ବନ୍ଦ ହେଲା କପିଲ ଶର୍ମା ଶୋ', କୁଆଡ଼େ ଗଲେ କପିଲ ?
ମୁମ୍ବାଇ: ଦର୍ଶକଙ୍କୁ ହସି ହସି ବେଦମ୍ କରାଏ ସୋନି ଟିଭିରେ ପ୍ରସାରିତ କପିଲ ଶର୍ମା ଶୋ '। ଚଳିତ ବର୍ଷ ଏହି ଶୋ'ର ନୂତନ ସିଜନ୍ ଆସିଥିବା ବେଳେ ଏହାର ଟିଆରପି ମଧ୍ୟ ଆଗରେ ରହିଥିଲା । ଶୋ'ରେ ବଲିଉଡର ବରିଷ୍ଠ କଳାକାର ଯୋଗ ଦେଇଥାନ୍ତି । ତେବେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଏହି କମେଡି ଶୋ' ଏବେ ବନ୍ଦ ହୋଇଛି ।
ଗତ ରାତିରେ ନିଜ ଟିମ୍ ସହ ଆମେରିକା ବାହାରିଛନ୍ତି କପିଲ । କପିଲ ଏବଂ ତାଙ୍କ ଟିମ୍ ଆମେରିକାର ଅଲଗା ଅଲଗା ସହରରେ ଶୋ କରିବେ । ବିମାନ ବନ୍ଦରରୁ ଯେଉଁ ଚିତ୍ର ସାମ୍ନାକୁ ଆସିଛି ସେଥିରେ କପିଲ ଓ ତାଙ୍କ ଟିମ୍ ବେଶ୍ ଉତ୍ସାହିତ ନଜର ଆସୁଛନ୍ତି ।

କପିଲଙ୍କର ନିଜ ଟିମ୍ ସହ ଏକ ଭିଡିଓ ଭାଇରାଲ୍ ହେବାରେ ଲାଗିଛି ଯେଉଁଥିରେ କିକୁ ସାରଦା, ବିକଳ୍ପ ମେହେଟ୍ଟା, ରାଜୀବ ଠାକୁର ପଞ୍ଜାବୀ ଗୀତରେ ଝୁମୁଥିବାର ନଜର ଆସୁଛନ୍ତି । ଆମେରିକା ଯାଉଥିବାରୁ ସମସ୍ତେ ଅତି ଉତ୍ସାହିତ ଅଛନ୍ତି । ସମସ୍ତଙ୍କ ଖୁସି ସେମାନଙ୍କ ଚେହେରାରେ ସ୍ପଷ୍ଟ ନଜର ଆସୁଛି ।
ଜୁଲାଇ ୧୫ରେ ନ୍ୟୁଜର୍ସିରେ କପିଲଙ୍କ ଟିମର ଶୋ ରହିଛି । ଗତ ବର୍ଷ ବି କପିଲ ଶୋରୁ ବ୍ରେକ୍ ନେଇ ଟୁରରେ ଯାଇଥିଲେ । ତେବେ କପିଲ ଟିଭି ଦର୍ଶକଙ୍କୁ ନିରାଶ ନ କରିବା ଲାଗି ବ୍ୟାକଅପରେ ଶୋ ଶୁଟିଂ କରିଛନ୍ତି । ତେଣୁ ଏବେ ଆପଣମାନେ ଟିଭିରେ କପିଲଙ୍କ ଶୋ ଦେଖିପାରିବେ । କିନ୍ତୁ କପିଲଙ୍କ ଏହି ଟୁରରୁ ଅର୍ଚ୍ଚନା ପୁରଣ ସିଂ ବାଦ ପଡିଛନ୍ତି ।












Click it and Unblock the Notifications