ମିଳିଲାନି ବେଲ୍, ଜେଲରେ ରହିବେ ଆରୟନ
ମୁମ୍ୱାଇ ଡ୍ରଗ୍ସ କ୍ରୁଜ ପାର୍ଟି ମାମଲାରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି ।
ମୁମ୍ବାଇ: ମୁମ୍ୱାଇ ଡ୍ରଗ୍ସ କ୍ରୁଜ ପାର୍ଟି ମାମଲାରେ ବଢିଲା ଶାହାରୁଖ ଖାନଙ୍କ ପୁଅ ଆରୟନ ଖାନଙ୍କ ଅଡୁଆ । ମୁମ୍ବାଇର କିଲ୍ଲା କୋର୍ଟ ଆଜି ଆରୟନଙ୍କ ଜାମିନ ଆବେଦନକୁ ଖାରଜ କରିଦେଇଛନ୍ତି । ଏହି ଜାମିନ୍ ଆବେଦନ ଗ୍ରହଣଯୋଗ୍ୟ ନୁହେଁ ବୋଲି କୋର୍ଟ କହିବା ସହିତ ଏହାକୁ ଖାରଜ କରିଦେଇଛନ୍ତି ।

ଆରୟନଙ୍କ ସମେତ ଅରବାଜ ମର୍ଚ୍ଚେଣ୍ଟ ଏବଂ ମୁନମୁନ୍ ଧମେଚାଙ୍କ ସମେତ ଅନ୍ୟ ଅଭିଯୁକ୍ତଙ୍କ ମଧ୍ୟ ଜାମିନ ଆବେଦନକୁ କୋର୍ଟ ଖାରଜ କରିଦେଇଛନ୍ତି। ଜାମିନ ପାଇଁ ଆରୟନଙ୍କ ଓକିଲଙ୍କୁ ବର୍ତ୍ତମାନ ସେସନ କୋର୍ଟର ଦ୍ୱାରସ୍ଥ ହେବାକୁ ପଡିବ। ଏହାପୂର୍ବରୁ ଆଜି ଏହି ମାମଲାର ଶୁଣାଣି ସମୟରେ ଆରୟନଙ୍କ ଓକିଲ ସତୀଶ ମାନସିନ୍ଦ କୋର୍ଟଙ୍କୁ କହିଥିଲେ ଯେ ଜାମିନ ପ୍ରଦାନ କରିବାର ମାଜିଷ୍ଟ୍ରେଟ କୋର୍ଟଙ୍କର କ୍ଷମତା ରହିଛି।
ସୂଚନାଯୋଗ୍ୟ ଯେ, ଏବେ ଆରୟନ ଖାନ ଓ ଅନ୍ୟ ଅଭିଯୁକ୍ତଙ୍କୁ ମୁମ୍ବାଇର ସବୁଠୁ ବଡ ଜେଲ ଆର୍ଥର ଜେଲରୁ ୧ ନମ୍ବର ବାରାକରେ ରଖାଯାଇଛି । ତେବେ ଜେଲର ଏକ ସ୍ପେଶାଲ କ୍ୱାରେଣ୍ଟିନ୍ ବାରାକରେ ତାଙ୍କୁ ରଖାଯିବ । କ୍ରୁଜ ଭିତରେ ଡ୍ରଗ୍ସ ପାର୍ଟି ନେଇ ଏବେ ଆରୟନ ଖାନଙ୍କ ବିରୋଧରେ ଏହି ମାମଲା ଚାଲିଛି । ଯାହାକୁ ଲଢୁଛନ୍ତି ଚର୍ଚ୍ଚିତ ଓକିଲ ସତୀଶ ମାନସିନେ୍ଧ । ହେଲେ ସତୀଶ ଆଜି କୋର୍ଟରେ ଆରୟନଙ୍କ ପାଇଁ ଜାମିନ୍ ଆଣିପାରିନାହାଁନ୍ତି ।
ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରେ ଗୋଆ ଯାଉଥିବା ଏକ କ୍ରୁଜ ଉପରେ ଏନ୍ସିବି ଚଢ଼ାଉ ବେଳେ ଆର୍ଯ୍ୟନ୍ ଖାନ୍, ମୁନମୁନ ଧମେଚା ଏବଂ ଅରବାଜ ମର୍ଚ୍ଚେଣ୍ଟଙ୍କୁ ଗିରଫ କରାଯାଇଥିଲା। ତା'ପର ଦିନ ଅନ୍ୟ ୫ ଅଭିଯୁକ୍ତଙ୍କୁ ଏନ୍ସିବି ଧରିଥିଲା। ଅଭିଯୁକ୍ତଙ୍କୁ ପଚରାଉଚରା ପରେ ଅନ୍ୟ ଡ୍ରଗ୍ସ ବେପାରୀ ଏବଂ ଅଭିଯୁକ୍ତଙ୍କୁ ଏନ୍ସିବି ଗିରଫ କରିଥିଲା।












Click it and Unblock the Notifications