚା ହେଉଛି । ପୁଲିସ ତାଙ୍କୁ ଜୀବନ୍ତ ଉଦ୍ଧାର କରିବା ପରେ ଅମ୍ଲାନଙ୍କ ପତ୍ନୀଙ୍କୁ ଡାକ୍ତରୀ ଚିକିତ୍ସା ଯୋଗାଇ ଦିଆଯାଇଛି ।
ଅପରପକ୍ଷରେ ଗୋଡ ଖସି ଯାଇଥିଲା ନା' ସେ ନଦୀକୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି ସେନେଇ ସସପେନ୍ସ ଜାରି ରହିଛି । ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି ।
ଆଜି ଦିନ ସମୟରେ କଟକ ସିଡିଏରୁ ନୂଆପାଟଣାକୁ ସଂଯୋଗ କରୁଥିବା ମଧୁସୂଦନ ପୋଲ ତଳେ ଜଣେ ମହିଳା ମଦାନଦୀ ପାଣିରେ ଭାସୁଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ । ପୋଲ ଉପରେ ସ୍କୁଟି ଥୁଆ ହୋଇଥିଲା ।

ଏସମ୍ପର୍କରେ ଲୋକେ ପୁଲିସକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପୁଲିସ ପହଞ୍ଚି ଭୂମିକାଙ୍କୁ ନଦୀରୁ ଉଦ୍ଧାର କରିଥିଲା । ଖବର ପାଇ ଅମ୍ଲାନ ଥାନାରେ ପହଞ୍ଚିଥିଲେ । ଗଣମାଧ୍ୟମକୁ ଅମ୍ଲାନ କହିଛନ୍ତି, "କିଛି ଟେନସନ୍ ନାହିଁ ଏବେ ସେ ଠିକ୍ ଅଛି । କଣ ହୋଇଥିଲା କିଛି ସମୟ ପରେ ଆମେ ସ୍ପଷ୍ଟ କରିବୁ ।" ସୂଚନାଥାଉକି, ଚଳିତ ବର୍ଷ ଫେବୃଆରୀରେ ଅମ୍ଲାନ ତାଙ୍କର ପିଲା ବେଳର ସାଙ୍ଗ ଭୂମିକାଙ୍କୁ ବିବାହ କରିଥିଲେ । ପରିବାର, ବନ୍ଧୁଙ୍କ ଉପସ୍ଥିତିରେ ତାଙ୍କର ବିବାହ ହୋଇଥିଲା । ତେବେ କିଛି ଦିନ ହେଲା ଉଭୟଙ୍କ ଦାମ୍ପତ୍ତ୍ୟ ଜୀବନ ଠିକ୍ ଚାଲିନଥିବା ଚର୍ଚ୍ଚା ହେଉଛି । ଏପରିକି ଭୂମିକା ଘର ଛାଡି ଦେବା ପାଇଁ ଚାହୁଁଥିଲେ । କିଛି ଦିନ ତଳେ ଦୁଇ ଜଣଙ୍କର ଝଗଡା ହୋଇଥିବା ଆଲୋଚନା ହେଉଛି । ଥାନାରେ ଅମ୍ଲାନ ପହଞ୍ଚିବା ପରେ ପୁଲିସ ତାଙ୍କୁ ପଚରାଉଚରା ଜାରି ରଖିଛି । କଣ ରହିଛି ପାରିବାରିକ ସମସ୍ୟା ? କାହିଁକି ଭୂମିକା ଏଭଳି ନିଷ୍ପତ୍ତି ନେଲେ ? ଶାଶୂ ଘରେ ଭୂମିକା ନିଜକୁ ସୁରକ୍ଷିତ ଭାବୁ ନାହାନ୍ତି କି ? ଏନେଇ ଅନେକ ବିଷୟରେ ପୁଲିସ ଦୁଇ ଜଣଙ୍କୁ ପଚରାଉଚରା କରୁଛି ବୋଲି ଜଣାପଡିଛି ।












Click it and Unblock the Notifications