For Quick Alerts
Turn On Notification  
For Daily Alerts
Oneindia App Download

ଖସିଲା କରୋନା ଗ୍ରାଫ : କଟକଣା ଭିତରେ ହେବ ଟେଲିଭିଜନ ଓ ଚଳଚ୍ଚିତ୍ର ସୁଟିଂ

ରୋନା ଗ୍ରାଫ ହ୍ରାସ ହେଉଥିବାରୁ ଏବେ ରାଜ୍ୟରେ କରୋନା କଟକଣାକୁ ‌କୋହଳ କରାଯାଇଛି । ଆଉ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି ଦେଇଛନ୍ତି ସରକାର

|

ମୁମ୍ବାଇ: କରୋନା ଦ୍ବିତୀୟ ଲହର ସାରା ଦେଶକୁ ପ୍ରଭାବିତ କରିଛି । ଯେଉଁଥିରେ ମହାରାଷ୍ଟ୍ର କରୋନା ଗ୍ରାଫ୍ ଉଚ୍ଚରେ ରହିଥିଲା । କରୋନା ସଂକ୍ରମଣକୁ ରୋକିବାକୁ ସରକାର ରାଜ୍ୟରେ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ଏହା ସହିତ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ମଧ୍ୟ ବନ୍ଦ କରାଯାଇଥିଲା । ହେଲେ ଏବେ କରୋନା ଗ୍ରାଫ ହ୍ରାସ ହେଉଥିବାରୁ ଏବେ ରାଜ୍ୟରେ କରୋନା କଟକଣାକୁ ‌କୋହଳ କରାଯାଇଛି । ଆଉ ଟେଲିଭିଜନ ଏବଂ ଚଳଚ୍ଚିତ୍ର ସୁଟିଂକୁ ପୁଣି ଥରେ ଅନୁମତି ଦେଇଛନ୍ତି ସରକାର । ହେଲେ ଏଥିପାଇଁ କିଛି କଟକଣା ରଖାଯାଇଛି।

ମହାରାଷ୍ଟ୍ର

ସମସ୍ତ କଟକଣାକୁ ମାନି ଚଳଚ୍ଚିତ୍ର ଏବଂ ଟେଲିଭିଜନ ସୁଟିଂ କରାଯାଇପାରିବ ବୋଲି କହିଛନ୍ତି ସରକାର। ନିୟମିତ ସୁଟ୍ ପୁଣି ଥରେ ଆରମ୍ଭ ହୋଇପାରିବ ହେଲେ ସୀମିତ ସମୟ ପାଇଁ ସୁଟିଂକୁ ଅନୁମତି ଦିଆ ଯାଇଛି । ଆଠ ଘଣ୍ଟା ପାଇଁ ସୁଟିଂକୁ ଅନୁମତି ମିଳିଥିବା ବେଳେ ବାୟୋ ବବଲରେ ସୁଟିଂ ହେବ । ଅପରାହ୍ନ 5ଟା ସୁଦ୍ଧା ସମସ୍ତ ସୁଟିଂ ସରିବ । ସେହିପରି ସୁଟିଂରେ ନିୟୋଜିତ ସମସ୍ତ କର୍ମଚାରୀମାନେ ପ୍ରଥମ ଡୋଜ୍ ଟିକା ନେବା ବାଧ୍ୟତାମୂଳକ କରାଯାଇଛି । ଯେଉଁମାନେ ଟିକା ନେଇଥିବେ ସେହିମାନେ କେବଳ ସୁଟିଂରେ ଭାଗ ନେଇ ପାରିବେ ବୋଲି FWICEର ସଭାପତି ବିଏନ ଚିଓ୍ୱାରି କହିଛନ୍ତି । ଅପରପକ୍ଷରେ ଟେଲିଭିଜନ ଓ ଚଳଚ୍ଚିତ୍ରର ସୁଟିକୁ 12 ଘଣ୍ଟା ବଢାଇବା ପାଇଁ ମଧ୍ୟ କୁହାଯାଇଛି । ବାତ୍ୟା ତୌକତେ ପାଇଁ ଅନେକ ସୁଟିଂ ସେଟ୍ ରେ ବ୍ୟାପକ କ୍ଷତି ହୋଇଥିବା ବେଳେ ଏହାର ମରାମତି ପାଇଁ ଅଧିକ ସମୟ ଲୋଡା ବୋଲି ସେ କହିଛନ୍ତି ।

ଆମକୁ ଫୋଲୋ କରନ୍ତୁ
Instagram Youtube
English summary
Film and TV industry allowed to shoot for 8 hours in a bio bubble
ସର୍ବଶେଷ ସମ୍ବାଦ ପ୍ରାପ୍ତ କରନ୍ତୁ
Enable
x
Notification Settings X
Time Settings
Done
Clear Notification X
Do you want to clear all the notifications from your inbox?
Settings X