Get Updates
Get notified of breaking news, exclusive insights, and must-see stories!

ବକ୍ସ ଅଫିସରେ ଧମାଲ କରୁଛି ‘କୁଲି’ , ମାତ୍ର ୩ ଦିନରେ ୧୫୦ କୋଟି କ୍ଲବରେ ଏଣ୍ଟ୍ରୀ

ଭାରତୀୟ ସିନେମାର ସୁପରଷ୍ଟାର ରଜନୀକାନ୍ତଙ୍କ ସିନେମା 'କୁଲି' ହଲରେ ଧମାଲ କରୁଛି । ୭୪ବର୍ଷ ବୟସରେ ମଧ୍ୟ ଏହି ସୁପରଷ୍ଟାର ସବୁ ରେକର୍ଡ ଭାଙ୍ଗି ପ୍ରମାଣ କରିଛନ୍ତି ଯେ କେହି ତାଙ୍କ ସହିତ ପ୍ରତିଯୋଗିତା କରିପାରିବେ ନାହିଁ । ଏହି ସିନେମାଟି ଭାରତରେ ତୃତୀୟ ଦିନ ୩୮.୫୦ କୋଟି ଟଙ୍କା କଲେକସନ କରିଛି। ଫିଲ୍ମର ତୃତୀୟ ଦିନର ସଂଖ୍ୟା ବର୍ତ୍ତମାବ ଅଫିସିଆଲ ଭାବେ ସାମ୍ନାକୁ ଆସିନି।

Coolie

ଯଦି ତୃତୀୟ ଦିନ ଏହି ଫିଲ୍ମଟି ୩୮.୫ କୋଟି ରୋଜଗାର କରିଛି ତେବେ ଫିଲ୍ମର ସମୁଦାୟ କଲେକ୍ସନ ୧୫୦ କୋଟି ପାର ହୋଇଯିବ। ଫିଲ୍ମଟି ଏପର୍ଯ୍ୟନ୍ତ ୧୫୮.୨୫ କୋଟି ରୋଜଗାର କରିଛି। କୁଲି ପ୍ରଥମ ଦିନ ୬୫ କୋଟି ରୋଜଗାର କରିଥିଲା। ତାମିଲରେ କୁଲି ୪୫ କୋଟି, ହିନ୍ଦୀରେ ୪.୫ କୋଟି, ତେଲୁଗୁରେ ୧୫.୫ କୋଟି ଏବଂ କନ୍ନଡ଼ରେ ୦.୫ କୋଟିର କଲେକ୍ସନ କରିଛିଲେ।

ସେହିପରି ଦ୍ୱିତୀୟ ଦିନ ଫିଲ୍ମଟି ୫୪.୭୫ କୋଟିର କଲେକ୍ସନ କରିଥିଲା। ଫିଲ୍ମ ତାମିଲରେ ୩୪.୪୫ କୋଟି, ହିନ୍ଦୀରେ ୬.୩ କୋଟି, ତେଲୁଗୁରେ ୧୩.୫ କୋଟି ଏବଂ କନ୍ନଡ଼ରେ ୦.୫ କୋଟିର କଲେକ୍ସନ କରିଥିଲା। ପ୍ରକୃତରେ ରଜନୀକାନ୍ତଙ୍କ ପ୍ରଶଂସକଙ୍କରୀ କୌଣସି ଉତ୍ତର ନାହିଁ । ୭୪ବର୍ଷ ବୟସରେ ଦମଦାର ଅଭିନୟ କରି ସବୁ ରେକର୍ଡ ଭାଙ୍ଗିବା ସହିତ ଏକ ନୂଆ ଟ୍ରେଣ୍ଡ ଆରମ୍ଭ କରିଛନ୍ତି । ଏହି ବୟସରେ ମଧ୍ୟ ତାଙ୍କୁ ପରଦାରେ ଆକ୍ସନ ସିନ୍‍ କରୁଥିବାର ଦେଖି ପ୍ରଶଂସକମାନେ ବହୁତ ଉତ୍ସାହିତ ହୋଇଛନ୍ତି । ଭାରତୀୟ ସିନେମା ଇତିହାସରେ ଏପରି କୌଣସି ଅଭିନେତା ନାହାଁନ୍ତି ଯିଏ ଏହି ବୟସରେ ରେକର୍ଡ ଭାଙ୍ଗିବା ସହିତ ଓପନିଂ କରିଛନ୍ତି । ରଜନୀକାନ୍ତଙ୍କ ସିନେମାର ଆୟ ତୁଳନାରେ କେହି ତାଙ୍କ ସହିତ ପ୍ରତିଯୋଗିତା କରିବା ଏକ ଚ୍ୟାଲେଞ୍ଜ ନିଶ୍ଚୟ ।

Notifications
Settings
Clear Notifications
Notifications
Use the toggle to switch on notifications
  • Block for 8 hours
  • Block for 12 hours
  • Block for 24 hours
  • Don't block
Gender
Select your Gender
  • Male
  • Female
  • Others
Age
Select your Age Range
  • Under 18
  • 18 to 25
  • 26 to 35
  • 36 to 45
  • 45 to 55
  • 55+