Get Updates
Get notified of breaking news, exclusive insights, and must-see stories!

ଆଜି ବିବାହ ବନ୍ଧନରେ ବାନ୍ଧି ହେବେ କ୍ରିକେଟର କେ.ଏଲ୍ ରାହୁଲ-ଆଥିଆ

ଆଜି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି କ୍ରିକେଟର କେ.ଏଲ୍ ରାହୁଲ-ଆଥିଆ ସେଟ୍ଟୀ । ଦୀର୍ଘଦିନ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହର ନିଷ୍ପତ୍ତି ନେଇଥିଲେ ଏହି ଷ୍ଟାର୍ କପଲ୍ ।

KL Rahul- Athiya Shetty

ମୁମ୍ବାଇ: ଆଜି ବିବାହ ବନ୍ଧନରେ ବାନ୍ଧି ହେବା ପାଇଁ ଯାଉଛନ୍ତି କ୍ରିକେଟର କେ.ଏଲ୍ ରାହୁଲ-ଆଥିଆ ସେଟ୍ଟୀ । ଦୀର୍ଘଦିନ ପରସ୍ପରକୁ ଡେଟ୍ କରିବା ପରେ ଶେଷରେ ବିବାହର ନିଷ୍ପତ୍ତି ନେଇଥିଲେ ଏହି ଷ୍ଟାର୍ କପଲ୍ । ଉଭୟଙ୍କ ବିବାହ ଉତ୍ସବ ଶନିବାରଠାରୁ ଆରମ୍ଭ ହୋଇଯାଇଛି ।

ଆଜି ଅର୍ଥାତ୍ ଜାନୁଆରୀ ୨୩ରେ ଆଥିଆ ସେଟ୍ଟୀ ଏବଂ କେ.ଏଲ୍ ରାହୁଲ ସୁନୀଲ ଶେଟ୍ଟୀଙ୍କ ବିଳାସପୂର୍ଣ୍ଣ ଖଣ୍ଡାଲା ଫାର୍ମହାଉସରେ ଅପରାହ୍ଣ ୪ଟା ସମୟରେ ବିବାହ କରିବା ପାଇଁ ଯାଉଛନ୍ତି । ବିବାହ କରିବା ପରେ ଏହି ଦମ୍ପତି ମୁମ୍ବାଇ ଫେରିବେ । ଏବଂ ସେଠି ଏକ ବିବାହ ଭୋଜିର ଆୟୋଜନ କରିବେ । ରିପୋର୍ଟ ଅନୁଯାୟୀ, ବିବାହ ରିସେପସନରେ ଅତି କମରେ ୩୦୦୦ ଅତିଥି ଯୋଗ ଦେବେ । କେବଳ ବଲିଉଡ ତାରକା ନୁହଁନ୍ତି ରାଜନେତା ଏବଂ କିଛି ବରିଷ୍ଠ ବ୍ୟବସାୟୀ ଏବଂ କ୍ରିକେଟରଙ୍କୁ ମଧ୍ୟ ନିମନ୍ତ୍ରଣ କରାଯାଇଛି ।

ଖବର ଅନୁଯାୟୀ ଏହି ବିବାହରେ ପ୍ରାୟ ୧୦୦ ଅତିଥି ଯୋଗଦେବେ । ତେବେ ବିବାହ ଅତିଥି ତାଲିକାରେ ସଲମାନ ଖାନ, ଶାହରୁଖ ଖାନ, ଏମଏସ ଧୋନି, ବିରାଟ କୋହଲି, ଅନୁଷ୍କା ଶର୍ମା, ଅକ୍ଷୟ କୁମାର ଏବଂ ଜ୍ୟାକି ଶ୍ରଫ ଅଛନ୍ତି । ବିବାହ ସ୍ଥାନରେ ଟାଇଗର ଶ୍ରଫଙ୍କ ଭଉଣୀ କୃଷ୍ଣ ଶ୍ରଫ ଏବଂ ବଲିଉଡର ଫଟୋଗ୍ରାଫର ରୋହନ ଶ୍ରେଷ୍ଟାଙ୍କୁ ମଧ୍ୟ ଦେଖିବା ପାଇଁ ମିଳିଥିଲା । ବିବାହରେ ଅତିଥିମାନଙ୍କୁ ଦକ୍ଷିଣ ଭାରତୀୟ ଖାଦ୍ୟ ପରିବେଷଣ କରାଯିବ । ପରମ୍ପରାକୁ ବଜାୟ ରଖି ଅତିଥିମାନଙ୍କୁ କଦଳୀ ପତ୍ରରେ ଖାଦ୍ୟ ପରସା ଯିବ ।

More From
Prev
Next
Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+